Big Railway Boost for Odisha / ଓଡ଼ିଶା ସମେତ ୫ ରାଜ୍ୟକୁ ରେଲୱେର ବଡ଼ ଭେଟି; ଉପକୃତ ହେବେ ୫୬ ଲକ୍ଷ ଲୋକ
·35 mins ago·3 min read

Key Points
ଆଉ ବିଳମ୍ବ ହେବନି ଟ୍ରେନ୍, ଚାଲିବ ନୂଆ ରେଳ । ଖଡ଼ଗପୁରରୁ ଝାରସୁଗୁଡ଼ା ମଧ୍ୟରେ ଚତୁର୍ଥ ରେଳ ଟ୍ରାକ୍ ବିଛାଯିବ । ଏହାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି ।
ନୂଆଦିଲ୍ଲୀ: ମୁମ୍ବାଇରୁ କୋଲକାତା, ୪ ଲେନ୍ ହେବ ରେଲୱେ ଟ୍ରାକ୍ । ଓଡ଼ିଶାକୁ ମିଳିବ ଲାଭ । ଆଉ ବିଳମ୍ବ ହେବନି ଟ୍ରେନ୍, ଚାଲିବ ନୂଆ ରେଳ । ଖଡ଼ଗପୁରରୁ ଝାରସୁଗୁଡ଼ା ମଧ୍ୟରେ ଚତୁର୍ଥ ରେଳ ଟ୍ରାକ୍ ବିଛାଯିବ । ଏହାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି ।
୩୬୭ କିଲୋମିଟର ଲମ୍ବ ଏହି ରେଳପଥରେ ଏବେ ୩ଟି ଲାଇନ୍ ରହିଛି । ଏବେ ସରକାର ଖଡ଼ଗପୁରର ଝାରସୁଗୁଡ଼ାର ବାଗଡେହି ପର୍ଯ୍ୟନ୍ତ ଆଉ ଏକ ଲାଇନ୍ ବିଛାଇବାକୁ ଅନୁମୋଦନ ଦେଇଛନ୍ତି । ଏଥିପାଇଁ ୬ ହଜାର ୫୨୮ କୋଟିର ବ୍ୟୟ ଅଟକଳ କରାଯାଇଛି ।
୪ ବର୍ଷରେ ସରିବ କାମ
ଏହି ଲାଇନ୍ରେ କ୍ଷମତା ଠାରୁ ଅଧିକ ଟ୍ରେନ୍ ଚଳାଚଳ କରୁଛି । ଏବେ ଏହା ୧୧୮ ପ୍ରତିଶତ ରହିଥିବା ବେଳେ ନୂଆ ପ୍ରକଳ୍ପ ନହେଲେ ୧୩୩ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା ରହିଛି । ଏହି ପ୍ରକଳ୍ପ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶା ଆଦି ୩ ରାଜ୍ୟର ୮ ଜିଲ୍ଲା ଦେଇଯିବ । ଯେଉଁଥିରେ ଆଂକାକ୍ଷୀ ଜିଲ୍ଲା ସହ ପୂର୍ବ ସିଂହଭୂମ ଜିଲ୍ଲା ରହିଛି । ଏହାକୁ ୪ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଏଥିସହ ପଢ଼ନ୍ତୁ: ଚୋରି ସ୍କୁଟି ଚଳାଉଥିଲେ ଖାକିଧାରୀ ମହିଳା; ଇ-ଚାଲାଣ ମେସେଜ୍ ମିଳିବା ପରେ ହେଲା ପର୍ଦ୍ଦାଫାଶ
ଏହି ପ୍ରକଳ୍ପ ଦ୍ଵାରା କୋଇଲା, ଲୁହାପଥର ଓ ଷ୍ଟିଲ୍ ପରିବହନ ଆହୁରି ସହଜ ହେବ । ଝାରସୁଗୁଡ଼ା ନିକଟ ତାରାତାରିଣୀ ଓ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିବ । ଏଥିସହ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଲେ ୧୨୫ ଲକ୍ଷ କାର୍ଯ୍ୟ ଦିବସ ସୃଷ୍ଟି ହେବ । ଏହି ପ୍ରକଳ୍ପ ଦ୍ଵାରା ହଳଦିଆ ସହ ପାରାଦୀପ ପୋର୍ଟରୁ କାର୍ଗୋ ପରିବହନ ଆହୁରି ସୁବିଧା ହେବ ।
ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ୩ଟି ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି । ଏହାଦ୍ଵାରା ୫ଟି ରାଜ୍ୟର ୧୪ଟି ଜିଲାର ପ୍ରାୟ ୫୬ ଲକ୍ଷ ଲୋକ ଉପକୃତ ହେବେ । ୩ଟି ଯାକ ରେଳ ପ୍ରୋଜେକ୍ଟ ପାଇଁ ବ୍ୟୟ ହେବ ୧୦,୭୮୩ କୋଟି ଟଙ୍କା । ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ନେଟୱର୍କକୁ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି କରିବ ।
ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ଦେଶରେ ୭ଟି ରେଳ ପ୍ରକଳ୍ପକୁ ୪ ଲେନ୍ କରିବାକୁ ମଞ୍ଜୁରୀ ମିଳିଛି । କୋଲାକାତା-ଦିଲ୍ଲୀ, ଚେନ୍ନାଇ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ, ବିଳାସପୁର-କଟନୀ ମଧ୍ୟରେ ରେଲୱେ ଟ୍ରାକ୍କୁ ୪ ଲେନ୍ ବିଶିଷ୍ଟ କରାଯିବ ।"
ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଅକ୍ଟୋବର ୧ ସୁଦ୍ଧା ହାଜର ପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ରେଲୱେର ଆଧୁନିକୀକରଣ ସହ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ଉପରେ କ୍ୟାବିନେଟ୍ରେ ଆଲୋଚନା ହୋଇଛି । ଏସବୁ ଉପରେ ବିଗତ ୧୨ ବର୍ଷ ହେଲା କାର୍ଯ୍ୟ ଚାଲିଛି । ଏବେ ୭ଟି ପ୍ରକଳ୍ପରେ ଟ୍ରାକ୍କୁ ୪ ଲୋଇନ୍ କରିବା ଦ୍ଵାରା ଟ୍ରାଫିକ୍ ହ୍ରାସ ପାଇବାର ଆଶା ରହିଛି ।"
ମନ୍ତ୍ରୀଙ୍କ ଅନୁସାରେ, ୧୧ ହଜାର କିଲୋମିଟର ଉଚ୍ଚ ଘନତ୍ଵ କରିଡର ମଧ୍ୟରୁ ୭ଟି କରିଡରରେ ରେଲୱ ଟ୍ରାଫିକର ୪୦ ପ୍ରତିଶତ ଟ୍ରେନ୍ ଚଳାଚଳ କରୁଛି । ପୂର୍ବରୁ ଏହି କରିଡରରେ ୨ ହଜାର କିଲୋମିଟର କାମ ସରିଛି । ଚତୁର୍ଥ ଲାଇନ୍ ଟ୍ରାକ୍ ବିଛା ଯାଇଛି । ପ୍ରାୟ ୫ ହଜାର କିଲୋମିଟର ଟ୍ରାକର କାମ ଚାଲିଛି । ଅବଶିଷ୍ଟ ୪ ହଜାର କିଲୋମିଟର ପାଇଁ ଚୂଡ଼ାନ୍ତ ଅନୁମୋଦନ ପ୍ରକ୍ରିୟା ଜାରି ରହିଛି ।

▪️Cabinet has approved the 4th Line between Kharagpur–Jharsuguda (Bagdehi) to ease severe congestion and traffic issues. The 367-km project has an outlay of ₹6,528 crore.
— PIB India (@PIB_India) September 9, 2026
▪️The decision includes a 3rd line between Bilaspur (Uslapur)–Pendra Road, covering 87 km with an outlay of… pic.twitter.com/KMykUlgDWO
ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ୩ଟି ପ୍ରୋଜେକ୍ଟକୁ ଅନୁମୋଦନ ମିଳିଛି । ଏହାଦ୍ଵାରା ୫ଟି ରାଜ୍ୟର ୧୪ଟି ଜିଲାର ପ୍ରାୟ ୫୬ ଲକ୍ଷ ଲୋକ ଉପକୃତ ହେବେ । ୩ଟି ଯାକ ରେଳ ପ୍ରୋଜେକ୍ଟ ପାଇଁ ବ୍ୟୟ ହେବ ୧୦,୭୮୩ କୋଟି ଟଙ୍କା । ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇର ନେଟୱର୍କକୁ ପ୍ରାୟ ୬୫୬ କିଲୋମିଟର ବୃଦ୍ଧି କରିବ ।
ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ଦେଶରେ ୭ଟି ରେଳ ପ୍ରକଳ୍ପକୁ ୪ ଲେନ୍ କରିବାକୁ ମଞ୍ଜୁରୀ ମିଳିଛି । କୋଲାକାତା-ଦିଲ୍ଲୀ, ଚେନ୍ନାଇ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ, ବିଳାସପୁର-କଟନୀ ମଧ୍ୟରେ ରେଲୱେ ଟ୍ରାକ୍କୁ ୪ ଲେନ୍ ବିଶିଷ୍ଟ କରାଯିବ ।"
ଏଥିସହ ପଢ଼ନ୍ତୁ: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଅକ୍ଟୋବର ୧ ସୁଦ୍ଧା ହାଜର ପାଇଁ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଶ୍ଵିନୀ ବୈଷ୍ଣବ କହିଛନ୍ତି, "ରେଲୱେର ଆଧୁନିକୀକରଣ ସହ ଜଡ଼ିତ ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ଉପରେ କ୍ୟାବିନେଟ୍ରେ ଆଲୋଚନା ହୋଇଛି । ଏସବୁ ଉପରେ ବିଗତ ୧୨ ବର୍ଷ ହେଲା କାର୍ଯ୍ୟ ଚାଲିଛି । ଏବେ ୭ଟି ପ୍ରକଳ୍ପରେ ଟ୍ରାକ୍କୁ ୪ ଲୋଇନ୍ କରିବା ଦ୍ଵାରା ଟ୍ରାଫିକ୍ ହ୍ରାସ ପାଇବାର ଆଶା ରହିଛି ।"
ମନ୍ତ୍ରୀଙ୍କ ଅନୁସାରେ, ୧୧ ହଜାର କିଲୋମିଟର ଉଚ୍ଚ ଘନତ୍ଵ କରିଡର ମଧ୍ୟରୁ ୭ଟି କରିଡରରେ ରେଲୱ ଟ୍ରାଫିକର ୪୦ ପ୍ରତିଶତ ଟ୍ରେନ୍ ଚଳାଚଳ କରୁଛି । ପୂର୍ବରୁ ଏହି କରିଡରରେ ୨ ହଜାର କିଲୋମିଟର କାମ ସରିଛି । ଚତୁର୍ଥ ଲାଇନ୍ ଟ୍ରାକ୍ ବିଛା ଯାଇଛି । ପ୍ରାୟ ୫ ହଜାର କିଲୋମିଟର ଟ୍ରାକର କାମ ଚାଲିଛି । ଅବଶିଷ୍ଟ ୪ ହଜାର କିଲୋମିଟର ପାଇଁ ଚୂଡ଼ାନ୍ତ ଅନୁମୋଦନ ପ୍ରକ୍ରିୟା ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories