Silk Route Reopens / ଉତ୍ତରାଖଣ୍ଡ ଓ ସିକ୍କିମ ଦେଇ ୩୬ ସାମଗ୍ରୀର ହେବ ଦେଣନେଣ; ଭାରତ-ଚୀନ ମଧ୍ୟରେ ବଢ଼ିବ ବ୍ୟାପାର
·1 hour ago·2 min read

Key Points
ସିକ୍କିମର ସିଲ୍କ ରୁଟ୍ ଅଗଷ୍ଟ ୧ରୁ ପୁଣି ଥରେ ଖୋଲିଛି । ଯାହାଦ୍ଵାରା ସୀମା ପାର୍ ବ୍ୟବସାୟକୁ ଗତି ମିଳିବ ଏବଂ ପୂର୍ବୋତ୍ତରରେ ସୀମାବର୍ତ୍ତୀ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ।
ନୂଆଦିଲ୍ଲୀ: ଖୋଲିଲା ସୀମା । ବଢ଼ିବ ବାଣିଜ୍ୟ । କୋରନା ପରଠାରୁ ବନ୍ଦ ଥିବା ଉତ୍ତରାଖଣ୍ଡର ଲିପୁଲେଖ ପାସ୍ ଓ ସିକ୍କିମର ନାଥୁ ଲା ଦ୍ଵାର ଖୋଲିଛି । ସିକ୍କିମର ସିଲ୍କ ରୁଟ୍ ଅଗଷ୍ଟ ୧ରୁ ପୁଣି ଥରେ ଖୋଲିଛି । ଯାହାଦ୍ଵାରା ସୀମା ପାର୍ ବ୍ୟବସାୟକୁ ଗତି ମିଳିବ ଏବଂ ପୂର୍ବୋତ୍ତରରେ ସୀମାବର୍ତ୍ତୀ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ।
ପୁରୁଣା ସିଲ୍କ ରୁଟ୍ ଜରିଆରେ ଭାରତ-ଚୀନ ଦୁଇ ଦେଶ ମଧ୍ୟରେ ୬ ବର୍ଷ ପରେ ଆରମ୍ଭ ହୋଇଛି ସୀମା ପାର୍ ବାଣିଜ୍ୟ । ଯାହାକି ମହାମାରୀ କୋଭିଡ୍ ପର ଠାରୁ ବନ୍ଦ ରହିଥିଲା । ପ୍ରଥମଥର ୨୦୦୬ ଜୁଲାଇରେ ନାଥୁ ଲା ଦ୍ଵାର ଦେଇ ଆରମ୍ଭ ହୋଇଥିଲା ବାଣିଜ୍ୟ କାରବାର ।
ଏଥିସହ ପଢ଼ନ୍ତୁ: ସ୍ପେନ ସୀମାକୁ ଧସେଇ ପଶୁଛନ୍ତି ଶରଣାର୍ଥୀ…..ଦଳାଚକଟାରେ ୫୭ ମୃତ, ୟୁରୋପରେ ବଢ଼ିଲା ତୀବ୍ର ଉତ୍ତେଜନା
୬ ମାସ ଖୋଲା ରହିବ ବର୍ଡର
ଏହି ସୀମା ମେ ମାସରୁ ନେଇ ନଭେମ୍ବର ପର୍ଯ୍ଯନ୍ତ ୬ ମାସ ଖୋଲା ରହିବ । ଏଥିପାଇଁ ଗାଇଡଲାଇନ୍ ନିର୍ଦ୍ଧାରଣ କରାଯାଇଛି । ବାଣିଜ୍ୟ ପାଇଁ ସୀମା ସୋମବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ଖୋଲା ରହିବ । ଦୁଇ ଦେଶ ୩୬ଟି ସାମଗ୍ରୀ ଦେଣନେଣ କରିବେ । ଯାହାର ତାଲିକା କରାଯାଇଛି ।
ନାଥୁ ଲା ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ ଦୀର୍ଘ ଦିନ ବନ୍ଦ ରହିବା ଓ ହିମାଳୟର ପ୍ରବଳ ଥଣ୍ଡାରେ ଖରାପ ହୋଇ ଯାଇଥିଲା । ଏବେ ତାହାକୁ ମରାମତି କରାଯାଇ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଛି । ଭାରତ-ତିବ୍ବତ ସୀମା ପୋଲିସ (ITBP) ନାଥୁ ଲାରେ ଅତିରିକ୍ତ ଯବାନ ମୁତୟନ କରିବ । ପ୍ରଥମଥର ପାଇଁ ସୀମାପାର୍ କାରବାରରେ ସହାୟତା ପାଇଁ ମହିଳାଙ୍କ ଏକ ଟିମ୍ ସୁରକ୍ଷାରେ ସାମିଲ୍ ହେବେ ।
୪୪ ବର୍ଷ ଧରି ବନ୍ଦ ଥିଲା
୧୯୬୨ରେ ଭାରତ-ଚୀନ ଯୁଦ୍ଧ ପରେ ଏହି ରାସ୍ତା ୪୪ ବର୍ଷ ଧରି ବନ୍ଦ ରହିଥିଲା । ଯାହାକୁ ପୁଣି ଥରେ ୨୦୦୬ରେ ଖୋଲା ଯାଇଥିଲା । ଗଲୱାନ ହିଂସା ପରେ ଦୁଇ ଦେଶର ସମ୍ପର୍କରେ ତିକ୍ତତା ଆସିଥିଲା । ଆଉ ଏବେ ସୀମା ଖୋଲିଥିବାରୁ ଏହାକୁ ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ ହେଉଥିବା ବିବେଚନା କରାଯାଉଛି ।
୨୦୨୦ରେ କୋଭିଡ୍ର ପ୍ରକୋପ ପରେ ନାଥୁ ଲା ପାସ୍ ଦେଇ ବାଣିଜ୍ୟ ଓ କୈଳାଶ ମାନସରୋବର ଯାତ୍ରା ବନ୍ଦ କରି ଦିଆଯାଇିଲା । ନାଥୁ ଲା ଦେଇ କୈଳାଶ ମାନସରୋବର ଯାତ୍ରା କିଛି ସପ୍ତାହ ତଳେ ଆରମ୍ଭ ହୋଇଛି ।
ଏଥିସହ ପଢ଼ନ୍ତୁ: ବିସ୍ଫୋରଣରେ ପୋତି ହୋଇଗଲା ଖଣି, ଜୀବିକା ଦେଉଥିବା କୋଇଲା ନେଇଗଲା ୩୨ ଜୀବନ
ସୀମାରେ ୩୬ ସାମଗ୍ରୀର ବାଣିଜ୍ୟକୁ ଅନୁମତି
ଭାରତ ୩୬ ସ୍ଵୀକୃତ ସାମଗ୍ରୀକୁ ଚୀନ ରପ୍ତାନୀ କରିପାରିବ । ଯେଁଉଥିରେ ହସ୍ତକଳା, ହସ୍ତତନ୍ତ ସାମଗ୍ରୀ ସହ ମସଲା, କପଡ଼ା, ଶୁଖିଲା ପରିବା ଆଦି ରହିଛି । ସେହିଭଳି ତିବ୍ବତ ପଟୁ ରେଡିମେଡ୍ କପଡ଼ା ସହ ଜୋତା, ଘିଅ ଆଦି ଆମଦାନୀ କରାଯାଇ ପାରିବ । ଗୋଟିଏ ଟ୍ରେଡିଂ ସିଜିନରେ ୪୦୦ ବ୍ୟବସାୟୀଙ୍କୁ ଅନୁମତି ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories