Shocking Statement / 'ବିଶେଷ ଜାତିର ମହିଳାଙ୍କ ସହ ସମ୍ପର୍କ, ତୀର୍ଥ ଯାତ୍ରାର ଫଳ ସହ ସମାନ'; ନେତାଙ୍କ ମୁହଁରେ ନାହିଁ ବାଡ଼ବତା
·2 months ago·2 min read

Key Points
ମଧ୍ୟପ୍ରଦେଶ ଭାଣ୍ଡେରର କଂଗ୍ରେସ ବିଧାୟକ ଫୁଲ ସିଂହ ବାରାୟା ମହିଳାଙ୍କୁ ଦୁଷ୍କର୍ମ ନେଇ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି ।
ଭୋପାଳ: ଜନତା ଭୋଟ୍ ଦେଇ ପ୍ରତିନିଧି ବାଛିଛନ୍ତି । ଲୋକଙ୍କ ସୁଖ ଦୁଃଖରେ ଛିଡ଼ା ହେବାକୁ ଦାୟିତ୍ଵ ଦେଇଛନ୍ତି । ହେଲେ ଭୋଟ୍ ପାଇ ବିଧାୟକ ହେବା ପରେ ନେତାଙ୍କ ପାଟି ବୋଲ ମାନୁନି । ଯେତେବେଳେ ଯାହା ମନକୁ ଆସୁଛି ମୁହଁରେ ଲଗାମ ରହୁନି ।
ମଧ୍ୟପ୍ରଦେଶ ଭାଣ୍ଡେରର କଂଗ୍ରେସ ବିଧାୟକ ଫୁଲ ସିଂହ ବାରାୟା ମହିଳାଙ୍କୁ ଦୁଷ୍କର୍ମ ନେଇ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ମୁଖ୍ୟମମନ୍ତ୍ରୀ ମୋହନ ଯାଦବ ଓ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଧାୟକଙ୍କ "ପୁଣ୍ୟ ଓ ସୁନ୍ଦରତା" ମନ୍ତବ୍ୟର ତୀବ୍ର ସମାଲୋଚନା କରିଛନ୍ତି । କଂଗ୍ରେସ ତୁରନ୍ତ ଫୁଲ ସିଂହ ବାରାୟାଙ୍କୁ ଦଳରୁ ବିଦା କରୁ ବୋଲି ଦାବି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର
ଶନିବାର ରାହୁଲ ଗାନ୍ଧୀ ଇନ୍ଦୋର ଗସ୍ତରେ ଥିବା ବେଳେ କଂଗ୍ରେସ ବିଧାୟକ ଫୁଲ ସିଂହ ବାରାୟାଙ୍କ ଏହି ମନ୍ତବ୍ୟ ରାଜନୀତିରେ ନିଆଁ ଲଗାଇ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବିଧାୟକଙ୍କୁ କଂଗ୍ରେସ ଦଳରୁ ବାହାର କରିବାକୁ ଦାବି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭାବୁକ ହୋଇ ମହିଳାଙ୍କୁ ଜାତିରେ ବାଣ୍ଟିବା ମାନସିକତା ଉପରେ ଦୁଃଖ ପ୍ରକାଶ କରିଛନ୍ତି ।
ଭାଣ୍ଡେରର କଂଗ୍ରେସ ବିଧାୟକ ଫୁଲ ସିଂହ ବାରାୟା ଏକ ସାକ୍ଷାତକାରରେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧର ବ୍ୟାଖ୍ୟା କରିଥିଲେ । କହିଥିଲେ, "ଋଦ୍ରୟାମଳ ମନ୍ତ୍ର ନାମକ ପୁସ୍ତକରେ ବିଶେଷ ଜାତିର ମହିଳାଙ୍କ ସହ ସମ୍ପର୍କ ରଖିଲେ ତୀର୍ଥ ଯାତ୍ରାର ଫଳ ମିଳିଥାଏ ।"
ଏତିକିରେ ଅଟକି ନଥିଲେ ଫୁଲ ସିଂହ ବାରାୟା । ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କ ସୁନ୍ଦରତାକୁ ନେଇ ମନ୍ତବ୍ୟ ଦେଇଥିଲେ । କହିଥିଲେ, "ସୁନ୍ଦର ମହିଳା ଦେଖିଲେ କାହାର ବି ମୁଣ୍ଡ ଖରାପ ହୋଇଯାଏ ।" ଏହାକୁ ସେ ପୁଣ୍ୟ ଲାଗି ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ସହ ଯୋଡ଼ି ଥିଲେ ।
ଏଥିସହ ପଢ଼ନ୍ତୁ: ପାଇଥିବା ନୋବେଲ ଶାନ୍ତି ପୁରସ୍କାରକୁ ଦେଇଦେଲେ ଭେନେଜୁଏଲାର ମାରିଆ; ଖୁସିରେ ଗଦ ଗଦ ଟ୍ରମ୍ପ
କଂଗ୍ରେସ ବିଧାୟକଙ୍କ ଏଭଳି ମନ୍ତବ୍ୟ ମଧ୍ୟପ୍ରଦେଶ ରାଜନୀତିରେ ନିଆଁ ଲଗାଇ ଦେଇଛି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ଫୁଲ ସିଂହଙ୍କ ମନ୍ତବ୍ୟରେ ଦୁଃଖ ପ୍ରକାଶ କରି କହିଛନ୍ତି, କେହି ବି ଏଭଳି ଟିପ୍ପଣୀ କରିବା ଉଚିତ ନୁହେଁ ।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, "ସମାଜରେ ବିଦ୍ଵେଷ ସୃଷ୍ଟି ଲାଗି ଫୁଲ ସିଂହ ବାରାୟା ଦେଇଥିବା ମନ୍ତବ୍ୟ ପାଇଁ ଦଳ ତାଙ୍କୁ ବିଦା କରୁ । ଯଦି ରାହୁଲ ଗାନ୍ଧୀଙ୍କ ମନରେ ସମାଜର ଅନ୍ୟ ବର୍ଗ ପ୍ରତି ସମ୍ମାନ ଅଛି, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories