|
logo
Live
Argus News App
GET APP

Argus News - କ୍ରିଜ୍‌ରେ ଭାରତ-ବାଂଲାଦେଶ ତିକ୍ତତା; ଟସ୍ ବେଳେ ହାତ ମିଳାଇଲେନି ଅଧିନାୟକ

Sports

Cricket / କ୍ରିଜ୍‌ରେ ଭାରତ-ବାଂଲାଦେଶ ତିକ୍ତତା; ଟସ୍ ବେଳେ ହାତ ମିଳାଇଲେନି ଅଧିନାୟକ

Sushanta Sahoo
Browse all articles by Sushanta Sahoo
·2 months ago·2 min read
କ୍ରିଜ୍‌ରେ ଭାରତ-ବାଂଲାଦେଶ ତିକ୍ତତା; ଟସ୍ ବେଳେ ହାତ ମିଳାଇଲେନି ଅଧିନାୟକ
Cricket Meets Diplomacy

Key Points

ଟସ୍ ବେଳେ ଭାରତ-ବାଂଲାଦେଶ ହାତ ମିଳାଇ ନଥିବା ବେଳେ ଅନ୍ୟ ଆଲୋଚନା ସ୍ଵାଭାବିକ ରହିଥିଲା । ତେବେ ହାତ ନ ମିଳିବାଇ ଦୁନିଆର ଧ୍ୟାନ ଆକର୍ଷଣ କରିଛି ।
ନୂଆଦିଲ୍ଲୀ: ବଢ଼ିଲା ଭାରତ-ବାଂଲାଦେଶ ମଧ୍ୟରେ ବିବାଦ । ଖେଳ ପଡ଼ିଆରେ ପଡ଼ିଲା କୂଟନୀତିର ପ୍ରଭାବ । ଅଣ୍ଡର୍ ୧୯ ବିଶ୍ଵକପ୍ ୨୦୨୬ରେ ଶନିବାର ଗ୍ରୁପ୍ ଏରେ ଭାରତ, ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି ।

ଜିମ୍ବାୱେରେ ବିଶ୍ଵକପ୍‌ର ସପ୍ତମ ମ୍ୟାଚ୍‌ରେ ଭାରତ-ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି । ଆଉ ଟସ୍ ବେଳେ ଦୁଇ ଦଳର ଅଧିନାୟକ ପରସ୍ପର ସହ ହାତ ମିଳାଇ ନାହାନ୍ତି । ଯାହା ଏବେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂରେ ରହିଛି ।

ଏଥିସହ ପଢ଼ନ୍ତୁ: 'ବିଶେଷ ଜାତିର ମହିଳାଙ୍କ ସହ ସମ୍ପର୍କ, ତୀର୍ଥ ଯାତ୍ରାର ଫଳ ସହ ସମାନ'; ନେତାଙ୍କ ମୁହଁରେ ନାହିଁ ବାଡ଼ବତା

ମ୍ୟାଚ୍ ପୂର୍ବରୁ ଦୁଇ ଦେଶର ଅଧିନାୟକ ହାତ ମିଳାଇ ଥାଆନ୍ତି । କିନ୍ତୁ ଆଜିର ମ୍ୟାଚ୍‌ରେ ଭାରତର ଅଧିନାୟକ ଆୟୁଷ ମାତ୍ରେ ଏବଂ ବାଂଲାଦେଶର ଉପ ଅଧିନାୟକ ଜୱାଦ ଅବ୍ରର ହାତ ମିଳାଇ ନାହାନ୍ତି ।


ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବାଂଲାଦେଶ ଦଳର ଅଧିନାୟକ ଅଜିଜୁଲ୍ ହାକିମ ଚୂଡ଼ାନ୍ତ ଏକାଦେଶରେ ସ୍ଥାନ ପାଇ ମଧ୍ୟ ଟସ୍‌ ପାଇଁ ଆସିନଥିଲେ । ବାଂଲାଦେଶର ଉପଅଧିନାକ ଜୱାଦ ଟସ୍ ଜିତି ନରମ ପିଚ୍‌ ଦେଖି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଟସ୍ ବେଳେ ଭାରତ-ବାଂଲାଦେଶ ହାତ ମିଳାଇ ନଥିବା ବେଳେ ଅନ୍ୟ ଆଲୋଚନା ସ୍ଵାଭାବିକ ରହିଥିଲା । ତେବେ ହାତ ନ ମିଳିବାଇ ଦୁନିଆର ଧ୍ୟାନ ଆକର୍ଷଣ କରିଛି । ଏହା ପୂର୍ବରୁ ଏସିଆ କପ୍ ୨୦୨୫ ଓ ମହିଳା ବିଶ୍ଵକପ୍‌ରେ ଭାରତ ସମାନ ପରମ୍ପରା ଆପଣାଇ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇ ନଥିଲା ।

ଏଥିସହ ପଢ଼ନ୍ତୁ: ଆସିଲା ଖୁସି ଖବର; ଘର ତୋଳିବା ପାଇଁ ଲକ୍ଷେ ଟଙ୍କା ଦେବେ ସରକାର

୨୦୨୫ରେ ପାକିସ୍ତାନ ବିପକ୍ଷରେ ଭାରତ ନେଇଥିବା ନିଷ୍ପତ୍ତି ଏବେ ବାଂଲାଦେଶ ପ୍ରତି ଆପଣାଇଛି । ଏବେ ୧୯ ବର୍ଷରୁ କମ୍ ଦଳ ଆପଣାଇଥିବା ନୋ ହ୍ୟାଣ୍ଡସେକ୍ ପରମ୍ପରା ଆଗକୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ରେ ମଧ୍ୟ ଦେଖିବାକୁ ମିଳିପାରେ ।

ଆଇପିଏଲ୍‌ରୁ ବାଂଲାଦେଶୀ ଖେଳାଳିଙ୍କୁ ବାହାର କରିବା ନେଇ ବିସିସିଆଇ ଓ ବିସିବି ମଧ୍ୟରେ ସମ୍ପର୍କ ଖରାପ ହୋଇଛି । ଯାହାକୁ ନେଇ ବାଂଲାଦେଶ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବା ଲାଗି ଭାରତ ଆସିବାକୁ ମନା କରିଛି । ଏଭଳି ସ୍ଥିତିରେ ଖେଳାଳି ହାତ ନ ମିଳାଇବା ବିବାଦକୁ ଆହୁରି ବଢ଼ାଇବ ବୋଲି କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricket: କ୍ରିଜ୍‌ରେ ଭାରତ-ବାଂଲାଦେଶ ତିକ୍ତତା; ଟସ୍ ବେଳେ ହାତ ମିଳାଇଲେନି ଅଧିନାୟକ | Argus News