|
logo
Live
Argus News App
GET APP

Argus News - ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ...

Business

Railways Free Ticket Scheme / ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ...

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ...
Train Travel Gets Rewarding

Key Points

ଆଗକୁ ଆପଣ କେବଳ ରେଳଯାତ୍ରୀ ନୁହେଁ ବରଂ ଆପଣ ଭାରତୀୟ ରେଲୱେ ଦେଉଥିବା ସୁବିଧାର ଲାଭ ମାଗଣାରେ ଉଠାଇ ପାରିବେ । କାରଣ ଯାତ୍ରା କଲେ ଏଣିକି ମିଳିବ ରିୱାର୍ଡ ।
ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ରେଲୱେ ଆଣୁଛି ବଡ଼ ସ୍କିମ୍ । ଯେଉଁ ସ୍କିମ୍‌ରେ ମିଳିବ ମାଗଣା ଟିକେଟ୍ ସାଙ୍ଗକୁ ଚା' ଓ ଜଳଖିଆ ଏବଂ ମିଲ୍ସ । ଏହାର ସୁବିଧା ଉଠାଇ ପାରିବେ ଯାତ୍ରୀ । ଆଗକୁ ଆପଣ କେବଳ ରେଳଯାତ୍ରୀ ନୁହେଁ ବରଂ ଆପଣ ଭାରତୀୟ ରେଲୱେ ଦେଉଥିବା ସୁବିଧାର ଲାଭ ମାଗଣାରେ ଉଠାଇ ପାରିବେ । କାରଣ ଯାତ୍ରା କଲେ ଏଣିକି ମିଳିବ ରିୱାର୍ଡ ।

ଖୁବଶୀଘ୍ର ଭାରତୀୟ ରେଳବାଇ ଲୟାଲ୍ଟି ପ୍ରୋଗ୍ରାମ ଆରମ୍ଭ କରିବାକୁ ଯାଉଛି । ଯାହାଦ୍ଵାରା ନିୟମିତ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରିୱାର୍ଡ ମିଳିବ ଏବଂ ଲୋକଙ୍କୁ ପରିବେଶ ଅନୁକୂଳ ଯାତ୍ରା ପାଇଁ ପ୍ରୋତ୍ସାହନ କରାଯିବ । ରେଲୱେର ଏହି ପଦକ୍ଷେପ ବଜେଟ୍ ଏୟାରଲାଇନ୍ସ ପ୍ରତି ଆକର୍ଷିତ ହେଉଥିବା ଯାତ୍ରୀଙ୍କୁ ବାନ୍ଧି ରଖିବା ପାଇଁ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି ।

ଏଥିସହ ପଢ଼ନ୍ତୁ: ରେଲୱେ ବଦଳାଇଲା ନିୟମ; RAC ଯୁଗ ଶେଷ, ସ୍ଲିପରରେ ଗଲେ କମ୍‌ରେ ଦେବେ ୨୦୦ କିମିର ଭଡ଼ା

ରେଲୱେର ଲୟାଲ୍ଟି ପ୍ରୋଗ୍ରାମ କ'ଣ ?

ରେଲୱେର ଲୟାଲ୍ଟି ପ୍ରୋଗ୍ରାମ ଅନୁସାରେ, ନିୟମିତ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପ୍ରତି କିଲୋମିଟର ପିଛା ରିୱାର୍ଡ ପଏଣ୍ଟସ୍ ମିଳିବ । ଉକ୍ତ ରିୱାର୍ଡକୁ ଖାଦ୍ୟପାନୀୟରୁ ନେଇ ଟ୍ରେନ୍ ଭଡ଼ା ପାଇଁ କ୍ୟାସ୍‌ ଆକାରରେ ବ୍ଯବହାର କରିପାରିବେ ।

ରେଲୱେ ବୋର୍ଡ ଅନୁସାରେ, IRCTC ପୋର୍ଟାଲକୁ ଡିଜିଟାଲ୍ ୱାଲେଟ୍ ଭଳି ଅପଡେଟ୍ କରାଯିବ । ଫଳରେ ଯାତ୍ରା ଯେତେ ଲମ୍ବା ହେବ, ସେତିକି ଅଧିକ ଡିଜିଟାଲ୍ ୱାଲେଟ୍‌ରେ ପଏଣ୍ଟସ୍ ମିଳିବ । ଉକ୍ତ ପଏଣ୍ଟସ୍‌କୁ କ୍ୟାସ୍ ଭାବେ ବ୍ୟବହାର କରାଯାଇ ପାରିବ । ଏହି ଯୋଜନାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏପ୍ରିଲ୍‌ରୁ ବନ୍ଦେ ଭାରତ ଓ ତେଜସ୍ ଏକ୍ସପ୍ରେସ୍ ଭଳି ପ୍ରିମିୟମ୍ ଟ୍ରେନ୍‌ରେ ଆରମ୍ଭ କରାଯାଇପାରେ ।

ଏହି ପ୍ରକଳ୍ପ ଲାଗି ଏକ ଡିଜିଟାଲ୍ ସିଷ୍ଟମ ହେବ । ଯେଉଁଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଦେଣନେଣ ଡାଟା ରହିବ । ଏହି ବ୍ୟବସ୍ଥାରେ ଯାତ୍ରୀଙ୍କ ସୁରକ୍ଷିତ ରଖାଯିବା ସହ ରିୱାର୍ଡ ତୁନ୍ତ ମିଳିବା ନେଇ ସୁନିଶ୍ଚିତ କରାଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ରେଲୱେ ପାଖରେ କୌଣସି ବଡ଼ ଲୟାଲ୍ଟ ସିଷ୍ଟମ ନାହିଁ । ଏବେ ଆରମ୍ଭ ହେବାକୁ ଯାଉଥିବା ଯୋଜନାର ଉଦ୍ଦେଶ୍ୟ ଯାତ୍ରୀ ଓ ସାମଗ୍ରୀ ପଠାଉଥିବା ଗ୍ରାହକ ସଡ଼କ ଓ ଆକାଶ ପଥ ପରିବର୍ତ୍ତେ ରେଲୱେକୁ ବାଛନ୍ତୁ । କାରଣ ଟ୍ରେନ୍ ପରିବେଶ ଉପରେ କମ୍ ପ୍ରଭାବ ପକାଏ ।

ଏଥିସହ ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ୱେଟିଂ ଓ RAC ଥିଲେ ଆଉ କରନ୍ତୁନି ଚିନ୍ତା; ବଡ଼ ପରିବର୍ତ୍ତନ କଲା ରେଲୱେ

ଯାତ୍ରୀଙ୍କୁ ମିଳିବ ଫାଇଦା

ରେଲୱରେ ଦାବି ଅନୁସାରେ, ଏହା ଦୁନିଆର ସବୁଠୁ ବଡ଼ ଲୟାଲ୍ଟି ପ୍ରୋଗ୍ରାମ ହେବ । ଯେଉଁଥିରେ ୭ ହଜାରରୁ ଅଧିକ ରେଲୱେ ଷ୍ଟେସନ, ସାଢ଼େ ୩ ହଜାର କିମି ଦୂର ଟ୍ରେନ୍ ଓ ପ୍ରତିଦିନ ୩ କୋଟି ଯାତ୍ରୀଙ୍କୁ ସାମିଲ୍ କରାଯିବ । ରିୱାର୍ଡ ପଏଣ୍ଟସ୍ ଧାରୀ ଯାତ୍ରୀଙ୍କୁ ଟିକେଟ୍ ବୁକିଂ ବେଳେ ରିହାତି ମିଳିବ ଅଥବା ପଏଣ୍ଟସ୍ ଆଧାରରେ ସମ୍ପୂର୍ଣ୍ଣ ଟିକେଟ୍ ମାଗଣା ହୋଇଯିବ ।

ଏଥିସହ ଯାତ୍ରା ସମୟରେ ରେଲୱେ ଷ୍ଟେସନରେ ଲକଜୁରୀ ଲାଉଞ୍ଜରେ ମାଗଣାରେ ବିଶ୍ରାମ ନେଇ ପାରିବେ । ଇ-କ୍ୟାଟରିଂରୁ ଅର୍ଡର କରି ଟ୍ରେନ୍‌ର ପସନ୍ଦର ଖାଇବା ମାଗଣାରେ ଖାଇ ପାରିବେ । ଥାର୍ଡ ଏସିରୁ ସେକେଣ୍ଡ ଏସି ଏବଂ ସେକେଣ୍ଡ ଏସିରୁ ଫାଷ୍ଟ ଏସି ଟିକେଟ୍ ଅପଗ୍ରେଡ୍ କରାଇବାର ସୁବିଧା ମିଳିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Railways Free Ticket Scheme: ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ... | Argus News