Videos
|
Business

LPG Subsidy Rule Change / LPGକୁ ନେଇ ବଡ଼ ଖବର; ଅକ୍ଟୋବର ୧ରୁ ଗ୍ୟାସ୍ ସିଲିଣ୍ଡର ପାଇଁ ଆଧାର ଜରୁରୀ

Sushanta Sahoo
Browse all articles by Sushanta Sahoo
·55 mins ago·2 min read
LPGକୁ ନେଇ ବଡ଼ ଖବର; ଅକ୍ଟୋବର ୧ରୁ ଗ୍ୟାସ୍ ସିଲିଣ୍ଡର ପାଇଁ ଆଧାର ଜରୁରୀ
Aadhaar Needed for Gas Cylinder From October 1

Key Points

ଆସନ୍ତା ମାସରୁ ସବସିଡିଯୁକ୍ତ ଗ୍ୟାସ୍ ରିଫିଲ୍ ବୁକ୍ କରିବା ପାଇଁ ଗ୍ରାହକଙ୍କୁ BAA ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଶନିବାର ଏ ସମ୍ବନ୍ଧିତ ନିର୍ଦ୍ଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି ।
ନୂଆଦିଲ୍ଲୀ: ଘରୋଇ ଗ୍ୟାସ୍ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ସବସିଡିରେ ମିଳୁଥିବା ଗ୍ୟାସ୍ ପାଇଁ ଅକ୍ଟୋବର ପହିଲାରୁ ବଦଳିବାକୁ ଯାଉଛି ନିୟମ । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅକ୍ଟୋବର ୧ରୁ ସବସିଡିଯୁକ୍ତ ଘରୋଇ LPG ରିଫିଲ୍ ଲାଗି ଆଧାର ଅନ୍ଥେଟିକେସନ (BAA)କୁ ବାଧ୍ୟତାମୂଳକ କରିଛି ।

ଅର୍ଥାତ୍ ଆସନ୍ତା ମାସରୁ ସବସିଡିଯୁକ୍ତ ଗ୍ୟାସ୍ ରିଫିଲ୍ ବୁକ୍ କରିବା ପାଇଁ ଗ୍ରାହକଙ୍କୁ BAA ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଶନିବାର ଏ ସମ୍ବନ୍ଧିତ ନିର୍ଦ୍ଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି । ଏହାର ଉଦ୍ଦେଶ୍ୟ ସବସିଡିଯୁକ୍ତ LPG ସିଲିଣ୍ଡରର ଲାଭ କେବଳ ଯୋଗ୍ୟ ପରିବାରକୁ ମିଳିବା ।

ଏଥିସହ ପଢ଼ନ୍ତୁ: ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ବଡ଼ ନିଷ୍ପତ୍ତି, ଗ୍ରାହକଙ୍କୁ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ 

BAA କାହିଁକି ଜରୁରୀ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅନୁସାରେ, ବାୟୋମେଟ୍ରିକ୍ ଆଧାର ଅନ୍ଥେଟିକେସନ ଦ୍ଵାରା ପ୍ରତିଟି LPG ସଂଯୋଗ ଆଧାର-ପ୍ରମାଣିତ ଉପଭୋକ୍ତା ସହ ଯୋଡ଼ି ହେବ । ଫଳରେ ସବସିଡିଯୁକ୍ତ ଘରୋଇ ସିଲିଣ୍ଡରର ବାଣିଜ୍ୟିକ ଏବଂ ଶିଳ୍ପ ବ୍ୟବହାରକୁ ରୋକଯାଇ ପାରିବ । ନକଲି ଏବଂ ଅଯୋଗ୍ୟ ସଂଯୋଗ ବାଦ୍ ଦେବାରେ ସହାୟକ ହେବ ।

ମନ୍ତ୍ରଣାଳୟ ଅନୁସାରେ, ଏହାଦ୍ଵାରା ଗ୍ୟାସ୍ ସିଲିଣ୍ଡର ବିତରଣ ବ୍ୟବସ୍ଥା ଆହୁରି ସ୍ଵଚ୍ଛ ହେବ । ଯାହାର ଫାଇଦା ଯୋଗ୍ୟ ଓ ଆବଶ୍ୟକ ଥିବା ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚା ଯାଇ ପାରିବ ।

ସରକାର ସ୍ପଷ୍ଟ କରିଛନ୍ତି ଯେ, ନିର୍ଭର ଯୋଗ୍ୟ ପରିବାର ସିଲିଣ୍ଡରରୁ ବଞ୍ଚିତ ହେବେ ନାହିଁ । ଏହାକୁ ନେଇ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଯୋଗ୍ୟ ଉପଭୋକ୍ତା ଏକାଧିକ ପ୍ରକ୍ରିୟାରେ ସେମାନଙ୍କ ବାୟୋମେଟ୍ରିକ୍ ଆଧାର ଅନ୍ଥେଟିକେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ପାରିବେ ।

୨୭.୪୩ କୋଟି ଗ୍ରାହକଙ୍କ BAA ସମ୍ପୂର୍ଣ୍ଣ

ସରକାରୀ ତଥ୍ୟ ଅନୁସାରେ, ୨୦୨୬ ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ଦେଶର ୨୭.୪୩ କୋଟି ଗ୍ୟାସ୍ ଉପଭୋକ୍ତା ସେମାନଙ୍କ ବାୟୋମେଟ୍ରିକ୍ ଆଧାର ଅନ୍ଥେଟିକେସନ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି । ଅର୍ଥାତ୍ ମୋଟ ଗ୍ୟାସ୍ ଉପଭୋକ୍ତାର ୮୯.୯ ପ୍ରତିଶତ BAA ସାରିଛନ୍ତି ।

ଏଥିସହ ପଢ଼ନ୍ତୁ: ସତରେ କଣ ମର୍ଜ ହେବ ୯ଟି ସରକାରୀ ବ୍ୟାଙ୍କ; ଭାଇରାଲ ଡକ୍ୟୁମେଣ୍ଟକୁ ନେଇ ଚର୍ଚ୍ଚା 

କେମିତି କରିବେ BAA ?

LPG ଗ୍ରାହକ ସେମାନଙ୍କ ସୁବିଧା ଅନୁସାରେ, ବାୟୋମେଟ୍ରିକ୍ ଆଧାର ଅନ୍ଥେଟିକେସନ୍ ବିଭିନ୍ନ ଉପାୟରେ କରି ପାରିବେ ।

  • ସିଲିଣ୍ଡର ବିତରଣ ବେଳେ: LPG ସିଲିଣ୍ଡର ବିତରଣ କରୁଥିବା ବ୍ୟକ୍ତି OMC ମୋବାଇଲ୍ ଆପ୍ ଜରିଆରେ ଗ୍ରାହକଙ୍କ BAA ସମ୍ପୂର୍ଣ୍ଣ କରିପାରିବେ ।
  • LPG ଡିଷ୍ଟିବ୍ୟୁଟର: ଗ୍ରାହକ ସେମାନଙ୍କ LPG ଡିଷ୍ଟିବ୍ୟୁଟର୍ ପଏଣ୍ଟକୁ ଯାଇ ବାୟୋମେଟ୍ରିକ୍ ଆଧାର ଅନ୍ଥେଟିକେସନ୍ ପ୍ରକ୍ରିୟା କରିପାରିବେ ।
  • OMC ମୋବାଇଲ୍ ଆପ୍: ଏଥିସହ ଘରେ ବସି ନିଜ ମୋବାଇଲ୍ ଆପ୍‌ରେ ଏହି ପ୍ରକ୍ରିୟା କରାଯାଇ ପାରିବ । ଏଥିପାଇଁ ଗ୍ରାହକ ସେମାନେ ବ୍ୟବହାର କରୁଥିବା ଗ୍ୟାସ୍ କମ୍ପାନୀର ଆପ୍ ଲଗଇନ୍ କରି ପ୍ରକ୍ରିୟା ଅନୁପାଳନ କରିବାକୁ ପଡ଼ିବ ।


Related Topics

Explore more stories