Windows OS / ସତରେ ବନ୍ଦ ହୋଇଯିବ କି Windows ? ଜାଣନ୍ତୁ ଏହା ପଛର କାହାଣୀ...

Key Points
ବିଶେଷ କରି ବ୍ୟାଙ୍କ, ସ୍ୱାସ୍ଥ୍ୟସେବା ଓ ନିୟମ ପାଳନ ଉପରେ ଧ୍ୟାନ ଦେଉଥିବା ସଂସ୍ଥାଗୁଡ଼ିକୁ ତୁରନ୍ତ ପିସି ବଦଳାଇବାକୁ ପଡ଼ିପାରେ।
କମ୍ପାନି ସୁରକ୍ଷା ଅପ୍ଡେଟ୍ ଓ ଅଫିସିଆଲ ବୈଷୟିକ ସହାୟତା ବନ୍ଦ କରିବ ତେଣୁ ପୁରୁଣା ପିସି ଦୁର୍ବଳ ହୋଇଯିବ।
ଆଉ ଚାଲିବନି କମ୍ପ୍ୟୁଟର ! ଆମ ପାଖରେ ଥିବା ଲାପ୍ଟପ୍ କମ୍ପ୍ୟୁଟର ସବୁ ହୋଇଯିବ ଅକାମୀ ! ଏମିତି କିଛି ଚର୍ଚ୍ଚା ଏବେ ଖୁବ୍ ଜୋର୍ରେ ଆରମ୍ଭ ହୋଇଛି । କାରଣ ବନ୍ଦ ହୋଇଯିବ ଓ୍ୱିଣ୍ଡୋଜ୍ ବୋଲି ଖବର ଆସୁଛି । ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ ନୁହେଁ । ତେବେ କ'ଣ ରହିଛି ଏହା ପଛରେ କାହାଣୀ ? ଜାଣିବା ପାଇଁ ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ।
ଯଦି ଓ୍ୱିଣ୍ଡୋଜ୍ ବନ୍ଦ ହୋଇଯାଏ, ବିଭିନ୍ନ କ୍ଷେତ୍ରର କାମ ଠପ୍ ହୋଇଯିବ । ଏମିତି ଅନୁଭବ ହେବ ଯେମିତି ସବୁ କିଛି ଅଚଳ ହୋଇଯାଇଛି । ଦୁନିଆ ଯେମିତି ୫୦ ବର୍ଷ ପଛକୁ ଫେରିଯାଇଛି । ହେଲେ ବାସ୍ତବ କଥା ହେଲା, ଓ୍ୱିଣ୍ଡୋଜ୍ ବନ୍ଦ ହେବନି । କିନ୍ତୁ ଏଣିକି ଓ୍ୱିଣ୍ଡୋଜ ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଦେୟ । କାରଣ ଇଣ୍ଟରନେଟ୍ ଭଳି ଓ୍ୱିଣ୍ଡୋଜ୍ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ସାମିଲ ହୋଇଯାଇଛି ।
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
ବିଲ୍ ଗେଟ୍ସଙ୍କ କମ୍ପାନି ମାଇକ୍ରୋସଫ୍ଟ ଏହାର ୱିଣ୍ଡୋଜ୍ ୧୦ ଅପରେଟିଂ ସିଷ୍ଟମକୁ ନିୟମିତ ଅପ୍ଡେଟ୍ ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଅକ୍ଟୋବର ୧୪ରୁ ଏହା କୌଣସି ଅପ୍ଡେଟ୍ ଦେବ ନାହିଁ। ଫଳରେ ୱିଣ୍ଡୋଜ୍ ୧୦ରେ ଚାଲୁଥିବା କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବ ଓ ସେଥିରେ ସାଇବର ଆକ୍ରମଣ ଆଶଙ୍କା ବଢ଼ିଯିବ। ଅପ୍ଡେଟ୍ ପାଇବାକୁ ହେଲେ ଅର୍ଥରାଶି ଗଣିବାକୁ ପଡ଼ିବ। ଯେଉଁମାନେ ପେମେଣ୍ଟ କରି ସୁରକ୍ଷା ଅପ୍ଡେଟ୍ ଆଣିବେ ସେମାନଙ୍କ କମ୍ପ୍ୟୁଟର ସୁରକ୍ଷିତ ରହିବ।
ମାଇକ୍ରୋସଫ୍ଟର ଏହି ନିଷ୍ପତ୍ତି ଦ୍ବାରା ଭାରତରେ ଚାଲୁଥିବା ବହୁ ସଂଖ୍ୟାରେ କମ୍ପ୍ୟୁଟର ଅଲୋଡ଼ା ହୋଇଯିବ। ବିଶେଷ କରି କୋଭିଡ୍ ମହାମାରୀ ସମୟରେ କିଣାଯାଇଥିବା ପିସିଗୁଡ଼ିକୁ ବଦଳାଇବା ଭଳି ସ୍ଥିତି ସୃଷ୍ଟି ହେବ। ଏହା ସାଧାରଣ ଗ୍ରାହକ, କ୍ଷୁଦ୍ର ସଂସ୍ଥା ଓ ବୃହତ୍ ଉଦ୍ୟୋଗଗୁଡ଼ିକୁ ଗୁରୁତର ପ୍ରଭାବିତ କରିବାର ଆଶଙ୍କା ରହିଛି। ଯେହେତୁ କମ୍ପାନି ସୁରକ୍ଷା ଅପ୍ଡେଟ୍ ଓ ଅଫିସିଆଲ ବୈଷୟିକ ସହାୟତା ବନ୍ଦ କରିବ ତେଣୁ ପୁରୁଣା ପିସି ଦୁର୍ବଳ ହୋଇଯିବ। ବିଶେଷ କରି ବ୍ୟାଙ୍କ, ସ୍ବାସ୍ଥ୍ୟସେବା ଓ ନିୟମ ପାଳନ ଉପରେ ଧ୍ୟାନ ଦେଉଥିବା ସଂସ୍ଥାଗୁଡ଼ିକୁ ତୁରନ୍ତ ପିସି ବଦଳାଇବାକୁ ପଡ଼ିପାରେ।
ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?
ସେମାନଙ୍କ ପାଖରେ ଦୁଇଟି ବିକଳ୍ପ ରହିବ। ୱିଣ୍ଡୋଜ୍ ୧୦ ପିସିଗୁଡ଼ିକୁ ବଦଳାଇ ୱିଣ୍ଡୋଜ୍ ୧୧ ପିସି କିଣିବେ କିମ୍ବା ଅର୍ଥ ଦେଇ ସୁରକ୍ଷା ସହାୟତା ହାସଲ କରିବେ। ବର୍ଦ୍ଧିତ ସୁରକ୍ଷା ଅପ୍ଡେଟ୍ ନେବାକୁ ହେଲେ ବର୍ଷକୁ କମ୍ପ୍ୟୁଟର ପିଛା ୫୩୦୦ ଟଙ୍କା ଗଣିବାକୁ ପଡ଼ିବ। ଯଦିଓ କମ୍ପାନି ୱିଣ୍ଡୋଜ୍ ୧୦କୁ କୌଣସି ସୁରକ୍ଷା ସହାୟତା ଦେବନାହିଁ, କିନ୍ତୁ ଏହି ଅପରେଟିଂ ସିଷ୍ଟମ୍ ଥିବା କମ୍ପ୍ୟୁଟରଗୁଡ଼ିକରେ ୨୦୨୮ ଅକ୍ଟୋବର ୧୦ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ୱାର୍ଡ, ଏକ୍ସେଲ୍, ଆଉଟ୍ଲୁକ୍ ଭଳି ସଫ୍ଟୱେର କାମ କରିବ। ଫଳରେ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥାଗୁଡ଼ିକ କମ୍ପ୍ୟୁଟରକୁ ବ୍ୟବହାର କରିବା ଜାରି ରଖି ପାରିବେ।
📱 Get Argus News App
✨Related Topics
Explore more stories