Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Double Salary for Overtime / ନୂଆ ଶ୍ରମ ଆଇନ୍ କରିବ ମାଲେମାଲ୍; ଓଭର ଟାଇମ୍ କଲେ ମିଳିବ ଦ୍ଵିଗୁଣା ଦରମା

Sushanta Sahoo
Browse all articles by Sushanta Sahoo
·2 months ago·3 min read
ନୂଆ ଶ୍ରମ ଆଇନ୍ କରିବ ମାଲେମାଲ୍; ଓଭର ଟାଇମ୍ କଲେ ମିଳିବ ଦ୍ଵିଗୁଣା ଦରମା
Big Update for Employees

Key Points

କମ୍ପାନୀରେ କର୍ମଚାରୀଙ୍କ ଶୋଷଣ ଉପରେ ଲାଗିବ ଅଙ୍କୁଶ । ଅତିରିକ୍ତ କାର୍ଯ୍ୟ ଘଣ୍ଟା ପାଇଁ କମ୍ପାନୀ ଦେବ ଡବଲ୍ ଦରମା । ଓଭର ଟାଇମ୍‌କୁ ନେଇ ନୂଆ ଶ୍ରମ ନୀତିରେ କଡ଼ାକଡ଼ି କରାଯାଇଛି ନିୟମ ।
ନୂଆଦିଲ୍ଲୀ: କ'ଣ ଆପଣ ମଧ୍ୟ କୌଣସି ଅଫିସ୍ କିମ୍ବା ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଛନ୍ତି । ୮ରୁ ୯ ଘଣ୍ଟାର କାର୍ଯ୍ୟ ସମୟ ସରିବା ପରେ କାମ କରିବାକୁ ପଡ଼ୁଛି କି ? ଯଦି ହଁ... ତାହେଲେ ନୂଆ ଶ୍ରମ ଆଇନ୍‌ରେ ଆପଣଙ୍କ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଏଣିକି ଅଫିସ୍‌ରେ ଆପଣଙ୍କ ସିଫ୍ଟ ସରିବା ପରେ ଅତିରିକ୍ତ ସମୟ କାର୍ଯ୍ୟ କଲେ କମ୍ପାନୀ ଆପଣଙ୍କୁ ଅଧିକ ସମୟ ପାଇଁ ଦ୍ଵିଗୁଣା ଦରମା (Double Wage) ଦେବ । ଅର୍ଥାତ୍ ଆପଣ ଘଣ୍ଟାଏରେ ଯେତିକି ପାଉଛନ୍ତି କମ୍ପାନୀ ତାର ଡବଲ୍ ଟଙ୍କା ଦେବ ।

ଏଥିସହ ପଢ଼ନ୍ତୁ: ନୂଆ ଶ୍ରମ କୋଡ୍‌ରେ କର୍ମଚାରୀଙ୍କୁ ମିଳିବ ଲାଭ; କମ୍ପାନୀ ଛାଡ଼ିବାର ୨ ଦିନରେ ମିଳିବ ଦରମା

ଓଭର ଟାଇମ୍‌ ପାଇଁ ନୂଆ ନିୟମ

ସରଳ ଭାଷାରେ କହିବାକୁ ଗଲେ, ଆପଣଙ୍କ ସିଫ୍ଟ ସରିବା ପରେ ଆପଣ ଦେଉଥିବା ଅତିରିକ୍ତ ପ୍ରତିଟି ମିନିଟ୍‌କୁ ଓଭରଟାଇମ୍ କୁହାଯିବ । ପୂର୍ବରୁ ଅନେକ କମ୍ପାନୀ ସିଫ୍ଟ ପରେ କାମ କରାଉଥିଲେ, କିନ୍ତୁ ଟଙ୍କା ଦେଉ ନଥିଲେ ।

ଏହି ଶୋଷଣକୁ ରୋକିବା ପାଇଁ ସରକାର ଓ ଶ୍ରମ ବିଭାଗ ଆଇନ୍‌କୁ କଡ଼ାକଡ଼ି କରିଛନ୍ତି । ଏଣିକି କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କ ଓଭର ଟାଇମ୍ ରେକର୍ଡ ରଖିବା ସହ ଟଙ୍କା ଦେବାକୁ କୁହାଯାଇଛି ।

ନୂଆ ନିୟମ ଅନୁସାରେ, କର୍ମଚାରୀଙ୍କୁ ଓଭର ଟାଇମ୍ ଲାଗି ଟଙ୍କା ଦେବାକୁ କୌଣସି ବି କମ୍ପାନୀ ମନା କରିପାରିବେ ନାହିଁ । ଯଦି କୌଣସି କମ୍ପାନୀ ଟଙ୍କା ନ ଦିଏ, ତାହେଲେ କମ୍ପାନୀ ଉପରେ ଜରିମନା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେମିତି ଗଣନା ହେବ ଓଭର ଟାଇମ୍ ?

  • ନୂଆ ଶ୍ରମ ଆଇନ୍‌ରେ ପ୍ରତିଟି ମିନିଟ୍‌କୁ ଓଭର ଟାଇମ୍ ଭାବେ ଗଣାଯିବ ।
  • ଯଦି ଆପଣ ସିଫ୍ଟ ସରିବା ପରେ ୧୫ରୁ ୨୦ ମିନିଟ୍ ସମୟ ଅତିରିକ୍ତ ଦିଅନ୍ତି । ତାହେଲେ ତାହାକୁ ଅତିରିକ୍ତ ୩୦ ମିନିଟ୍ ଗଣନା କରାଯିବ ।
  • ସେହିଭଳି ଆପଣ ୩୦ ମିନିଟ୍‌ରୁ ଅଧିକ ସମୟ ଓଭର ଟାଇମ୍ କଲେ ତାହାକୁ ୧ ଘଣ୍ଟା ବୋଲି ଗଣନା କରା ହେବ ।
  • ପୂର୍ବରୁ କମ୍ପାନୀ ଘଣ୍ଟାଏ କିମ୍ବା ୨ ଘଣ୍ଟା ଓଭର ଟାଇମ୍‌କୁ ଅଣଦେଖା କରୁଥିଲେ । ଏଣିକି ଏଭଳି କରିବା ବେଆଇନ୍ ।

ଓଭର ଟାଇମ୍‌ର ସମୟ ସୀମା

  • କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷାକୁ ଧ୍ୟାନରେ ରଖି ସରକାର ଓଭର ଟାଇମ୍‌ର ସମୟ ସୀମା ସ୍ଥିର କରିଛନ୍ତି ।
  • ନୂଆ ଶ୍ରମ ନୀତିରେ କର୍ମଚାରୀଙ୍କ ପାଇଁ ଦୈନିକ ୮ ଘଣ୍ଟା ଏବଂ ସପ୍ତାହକୁ ୪୮ ଘଣ୍ଟାର କର୍ମ ସପ୍ତାହ ସ୍ଥିର କରାଯାଇଛି ।
  • କୌଣସି ବି କର୍ମଚାରୀ ଓଭର ଟାଇମ୍ ବିନା ୪୮ ଘଣ୍ଟାରୁ ଅଧିକ ସମୟ କାମ କରିବେ ନାହିଁ ।
  • ଆପଣ ସପ୍ତାହକୁ ୪ ଦିନ କିମ୍ବା ୫ ଦିନ କାମ କରନ୍ତୁ, କିନ୍ତୁ ମୋଟ କାର୍ଯ୍ୟ ସମୟ ୪୮ ଘଣ୍ଟା ରହିବ ।
  • ଯଦି କୌଣସି କର୍ମଚାରୀ ସପ୍ତାହରେ ୪ ଦିନ କାମ କରନ୍ତି, ତାହେଲେ ତାଙ୍କ କାର୍ଯ୍ୟ ସମୟ ୧୨ ଘଣ୍ଟା ହୋଇପାରେ । ଯେଉଁଥିରେ ବିରତି ସମୟ ରହିବ ।
  • ଓଭରଟାଇମ୍‌କୁ ମିଶାଇ ଗୋଟିଏ ଦିନରେ କେହି ୧୨ ଘଣ୍ଟାରୁ ଅଧିକ କାମ କରିବେ ନାହିଁ ।
  • ତ୍ରୈମାସିକରେ ସର୍ବାଧକ ୧୨୫ରୁ ୧୪୪ ଘଣ୍ଟା (ରାଜ୍ୟ ଅନୁସାରେ ଭିନ୍ନ) ପର୍ଯ୍ୟନ୍ତ ଓଭର ଟାଇମ୍ କରି ପାରିବେ ।

ଏଥିସହ ପଢ଼ନ୍ତୁ: ବେସିକ୍ ପେ' ଅଧିକ ଥିଲେ, କଟିବ ଅଧିକ PF ? କ'ଣ କହିଲା ଶ୍ରମ ମନ୍ତ୍ରଣାଳୟ ?

୨ ଦିନରେ ହିସାବ


ନୂଆ ଶ୍ରମ କୋଡ୍ ଅନୁସାରେ, ଯଦି କୌଣସି କର୍ମଚାରୀ ଚାକିରି ଛାଡ଼ନ୍ତି କିମ୍ବା କମ୍ପାନୀ ବାହାର କରିଦିଏ । ତାହେଲେ ତାଙ୍କୁ ୨ କାର୍ଯ୍ୟ ଦିବସ ଭିତରେ ଫୁଲ୍ ଆଣ୍ଡ୍ ଫାଇନାଲ୍ ସେଟଲମେଣ୍ଟ ମିଳିବ । ଯେଉଁଥିରେ ଓଭର ଟାଇମ୍ ବକେୟା ଟଙ୍କା ମଧ୍ୟ ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New Labour Law: Get Double Salary for Overtime Work in India | Argus News | Argus News