NHAI Toll Rule / ଟୋଲ୍ ଟିକସରୁ ବଡ଼ ଆଶ୍ଵସ୍ତି; ଶୁଳ୍କ ନିୟମରେ NHAI କଲା ସଂଶୋଧନ
·2 hours ago·2 min read

Key Points
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶୁଳ୍କ ନିୟମରେ ସଂଶୋଧନ କରିଛନ୍ତି । ଆଉ ସଂଶୋଧିତ ଦର ଲାଗ କରି NHAI ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛି ।
ନୂଆଦିଲ୍ଲୀ: ଜାତୀୟ ରାଜପଥ (NH)ରେ ଯାତ୍ରା କରୁଥିବା କୋଟି କୋଟି ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ଖୁସି ଖବର ଦେଲା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (NHAI) । ଯଦି ଆପଣ ଯାଉଥିବା ରାସ୍ତାରେ ଲମ୍ବ ପୋଲ, ସୁଡ଼ଙ୍ଗ, ଫ୍ଲାଏଓଭର କିମ୍ବା ଏଲିଭେଟେଡ୍ ରୋଡ୍ ରହିଛି । ତାହେଲେ ପୂର୍ବ ତୁଳନାରେ ଆପଣଙ୍କୁ କମ୍ ଟୋଲ୍ ଟିକସ ଦେବାକୁ ପଡ଼ିବ ।
ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (NHAI) ଶୁଳ୍କ ନିୟମରେ ସଂଶୋଧନ କରିଛନ୍ତି । ଆଉ ସଂଶୋଧିତ ଦର ଲାଗ କରି NHAI ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛି । ନୂଆ ନିୟମ ଅନୁସାରେ, ଟୋଲ୍ ଦରର ସମୀକ୍ଷା ଓ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିବାକୁ ଦିଆଯାଇଛି ନିର୍ଦ୍ଦେଶ ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟା ଖୋଲା ରହିବ ସେୟାର ବଜାର ! ବଦଳିଯିବ ଟ୍ରେଡିଂର ଦୁନିଆ
ସାଧାରଣତଃ କୌଣସି ହାଇୱେର ବ୍ରିଜ୍, ସୁଡ଼ଙ୍ଗ କିମ୍ବା ଏଲିଭେଟେଡ୍ ରାସ୍ତା ନିର୍ମାଣ କରିବା ଓ ତାର ରକ୍ଷାଣବେକ୍ଷଣ ଅତ୍ୟଧିକ ବ୍ୟୟ ସାପେକ୍ଷ ହୋଇଥାଏ । ଯେଉଁଥିପାଇଁ ପୁରୁଣା ନିୟମରେ ରାସ୍ତାର ଲମ୍ବର ୧୦ ଗୁଣା ଆଧାରରେ ଟୋଲ୍ ଗଣନା କରାଯାଉଥିଲା ।
ଉଦାହରଣକୁ ନେଲେ କୌଣସି NHରେ ୫ କିଲୋମିଟର ଲମ୍ବର ସୁଡ଼ଙ୍ଗ କିମ୍ବା ଏଲିଭେଟେଡ୍ ରାସ୍ତା ଥିଲେ ଟୋଲ୍ ବାବଦକୁ ୫୦ କିଲୋମିଟର ସଡ଼କ ହିସାବରେ ଗଣତି କରାଯାଉତିଲା । ପାହାଡ଼ିଆ ଅଞ୍ଚଳ, ଏକ୍ସପ୍ରେସ୍ ୱେ ଓ ବଡ଼ ସହରିଆ ରାସ୍ତାରେ ଦୀର୍ଘ ବ୍ରିଜ୍ କିମ୍ବା ଏଲିଭେଟେଡ୍ ହାଇୱେ ଥିବାରୁ ତାର ବୋଝ ସାଧାରଣ ଜନତା ଓ ଗାଡ଼ି ଚାଳକଙ୍କ ଉପରେ ପଡ଼ୁଥିଲା ।
ଏବେ ଉକ୍ତ ସମସ୍ୟାର ସମାଧାନ କରିବାକୁ ଯାଇ NHAI ଆଗଭର ହୋଇଛି । ଟୋଲ୍ ଦରକୁ ବ୍ୟବହାରିକ କରିବାକୁ ସରକାର ଟୋଲ୍ ସଂଶୋଧନ ନିୟମ ଜାରି କରିଛନ୍ତି । ଏହି ଗଣିତ ଅନୁସାରେ, ଟୋଲ୍ ଟିକସ ପୂର୍ବାପେକ୍ଷା ୪୦ ପ୍ରତିଶତ ଶସ୍ତା ହୋଇଯିବ ।
ଟୋଲ୍ର ନୂଆ ଗଣିତ
ସଂଶୋଧିତ ଶୁଳ୍କ ନିୟମ ୨୦୦୮ ଅନୁସାରେ, ଏବେ ଟୋଲ୍ ଗଣନା ପାଇଁ ସ୍ଵଚ୍ଛ ଓ ସନ୍ତୁଳିତ ଫର୍ମୁଲା ଅଣାଯାଇଛି । ନୂଆ ଫର୍ମୁଲା ଅନୁସାରେ, ଯେଉଁ ଜାତୀୟ ରାଜପଥରେ ଗୋଟିଏରୁ ଅଧିକ ବ୍ରିଜ୍, ସୁଡ଼ଙ୍ଗ, ଫ୍ଲାଏଓଭର କିମ୍ବା ଏଲିଭେଟେଡ୍ ରାସ୍ତା ଥିବ ସେଠାରେ ଟୋଲ୍ ଗଣନା ପାଇଁ ୨ଟି ପଦ୍ଧତ୍ତି ଆପଣାଯିବ ।
ପ୍ରଥମ ପଦ୍ଧତିରେ ବ୍ରିଜ୍ କିମ୍ବା ସୁଡ଼ଙ୍ଗ ଲମ୍ବକୁ ୧୦ ଗୁଣା କରି ସେହି ଜାତୀୟ ରାଜପଥର ଶେଷ ସାମାନ୍ୟ ଅଂଶର ଲମ୍ବ ସହ ସଂଯୋଗ କରାଯିବ । ଦ୍ଵିତୀୟ ପଦ୍ଧତିରେ ହାଇୱେର ମୋଟ ଲମ୍ବର ୫ ଗୁଣା କରି ଦିଆଯିବ ।
NHAI ଅନୁସାରେ, ଏହି ଦୁଇଟି ଗଣନାରୁ ଯେଉଁଥିରେ ଦୂରତା କମ୍ ରହିବ ସେହି ଆଧରରେ ଟୋଲ୍ ଟିକସ ନିଆଯିବ । ଏଥିସହ ଯେଉଁଠି ପୋଲ କମ୍ବା ଫ୍ଲାଏଓଭରର ଲମ୍ବା ୬୦ ମିଟରରୁ କମ୍ ଥିବ ସେଠାରେ ଅତିରିକ୍ତ ଟିକସ ଆଦାୟ ହେବ ନାହିଁ ।
ଏଥିସହ ପଢ଼ନ୍ତୁ: ୧୯୮୦ ଭଳି ଦୋହଲିଯିବ କି ସୁନା ବଜାର ? ସତର୍କ କରାଇଲେ ବିଶେଷଜ୍ଞ
କେବେଠୁ ଲାଗୁ ହେବ ?
ନିୟମରେ ଏହି ସଂଶୋଧନକୁ ଲାଗୁ କରି ଦିଆଯାଇଛି । କିନ୍ତୁ ଟୋଲ୍ ପ୍ଲାଜାର ପ୍ରକାର ଆଧାରରେ ଏହାର ଲାଭ ଗାଡ଼ି ଚାଳକଙ୍କୁ ଭିନ୍ନ ଭିନ୍ନ ସମୟରେ ମିଳିବ । ବର୍ତ୍ତମାନ ସାର୍ବଜନୀନ ଟୋଲ୍ ପ୍ଲାଜାରେ ନୂଆ ଦର ସେମାନଙ୍କର ଆଗାମୀ ବାର୍ଷିକ ଶୁଳ୍କ ସଂଶୋଧନ ତାରିଖରୁ ଲାଗୁ ହେବ । ଭବିଷ୍ୟତରେ ଆରମ୍ଭ ହେବାକୁ ଥିବା ସମସ୍ତ ନୂଆ ଟୋଲ୍ ପ୍ଲାଜାରେ ପ୍ରଥମ ଦିନରୁ ହିଁ ସଂଶୋଧିତ ଫର୍ମୁଲାରେ ଆଦାୟ ହେବ ଟୋଲ୍ ଟିକସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories