What Is 3F Formula / କଣ ନିର୍ମଳାଙ୍କ '3F ଫର୍ମୁଲା' ? ଯୁଦ୍ଧ ଭିତରେ ଗୁରୁତ୍ଵ ଦେବାକୁ ଦେଶବାସୀଙ୍କୁ ଅପିଲ୍
·1 hour ago·2 min read

Key Points
ଯୁଦ୍ଧ ସଙ୍କଟରୁ ବର୍ତ୍ତିବା ଲାଗି ବଡ଼ ପ୍ରସ୍ତୁତି
3F ଉପରେ ଫୋକସ୍ ପାଇଁ ନିର୍ମଳାଙ୍କ ଅପିଲ୍
3F ଉପରେ ଫୋକସ୍ ପାଇଁ ନିର୍ମଳାଙ୍କ ଅପିଲ୍
ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ସନ୍ତୁଳି ହେଉଛି ପୁରା ବିଶ୍ଵ । ଯୁଦ୍ଧ ଯୋଗୁଁ ଅନେକ ଦେଶର ଅର୍ଥନୀତି ଉପରେ ବଡ଼ ପ୍ରଭାବ ପଡ଼ିଛି । ଶକ୍ତି ସଙ୍କଟଠୁ ଆରମ୍ଭ କରି ଅନେକ ପ୍ରକାର ସମସ୍ୟା ଉପୁଜିଛି । ଯୁଦ୍ଧ ଯୋଗୁଁ ଅନେକ ଦେଶରେ ପେଟ୍ରୋଲ ଡିଜେଲ ଦର, ଅତ୍ୟାବଶ୍ୟକ ସାମଗ୍ରୀ ଓ ମୂଲ୍ୟବାନ ଧାତୁ ସୁନା ରୂପା ଦର ବି ହୁ ହୁ ହୋଇ ବଢୁଛି । ଏହାରି ଭିତରେ ଦେଶବାସୀଙ୍କୁ ୩ଟି 'F' ଉପରେ ଗୁରୁତ୍ଵ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅପିଲ୍ କରିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୁମ୍ଵାଇରେ ଆୟୋଜିତ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ୩୭ତମ ବାର୍ଷିକୀରେ ଯୋଗଦେଇ ଦେଶରେ ବଢୁଥିବା ନିରାଶବାଦ ଭାବନା ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କୁ ଅପିଲ୍ ପରେ ଏଭଳି ଭାବନା କିଛି ଲୋକଙ୍କ ଦ୍ଵାରା ସୃଷ୍ଟି କରାଯାଉଛି ବୋଲି ସେ କହିଥିଲେ । ଦେଶ କେବେ ହେଲେ ଭୟ ସୃଷ୍ଟି କରୁଥିବା ପ୍ରସଙ୍ଗକୁ ବରଦାସ୍ତ କରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଲୋକଙ୍କୁ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବାକୁ ଅପିଲ୍ କରିଥିଲେ । ଏହାସହିତ ବିଦେଶୀ ମୁଦ୍ରା ବଞ୍ଚାଇବା ଉଦ୍ଦେଶ୍ୟରେ ବିଦେଶ ଯାତ୍ରା ନ କରିବାକୁ ଯଥାସମ୍ଭବ ପ୍ରୟାସ କରିବାକୁ ମଧ୍ୟ କହିଥିଲେ । ଏହାସହିତ ସୁନା ମଧ୍ୟ ନ କିଣିବାକୁ କହିଥିଲେ ।
ପଢନ୍ତୁ ଏହି ଖବର: ସଙ୍କଟ ସମୟରେ ଭାରତ-UAE ମେଗା ଡିଲ୍, ଦେଶରେ ଇନ୍ଧନ ଅଭାବ ସମୟରେ LPG ଓ ପେଟ୍ରୋଲିୟମ୍ ଚୁକ୍ତି
ନିର୍ମଳା ସୀତାରମଣଙ୍କ ଅନୁଯାୟୀ, "ଆମକୁ ବୁଝିବାକୁ ପଡ଼ିବ ଯେ ଯେଉଁ ସବୁ ସମସ୍ୟା ଉପୁଜିଛି ତାହା ବାହାର କାରଣରୁ ଉପୁଜିଛି । ଆମକୁ ଏହା ବିଶ୍ଵାସ କରିବାକୁ ପଡ଼ିବ ଯେ ଭାରତର ଘରୋଇ ଆର୍ଥିକ ସ୍ଥଇତି ଆଜି ବି ସକରାତ୍ମକ ଓ ମଜଭୁତ ଅଛି । ବିଶ୍ଵରେ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ଅର୍ଥନୀତି ମଧ୍ୟରେ ଭାରତ ଅଛି । ପଶ୍ଚିମ ଏସିଆ ସଙ୍କଟ ଦ୍ୱାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ମଧ୍ୟରେ କିଛି ଲୋକ ଆମର ନିଜ ସଫଳତାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମଧ୍ୟପ୍ରାଚ୍ୟ ସଂଘର୍ଷ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହେବା ପରଠାରୁ, ହର୍ମୁଜ୍ ପ୍ରଣାଳୀ ଦେଇ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ।

- କଣ ସେହି 3F ଫର୍ମୁଲା ?
#WATCH | Mumbai, Maharashtra: Union Finance Minister Nirmala Sitharaman says, "As I said, the West Asia crisis, Strait of Hormuz crisis, Russia-Ukraine war crisis, Iran-Israel-US war crisis, the supply chain disruption crisis, the increasing fuel price, fertiliser price... these… pic.twitter.com/CnGDEMSu7D
— ANI (@ANI) May 25, 2026
ପଢନ୍ତୁ ଏହି ଖବର: ସଙ୍କଟ ସମୟରେ ଭାରତ-UAE ମେଗା ଡିଲ୍, ଦେଶରେ ଇନ୍ଧନ ଅଭାବ ସମୟରେ LPG ଓ ପେଟ୍ରୋଲିୟମ୍ ଚୁକ୍ତି
ନିର୍ମଳା ସୀତାରମଣଙ୍କ ଅନୁଯାୟୀ, "ଆମକୁ ବୁଝିବାକୁ ପଡ଼ିବ ଯେ ଯେଉଁ ସବୁ ସମସ୍ୟା ଉପୁଜିଛି ତାହା ବାହାର କାରଣରୁ ଉପୁଜିଛି । ଆମକୁ ଏହା ବିଶ୍ଵାସ କରିବାକୁ ପଡ଼ିବ ଯେ ଭାରତର ଘରୋଇ ଆର୍ଥିକ ସ୍ଥଇତି ଆଜି ବି ସକରାତ୍ମକ ଓ ମଜଭୁତ ଅଛି । ବିଶ୍ଵରେ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ଅର୍ଥନୀତି ମଧ୍ୟରେ ଭାରତ ଅଛି । ପଶ୍ଚିମ ଏସିଆ ସଙ୍କଟ ଦ୍ୱାରା ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ମଧ୍ୟରେ କିଛି ଲୋକ ଆମର ନିଜ ସଫଳତାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମଧ୍ୟପ୍ରାଚ୍ୟ ସଂଘର୍ଷ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହେବା ପରଠାରୁ, ହର୍ମୁଜ୍ ପ୍ରଣାଳୀ ଦେଇ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories