MSME / କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ
·10 months ago·2 min read

Key Points
MSME ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ । MSMEଙ୍କୁ କିସମ ପରିବର୍ତ୍ତନ ଫି' ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ଵର: ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (MSME) ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ । MSMEଙ୍କୁ କିସମ ପରିବର୍ତ୍ତନ ଫି' ଏବଂ ଭଡ଼ା ଛାଡ଼ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଏଥିସହ ପଢ଼ନ୍ତୁ: ପିଲାଏ ପଢ଼ିବେ AI ପାଠ, ୨୦୨୬-୨୭ ଶିକ୍ଷା ବର୍ଷରୁ ଆରମ୍ଭ ହେବ କମ୍ପ୍ୟୁଟେସନାଲ୍ ଥିଙ୍କିଂ ପାଠ୍ୟକ୍ରମ
ରାଜସ୍ଵ ମନ୍ତ୍ରୀ କହିଛନ୍ତି, "ଭାରତ ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକରଣ କରିଥିବା MSME ଏବଂ ଜିଲ୍ଲାସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲେ ଜମି କିସମ ପରିବର୍ତ୍ତନ ପାଇଁ ଆଉ ଆବେଦନ କରିବାକୁ ପଡ଼ିବ ନାହିଁ ।
ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା । ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡ଼ ମଧ୍ୟ ଆକାରରେ ପଡୁଥିଲା । ଏବେ ଓଡ଼ିଶାର ସରକାର ଏହି ଦୁଇଟି ଯାକ ଛାଡ଼ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ୧୩ ଜଣଙ୍କୁ ଗିରଫ ପରେ ଫିଟୁଛି ନୂଆ ଲିଙ୍କ୍; ଆଉ ୨ କର୍ପୋରେଟରଙ୍କ ସହ ଆଇନଜୀବୀଙ୍କୁ ଉଠାଇ ନେଲା ପୋଲିସ
ଯେଉଁ କ୍ଷୁଦ୍ର ଲଘୁ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକୃତ ଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିକ ଅଞ୍ଚଳ, ପ୍ରତ୍ନତାତ୍ତ୍ଵିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ । ଉଦ୍ୟୋଗୀ ମାନେ ଉଦ୍ଦେଶ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ।
୨୦୨୧ରୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଉଦ୍ୟମ ରେଜିଷ୍ଟ୍ରେସନ ପୋର୍ଟାଲରେ ପଞ୍ଜିକରଣ କରି MSME ଶିଳ୍ପ ଖୋଲିଛନ୍ତି ରାଜ୍ୟର ୯ ଲକ୍ଷରୁ ଅଧିକ ମହିଳା । ୨୦୨୦-୨୧ ଆର୍ଥିକ ବର୍ଷରେ ୭ ହଜାର ୮୨୩ ଜଣ ମହିଳା ଉଦ୍ୟୋଗୀ ବନିଥିବା ବେଳେ ୨୦୨୧-୨୨ ରେ ୨୦ ହଜାର ୬୮୮ ଜଣ, ୨୦୨୨-୨୩ ରେ ୩୮ ହଜାର ୯୭ ଜଣ, ୨୦୨୩-୨୪ ରେ ୩ ଲକ୍ଷ ୯୯ ହଜାର ୭୨୮ ଜଣ, ୨୦୨୪-୨୫ ରେ ୨ ଲକ୍ଷ ୪୩ ହଜାର ୧୫୪ ଜଣ ଏବଂ ୨୦୨୫-୨୬ ଜୁଲାଇ ମାସ ସୁଦ୍ଧା ୩୬ ହଜାର ୧୮୪ ଜଣ ଓଡ଼ିଆ ମହିଳା ଖୋଲିଛନ୍ତି ନିଜସ୍ୱ MSME ଉଦ୍ୟୋଗ ।

Related Topics
Explore more stories