Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

OMC / ଓଏମସିର ସମସ୍ତ ଖଣି କାର୍ଯ୍ୟକଳାପରେ ଆହୁରି ଶକ୍ତିଶାଳୀ ହେବ ସୁରକ୍ଷା ପ୍ରଣାଳୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଓଏମସିର ସମସ୍ତ ଖଣି କାର୍ଯ୍ୟକଳାପରେ ଆହୁରି ଶକ୍ତିଶାଳୀ ହେବ ସୁରକ୍ଷା ପ୍ରଣାଳୀ
Mining Safety Focus

Key Points

ସୁରକ୍ଷା କ୍ଷେତ୍ରରେ ଓଏମସିର ଡିଜିଟାଲ୍ କରଣ ପ୍ରୟାସକୁ ସ୍ୱାଗତ କରିବା ସହିତ, ଗତ ତିନି ବର୍ଷ ଧରି ଓଏମସିର ସମସ୍ତ ଖଣିରେ ଶୂନ୍ୟ ମୃତ୍ୟୁ ଜନିତ ଦୁର୍ଘଟଣା ରେକର୍ଡ ରହିଥିବାକୁ ପ୍ରଶଂସା କରିଥିଲେ ।
ଭୁବନେଶ୍ଵର: ଓଡ଼ିଶା ଖଣି ନିଗମ (OMC) ଭୁବନେଶ୍ୱରରେ କର୍ପୋରେଟ୍ ସ୍ତରୀୟ ତ୍ରିପାକ୍ଷିକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିଗମର ବିଭିନ୍ନ ଖଣି କାର୍ଯ୍ୟକଳାପରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସମୀକ୍ଷା କରାଯିବା ସହିତ ଖଣି ସୁରକ୍ଷା, କାର୍ଯ୍ୟସ୍ଥଳ ସ୍ୱାସ୍ଥ୍ୟ ଓ ଶ୍ରମିକ କଳ୍ୟାଣକୁ ଆହୁରି ମଜବୁତ୍ କରିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି ।

ଡା. ଶ୍ୟାମ ସୁନ୍ଦର ପ୍ରସାଦ, ଉପ-ମହାନିର୍ଦ୍ଦେଶକ, ମାଇନ୍ସ ସେଫ୍ଟି (ଦକ୍ଷିଣ ପୂର୍ବ ମଣ୍ଡଳ), ରାଞ୍ଚି ଏହି ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ଓଏମସିର ପରିଚାଳନା ନିର୍ଦ୍ଦେଶକ ସୁଧାଶୁଂ ମୋହନ ସାମଲ, ଆଇଏଏସ୍ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ଖଣି ମନ୍ତ୍ରୀ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, କହିଲେ- 'ବିକଶିତ ଭାରତକୁ ଇନ୍ଧନ ଯୋଗାଇବ ଓଡ଼ିଶା'

ବୈଠକରେ ଶ୍ରମିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା, କଳ୍ୟାଣମୂଳକ ବ୍ୟବସ୍ଥା, ମାଇନ୍ସ ସେଫ୍ଟି ବିଷୟରେ ୧୨ତମ ଜାତୀୟ ସମ୍ମେଳନର ସୁପାରିଶଗୁଡ଼ିକର କାର୍ଯ୍ୟାନ୍ଵୟନ ଓ ବିଦ୍ୟୁତ୍, ଯାନ୍ତ୍ରିକ ଓ ଖଣି ସୁରକ୍ଷା ସମ୍ପର୍କିତ ପ୍ରଚଳିତ ଆଇନଗତ ବ୍ୟବସ୍ଥାର ପାଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଡିଜିଏମଏସ୍ (DGMS) ଅଧିକାରୀମାନେ ସୁରକ୍ଷା କ୍ଷେତ୍ରରେ ଓଏମସିର ଡିଜିଟାଲ୍ କରଣ ପ୍ରୟାସକୁ ସ୍ୱାଗତ କରିବା ସହିତ, ଗତ ତିନି ବର୍ଷ ଧରି ଓଏମସିର ସମସ୍ତ ଖଣିରେ ଶୂନ୍ୟ ମୃତ୍ୟୁ ଜନିତ ଦୁର୍ଘଟଣା ରେକର୍ଡ ରହିଥିବାକୁ ପ୍ରଶଂସା କରିଥିଲେ । ସେମାନେ ଖଣି କାର୍ଯ୍ୟକଳାପରେ ଶୂନ୍ୟ କ୍ଷତି (Zero Harm) ଲକ୍ଷ୍ୟ ପ୍ରତି ଓଏମସି ପ୍ରବନ୍ଧନର ପ୍ରୟାସକୁ ମଧ୍ୟ ସ୍ୱୀକାର କରିଥିଲେ ।

ବୈଠକରେ ଡିରେକ୍ଟୋରେଟ୍ ଜେନେରାଲ୍ ଅଫ୍ ମାଇନ୍ସ ସେଫ୍ଟି (DGMS) ପକ୍ଷରୁ ଅଂଶଗ୍ରହଣ କରିଥିବା ଅଧିକାରୀମାନଙ୍କ ମଧ୍ୟରେ ଏନ୍. ବାଲସୁବ୍ରମଣ୍ୟମ୍, ଡିଏମଏସ୍ ରିଜିଅନ୍–୨; ଏ. କେ. ମିଶ୍ର, ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ରିଜିଅନ୍–୧); ଏବଂ ଡିପୁଟି ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (DDMS) ରିଜିଅନ୍–୧ରୁ ଟି. ହରି ପ୍ରସାଦ ଓ ଉ. ଶିବ ଶଙ୍କର (ରିଜିଅନ୍–୨) ଅନ୍ତର୍ଭୁକ୍ତ ଥିଲେ । ଏଥିସହ ରାଞ୍ଚି ମଣ୍ଡଳରୁ ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ମେକାନିକାଲ୍) ଓ ଡିରେକ୍ଟର ଅଫ୍ ମାଇନ୍ସ ସେଫ୍ଟି (ଇଲେକ୍ଟ୍ରିକାଲ୍) ମଧ୍ୟ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ନୂଆ ଖଣିଜ ନିୟମ ଲାଗୁ; ବାଲି ଓ ପଥର ଖଣି ଲିଜ୍ ପାଇଁ ହେବ ଇ-ଲଟେରୀ, ଦର ସ୍ଥିର କରିବେ ସରକାର

ଓଏମସି ପକ୍ଷରୁ ସୁଧାଶୁଂ ଶେଖର ଖୋରା, ଆଇଏଫଏସ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (F&E); ଆଲୋକ ପାଲ, ନିର୍ଦ୍ଦେଶକ (HR); ତାଲତ ଆଫ୍ରିନ୍, ଓଏଏସ୍, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (P&A) ଏବଂ CSR ମୁଖ୍ୟ; ରାଜେଶ ମିଶ୍ର, ଚିଫ୍ ଜେନେରାଲ୍ ମ୍ୟାନେଜର (ପ୍ରଡକ୍ସନ୍); ମଲୟ କର, ଜେନେରାଲ୍ ମ୍ୟାନେଜର (HR); ଏବଂ ଅନୁରାଗ ଓଝା, ଅସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ମାଇନ୍ସ ସେଫ୍ଟି) ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବିଭିନ୍ନ ଖଣି ଅଞ୍ଚଳରୁ ପ୍ରାୟ ୧୮ ଜଣ ଶ୍ରମିକ ପ୍ରତିନିଧିମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ । ସମସ୍ତ ପକ୍ଷର ସାମୁହିକ ପ୍ରତିବଦ୍ଧତା ସହିତ ବୈଠକର ସମାପ୍ତି ହୋଇଥିଲା, ଯେଉଁଥିରେ ଓଏମସିର ସମସ୍ତ ଖଣି କାର୍ଯ୍ୟକଳାପରେ ସୁରକ୍ଷା ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବା ଓ ଦାୟିତ୍ୱପୂର୍ଣ୍ଣ ଏବଂ ସୁରକ୍ଷିତ ଖଣି କାର୍ଯ୍ୟପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OMC to Strengthen Safety Systems Across All Mining Operations | Argus News | Argus News