New Mineral Policy / ନୂଆ ଖଣିଜ ନିୟମ ଲାଗୁ; ବାଲି ଓ ପଥର ଖଣି ଲିଜ୍ ପାଇଁ ହେବ ଇ-ଲଟେରୀ, ଦର ସ୍ଥିର କରିବେ ସରକାର
·1 month ago·2 min read

Key Points
ଏଣିକି ଇ-ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍ । ରାଜ୍ୟ ସରକାର ଧାର୍ଯ୍ୟ କରିବେ ଏମଏସପି । ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ ।
ଭୁବନେଶ୍ଵର: ରାଜ୍ୟରେ ନୂଆ ଖଣିଜ ନିୟମ ଲାଗୁ କରାଯିବା ସହ ଗାଇଡ୍ ଲାଇନ୍ ଆସିଛି । ଏଣିକି ଇ-ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍ । ରାଜ୍ୟ ସରକାର ଧାର୍ଯ୍ୟ କରିବେ ଏମଏସପି । ଖଣି ମାଫିଆଙ୍କ ଉପରେ ଲାଗିବ ଅଙ୍କୁଶ ।
ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ । ବରଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ ।
ଏଥିସହ ପଢ଼ନ୍ତୁ: ୫ ଦିନ ହେଲା ଖସୁଥିଲା ସୁନା-ରୁପା ଦାମ; ଟାରିଫ୍ ଡିଲ୍ ପରେ ପୁଣି ବଢ଼ିଲା
ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି' ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ । ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ ଅଟେ ।
ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଞ୍ଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଞ୍ଚ କମିଟି ଗଠନ କରାଯାଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ ।
ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ । ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି 'ସର୍ବାଧିକ ବିକ୍ରୟ ମୂଲ୍ୟ' (MSP) ଧାର୍ଯ୍ୟ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ନୂଆ NAC ଓ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ଏହି ମୂଲ୍ୟରେ ଉତ୍ପାଦନ ଖର୍ଚ୍ଚ ଓ ଟିକସ ସହ କେବଳ ୧୫% ଲାଭ ରହିବ ।
ପ୍ରତି ଟ୍ରିପ୍ ପାଇଁ ଫର୍ମ Y ଇ-ଟ୍ରାଞ୍ଜିଟ୍ ପାସ୍ ବାହାର କରିବେ । ଧାର୍ଯ୍ୟ ଦରଠାରୁ ଅଧିକ ନେଲେ ତାହା ଲିଜ୍ ନିୟମର ଉଲ୍ଲଂଘନ କରିବ । ପ୍ରଥମଥର ନିୟମ ଉଲ୍ଲଂଘନ କଲେ ୫୦ ହଜାରଙ୍କ ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ନୋଟିସ୍ ଦିଆଯିବ । ବାରମ୍ବାର ଉଲ୍ଲଂଘନ କଲେ ଲିଜ୍ଧାରୀ ଏବଂ ତାଙ୍କ ପରିବାରକୁ କଳାତାଲିକା ଭୁକ୍ତ କରିବେ ସରକାର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories