|
logo
Live
Argus News App
GET APP

Argus News - ତୈଳ ସଂକଟ ଭିତରେ ବଡ଼ ନିଷ୍ପତ୍ତି; ଏଣିକି ବସ୍ ଯାତ୍ରା ମାଗଣା

Business

Free Bus / ତୈଳ ସଂକଟ ଭିତରେ ବଡ଼ ନିଷ୍ପତ୍ତି; ଏଣିକି ବସ୍ ଯାତ୍ରା ମାଗଣା

Sushanta Sahoo
Browse all articles by Sushanta Sahoo
·3 hours ago·2 min read
ତୈଳ ସଂକଟ ଭିତରେ ବଡ଼ ନିଷ୍ପତ୍ତି; ଏଣିକି ବସ୍ ଯାତ୍ରା ମାଗଣା
Free Bus Service Announced

Key Points

ପେଟ୍ରୋଲ ଓ ଡିଜେଲ୍ ଅଭାବ ଓ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାହାକୁ ଦେଖି ଭାରତର ପଡ଼ୋଶୀ ଦେଶ ବସ୍ ସେବାକୁ ମାଗଣା କରି ଦେଇଛି ।
ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧ ପାଇଁ ଇନ୍ଧନ ସଂକଟ ଦେଖା ଦେଇଛି । ଆଉ ଏହି ସଂକଟ ଘଡ଼ିରେ ଭାରତର ପଡ଼ୋଶୀ ଦେଶ ବି ତ୍ରାହି ତ୍ରାହି ଡାକ ଦେଉଛନ୍ତି । ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ୍ ଦର ବେଶ୍ ବଢ଼ିଛି ।

ଦରବୃଦ୍ଧି ଭିତରେ ବଡ଼ ନିଷ୍ପତ୍ତି ନେଇଛି ପାକିସ୍ତାନ । ପେଟ୍ରୋଲ ଓ ଡିଜେଲ୍ ଅଭାବ ଓ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାହାକୁ ଦେଖି ପାକିସ୍ତାନ ସରକାର ବସ୍ ସେବାକୁ ମାଗଣା କରି ଦେଇଛନ୍ତି । ଆଗାମୀ ଗୋଟିଏ ମାସ ପାଇଁ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ସମସ୍ତ ସର୍ବସାଧାରଣ ପରିବହନ ସେବା ମାଗଣା ରହିବ ।

ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ମାସକରେ ୩ ଥର ବଢ଼ିଲାଣି LPG ଦାମ; ଭାରତଠୁ ଦର ୪ ଗୁଣା ଅଧିକ

ନିକଟରେ ପାକିସ୍ତାନ ଇରାନ ଯୁଦ୍ଧ ପାଇଁ ପେଟ୍ରୋଲ୍, ଡିଜେଲ୍ ଦର ବଢ଼ାଇଥିଲେ । ପେଟ୍ରୋଲ ଦାମ ୪୨.୭ ପ୍ରତିଶତ ଓ ଡିଜେଲ୍ ଦର ୫୪.୯ ପ୍ରତିଶତ ପାକିସ୍ତାନ ସରକାର ବଢ଼ାଇବା ପରେ ଏବେ ବସ୍ ସେବାକୁ ମାଗଣା ଘୋଷଣା କରିଛନ୍ତି । ସେପଟେ ତୈଳଦର ବୃଦ୍ଧିକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି ।

ପେଟ୍ରୋଲ୍ ପମ୍ପରେ ବାଇକ୍‌ର ଲମ୍ବା ଲାଇନ୍ ଲାଗିଛି । ପାକିସ୍ତାନର ଗୃହ ମନ୍ତ୍ରୀ ମହସିନ ନକଭୀ ଏକ୍ସରେ ଲେଖିଛନ୍ତି, "ଇସଲାମାବାଦରେ ସମସ୍ତ ସର୍ବସାଧାରଣ ଯାତାୟତ ସେବା ସାଧାରଣ ଜନତାଙ୍କ ଲାଗି ଆଗାମୀ ମାସେ ପର୍ଯ୍ୟନ୍ତ ମାଗଣା ରହିବ । ଯାହାର ଆରମ୍ଭ ଶନିବାରରୁ ହେବ ।"

ସେ ଆହୁରି ଲେଖିଛନ୍ତି, ଏଥିପାଇଁ ସରକାରଙ୍କୁ ୩୫୦ମିଲିୟନ୍ ଟଙ୍କା (ପ୍ରାୟ ୧.୨୫ ମିଲିୟନ୍ ଡଲାର)ଙ୍କୁ ଅତିରିକ୍ତ ବୋଧ ସହିବାକୁ ପଡ଼ିବ । ସେପଟେ ପାକିସ୍ତାନର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ପ୍ରଦେଶ ପଞ୍ଜାବରେ ସରକାର ସାଧାରଣ ପରିବହନ ସେବାକୁ ଭଡ଼ା ମୁକ୍ତ କରିଛନ୍ତି । ଟ୍ରକ୍ ଓ ବସ୍ ପାଇଁ ଟାର୍ଗେଟେଡ୍ ସବସିଡିଘୋଷଣା କରିଛନ୍ତି ।

ଏଥିସହ ପଢ଼ନ୍ତୁ: 'ବରବାଦ୍ ହୋଇଯିବ ଅର୍ଥ ବ୍ୟବସ୍ଥା, ଖସିଯିବ ଦେଶର ଅଭିବୃଦ୍ଧି'; ଯୁଦ୍ଧକୁ ନେଇ କ'ଣ କହିଲା IMF ?

ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫ ଅପରେଟରଙ୍କୁ ନିବେଦନ କରିଛନ୍ତି ଯେ, ଦରବୃଦ୍ଧିର ବୋଝ ଯାତ୍ରୀଙ୍କ ଉପରେ ପକାନ୍ତୁ ନାହିଁ । ଆମେ ଆଶ୍ଵସ୍ତ କରୁଛୁ ସ୍ଥିତି ସୁଧୁରିଲେ ଆମେ ଜନତାଙ୍କୁ ଆର୍ଥିକ ବୋଝରୁ ହାଲୁକା କରିବୁ ।

ସେପଟେ କରାଚିରେ ମଧ୍ୟ ବାଇକ୍ ଚାଳକ ଓ କୃଷକଙ୍କ ପାଇଁ ସବସିଡି ଘୋଷଣା କରାଯାଇଛି । ଫେବ୍ରୁଆରୀ ୨୮ରେ ଇସ୍ରାଏଲ୍ ଓ ଆମେରିକା ମିଳିତ ଭାବେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲେ । ଇରାନର ଜବାବୀ ଆକ୍ରମଣ ହର୍ମୁଜ ପ୍ରଣାଳୀ ଦେଇ ପରିବହନକୁ ବାଧାପ୍ରାପ୍ତ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Free Bus: ତୈଳ ସଂକଟ ଭିତରେ ବଡ଼ ନିଷ୍ପତ୍ତି; ଏଣିକି ବସ୍ ଯାତ୍ରା ମାଗଣା | Argus News