Global Economy / 'ବରବାଦ୍ ହୋଇଯିବ ଅର୍ଥ ବ୍ୟବସ୍ଥା, ଖସିଯିବ ଦେଶର ଅଭିବୃଦ୍ଧି'; ଯୁଦ୍ଧକୁ ନେଇ କ'ଣ କହିଲା IMF ?
·1 day ago·2 min read

Key Points
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କେବଳ ସେଠାକାର ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରି ନାହିଁ ବରଂ ଦୁନିଆର ଅର୍ଥ ବ୍ୟବସ୍ଥା ପାଇଁ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି ।ଇନ୍ଧନ ଆମଦାନୀ କରୁଥିବା ଦେଶ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।
ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଚେତାବନୀ ଦେଇଛି । IMF ଅନୁସାରେ, ଏସିଆ ଓ ୟୁରୋପର ତୈଳ ଆମଦାନୀକାରୀ ଦେଶ ଇନ୍ଧନ ଓ ଅନ୍ୟ ଇନପୁଟ୍ ଖର୍ଚ୍ଚ ବଢ଼ିବାରୁ ସର୍ବାଧିକ ପ୍ରଭାବିତ ହେବେ ।
IMF ଅନୁସାରେ, "ମଧ୍ୟପ୍ରାଚ୍ୟ ଯୁଦ୍ଧ ବୈଶ୍ଵିକ ଅର୍ଥ ବ୍ୟବସ୍ଥାକୁ ଏକାଧିକ ବାଟରେ ପ୍ରଭାବିତ କରିପାରେ । କିନ୍ତୁ ପ୍ରଭାବର ଫଳ ଗୋଟିଏ ରହିବ- ଦରଦାମ ବଢ଼ିବ ଓ ଆର୍ଥିକ ବିକାଶର ଗତି ଧିର ହୋଇଯିବ ।"
ଏଥିସହ ପଢ଼ନ୍ତୁ: ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ
ପ୍ରଭାବିତ ହେବ ବୈଶ୍ଵିକ ଅର୍ଥନୀତି
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କେବଳ ସେଠାକାର ଲୋକଙ୍କ ଜୀବନ ଓ ଜୀବିକାକୁ ପ୍ରଭାବିତ କରି ନାହିଁ ବରଂ ଦୁନିଆର ଅର୍ଥ ବ୍ୟବସ୍ଥା ପାଇଁ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି । ଏକାଧିକ ଦେଶ ପୂର୍ବରୁ ବିପର୍ଯ୍ୟସ୍ତ ଆର୍ଥିକ ଅବସ୍ଥାକୁ ସୁଧାରିବାକୁ ପ୍ରୟାସ କରୁଥିବା ବେଳେ ଯୁଦ୍ଧ ଆଉ ଏକ ବୋଝ ସାଜିଛି ।
ଏହି ଯୁଦ୍ଧ ସମଗ୍ର ଦୁନିଆକୁ ପ୍ରଭାବିତ କରିଛି । କିନ୍ତୁ ଏହାର ପ୍ରଭାବ ସବୁ ଦେଶରେ ସମାନ ନୁହେଁ । ଇନ୍ଧନ ଆମଦାନୀ କରୁଥିବା ଦେଶ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଗରିବ ରାଷ୍ଟ୍ର ଉପରେ ଅଧିକ ଚାପ ରହିଛି, ଅଧିକ ସଂକଟ ଦେଇ ଗତି କରୁଛନ୍ତି ।
ଦୁନିଆର ପ୍ରାୟ ୨୫ରୁ ୩୦ ପ୍ରତିଶତ ତୈଳ ଓ ୨୦ ପ୍ରତିଶତ ଏଲଏନଜି ବିତରଣ ହର୍ମୁଜ ପ୍ରଣାଳୀ ଦେଇ ହୋଇଥାଏ । ଯାହାକି ଏସିଆ ଓ ୟୁରୋପର ଆବଶ୍ୟକତା ପୂରଣ କରେ । ଏବେ ଯୁଦ୍ଧ ପାଇଁ ଦର ବଢ଼ିବା ସହ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଦର ବୃଦ୍ଧି ସତ୍ତ୍ଵେ ଆବଶ୍ୟକ ତୈଳ ସପ୍ଲାଏ ପାଇଁ ଆହ୍ଵାନର ସାମ୍ନା କରିବାକୁ ପଡ଼ୁଛି ।
ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ସଂକଟ ଭିତରେ ଝଟ୍କା ଦେଲା ଋଷ; ଆହୁରି ବଢ଼ିଯିବ ତୈଳଦର
ଦୁନିଆରେ ବଢ଼ିବ ଦର
IMF ଚେତାବନୀ ଦେଇ କହିଛି, ଯଦି ଯୁଦ୍ଧ ପାଇଁ ଦୀର୍ଘ ଦିନ ଇନ୍ଧନ ଓ ଖାଦ୍ୟ ମୂଲ୍ୟ ବୃଦ୍ଧି ପାଏ । ତାହେଲେ ବିଶ୍ଵରେ ଦରଦାମ ବଢ଼ିଯି । ଏଥିସହ ଯୁଦ୍ଧ ଆର୍ଥିକ ବଜାରକୁ ପ୍ରଭାବିତ କରିବ । ବୈଶ୍ଵିକ ସେୟାର ବଜାରରେ ନିରାଶା ଦେଖାଯିବ ।
ଏଭଳି ସ୍ଥିତିରୁ ମୁକୁଳିବା ପାଇଁ IMF ସଠିକ୍ ନୀତି ଆପଣାଇବାକୁ ପରାମର୍ଶ ଦେଇଛି । ଯେଉଁ ଦେଶ ନିକଟରେ କମ୍ ସମ୍ଭଳ ରହିଛି, ସେମାନେ ସତର୍କ ରହିବା ଆବଶ୍ୟକ । ଆଇଏମଏଫ୍ର ପ୍ରବନ୍ଧନ ନିର୍ଦ୍ଦେଶକ କ୍ରିଷ୍ଟାଲିନା କହିଛନ୍ତି, "ଅନିଶ୍ଚିତ ଦୁନିଆରେ ଅଧିକାଂଶ ଦେଶକୁ ଆମ ସମର୍ଥନର ଆବଶ୍ୟକତା ରହିଛି ଏବଂ ଆମେ ସେମାନଙ୍କ ସହ ଅଛୁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories