Petrol Crisis Update / ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ୍; ଆଉ ମାତ୍ର ୨ରୁ ୩ ଦିନ
·2 days ago·2 min read

Key Points
ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ୍
ଆଉ ୨ରୁ ୩ ଦିନ ଲାଗିବ
ପ୍ରଚୁର ତେଲ ମହଜୁଦ ଥିବା କହିଲେ ଡିଲର
ଆଉ ୨ରୁ ୩ ଦିନ ଲାଗିବ
ପ୍ରଚୁର ତେଲ ମହଜୁଦ ଥିବା କହିଲେ ଡିଲର
ଧୀରେ ଧୀରେ ସ୍ୱାଭାବିକ ହେଉଛି ରାଜଧାନୀର ପ୍ରେଟ୍ରୋଲ ପମ୍ପ୍ । କିଛି ଦିନ ତଳର ପ୍ରବଳ ଭିଡ଼ ଆଉ ଆଜି ଦେଖିବାକୁ ମିଳିନି । ଗତକାଲି ସନ୍ଧ୍ୟାରୁ ଭିଡ଼ କମିଥିବାବେଳେ ରାଜ୍ୟରେ ତେଲ ସଙ୍କଟ ଆସନ୍ତା ୨ରୁ ୩ ଦିନ ଭିତରେ ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହେବ । ତେବେ ରାଜ୍ୟରେ ଗତ ୫ ଦିନରେ ୧୫ ଦିନର ତେଲ ବିକ୍ରି ହୋଇଛି । ଆମ ପାଖରେ ମହଜୁଦ ରହିଛି ପ୍ରଚୁର ତୈଳ । ଷ୍ଟକ୍ ଥାଇ ବିକ୍ରି କରିନଥିବା ଡିଲରଙ୍କ ଉପରେ ଆକ୍ସନ ହେବ ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି ।
ତେଲ ସଙ୍କଟ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, "କଟକ ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ରହିଛି । ପୂର୍ବ ୫ ଦିନରେ ୧୫ ଦିନର ତେଲ ବିକ୍ରି ହୋଇଛି । ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ବ୍ୟବସାୟ ପ୍ରଭାବିତ ହେବ । ଆସନ୍ତା ୨ରୁ୩ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ସ୍ଥିତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ତେଲ ଉପଲବ୍ଧ ହୋଇଯିବ ।"
ପଢନ୍ତୁ ଏହି ଖବର: ପେଟ୍ରୋଲ୍ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍ ବନ୍ଦ
ସୂଚନା ଥାଉ କି ରାଜ୍ୟରେ ତେଲ ସଙ୍କଟକୁ ନେଇ ଗୁଜବ ଉଠିବା ପରେ ତେଲ ଟାଙ୍କିରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ସମସ୍ତ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ଵା ଲାଇନ୍ ଲାଗିଥିଲା । ଯେଉଁଠି ପୂର୍ବରୁ ଲୋକେ ୧୦୦ରୁ ୨୦୦ ଟଙ୍କାର ତେଲ ପକାଉଥିଲେ, ଗୁଜବ ଉଠିବା ପରେ ସମସ୍ତେ ଟାଙ୍କି ଫୁଲ୍ କରିଥିଲେ । ଏହାଫଳରେ କୃତ୍ରିମ ତେଲ ସଙ୍କଟ ସୃଷ୍ଟି ହୋଇଥିଲା ।

- ଷ୍ଟକ୍ ଥାଇ ବିକ୍ରି କରିନଥିବା ଡିଲରଙ୍କ ଉପରେ ଆକ୍ସନ
- କଟକରେ ବି ସ୍ଥିତି ସ୍ଵାଭାବିକ
ପଢନ୍ତୁ ଏହି ଖବର: ପେଟ୍ରୋଲ୍ ପମ୍ପରେ ମିଳୁନି ତେଲ, ୧୪ ହଜାରରୁ ୨ ହଜାର ଘରୋଇ ବସ୍ ବନ୍ଦ
ସୂଚନା ଥାଉ କି ରାଜ୍ୟରେ ତେଲ ସଙ୍କଟକୁ ନେଇ ଗୁଜବ ଉଠିବା ପରେ ତେଲ ଟାଙ୍କିରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ସମସ୍ତ ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ଵା ଲାଇନ୍ ଲାଗିଥିଲା । ଯେଉଁଠି ପୂର୍ବରୁ ଲୋକେ ୧୦୦ରୁ ୨୦୦ ଟଙ୍କାର ତେଲ ପକାଉଥିଲେ, ଗୁଜବ ଉଠିବା ପରେ ସମସ୍ତେ ଟାଙ୍କି ଫୁଲ୍ କରିଥିଲେ । ଏହାଫଳରେ କୃତ୍ରିମ ତେଲ ସଙ୍କଟ ସୃଷ୍ଟି ହୋଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories