Videos
|
Business

Plastic Notes / ପ୍ଲାଷ୍ଟିକ୍ ନୋଟ୍ କେବେ ଲୋକଙ୍କୁ ମିଳିବ ? RBI ଗଭର୍ଣ୍ଣର କହିଦେଲେ ତାରିଖ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ଲାଷ୍ଟିକ୍ ନୋଟ୍ କେବେ ଲୋକଙ୍କୁ ମିଳିବ  ? RBI ଗଭର୍ଣ୍ଣର କହିଦେଲେ ତାରିଖ
Plastic Notes

Key Points

ପ୍ଲାଷ୍ଟିକ୍ ନୋଟ୍ କେବେ ଆସିବ ?
ଆପଣଙ୍କ ମନରେ ବି ଏହି ପ୍ରଶ୍ନ କି
ସାମ୍ନାକୁ ଆସିଲା ତାରିଖ
ନୂଆଦିଲ୍ଲୀ: ସାରା ଦେଶର ଲୋକମାନେ ପ୍ଲାଷ୍ଟିକ୍ ନୋଟ୍‌ ବ୍ୟବହାର କରିବାକୁ ବେଶ ଉତ୍ସାହିତ ଅଛନ୍ତି । ପଲିମର ନୋଟ୍ ବଜାରକୁ ଆସିବା ନେଇ ପଥ ଏବେ ପରିଷ୍କାର ହୋଇଯାଇଛି । କାରଣ ପୂର୍ବରୁ କେବଳ ଖବରରେ ଥିବା ନୋଟ୍ ଏବେ ଆପଣଙ୍କ ହାତରେ ରହିବ । ଲୋକେ ଏହି ପ୍ଲାଷ୍ଟିକ୍ ନୋଟ୍ କେବେ ପାଇବେ ସେ ବିଷୟରେ RBI ନିଜେ ସୂଚନା ପ୍ରଦାନ କରିଛି ।

  • RBI ଗଭର୍ଣ୍ଣର କଣ କହିଲେ?
ଆଜି ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରିବା ସମୟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ରେପୋ ରେଟ୍ ସହିତ ପ୍ଲାଷ୍ଟିକ୍ ନୋଟ୍ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ । ଗଭର୍ଣ୍ଣର କହିଥିଲେ ଯେ ୨୦୨୮ ସୁଦ୍ଧା ବଜାରରେ ପ୍ଲାଷ୍ଟିକ୍ ନୋଟ୍ ଉପଲବ୍ଧ ହେବ । ସେ କହିଥିଲେ ଯେ ଆରବିଆଇ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ନୋଟ୍ଗୁଡ଼ିକୁ ଆପଣଙ୍କ ହାତ ପାହାନ୍ତାରେ ପହଞ୍ଚାଇବାକୁ ପ୍ରସ୍ତୁତ ହେଉଛି ।

  • ତାହାଲେ କାଗଜ ନୋଟ୍ କଣ ହେବ ?
ଆପଣ ଭାବୁଥିବେ ଯେ ଯଦି ପ୍ଲାଷ୍ଟିକ୍ ନୋଟ୍ ବଜାରରେ ପ୍ରଚଳିତ ହୁଏ ତେବେ ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ନୋଟ୍‌ର ଭବିଷ୍ୟତ କଣ ହେବ ? କଣ ଆଉ କାଗଜ ନୋଟ୍‌ର ବ୍ୟବହାର ହେବ ନାହିଁ । ତେବେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ ଏହି ନୋଟଗୁଡ଼ିକ ବନ୍ଦ କରାଯିବ ନାହିଁ । ବର୍ତ୍ତମାନ ପାଇଁ ସରକାର କହିଛନ୍ତି ଯେ ଉଭୟ ପ୍ରକାରର ନୋଟ ପ୍ରଚଳନରେ ରହିବ ।

ପଢନ୍ତୁ ଏହି ଖବର: IT ଚାକିରି ଛାଡ଼ି କରୁଛନ୍ତି କ୍ଷୀର ବ୍ୟବସାୟ; ରୋଜଗାର ଶୁଣି ଉଡ଼ିବ ହୋସ୍

  • ପ୍ଲାଷ୍ଟିକ୍ ନୋଟ୍ କଣ ?
ପଲମିର ବା ପ୍ଲାଷ୍ଟିକ୍ ନୋଟ୍ ଏକ ବିଶେଷ ପ୍ରକାରର ପ୍ଲାଷ୍ଟିକ୍‌ରୁ ତିଆରି ହୋଇଥାଏ । ଏଗୁଡ଼ିକ କାଗଜ ନୋଟ୍ ଅପେକ୍ଷା ଅଧିକ ସ୍ଥାୟୀ ଏବଂ ଶୀଘ୍ର ମଇଳା ହୁଏ ନାହିଁ । ଏହି ନୋଟ୍‌ଗୁଡ଼ିକ ସହଜରେ ଛିଣ୍ଡିବ ନାହିଁ ଏବଂ ଧୁଆ ଯାଇପାରିବ । ଏହା ବ୍ୟତୀତ ଏଗୁଡ଼ିକର ନକଲ କରିବା ବହୁତ କଷ୍ଟକର ବିଷୟ । ଏଣୁ ନକଲି ନୋଟ୍ ତିଆରି ହେବା ମଧ୍ୟ ବନ୍ଦ ହୋଇପାରିବ ।

ବିଶେଷଜ୍ଞଙ୍କ ମତରେ, ପ୍ଲାଷ୍ଟିକ୍ ନୋଟ୍ ଅନେକ ଦୃଷ୍ଟିରୁ କାଗଜ ନୋଟ୍ ଅପେକ୍ଷା ଭଲ । ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ସ୍ଥାୟୀତ୍ୱ । ସାଧାରଣ କାଗଜ ନୋଟ୍ ବ୍ୟବହାରର ୨ରୁ ୩ବର୍ଷ ମଧ୍ୟରେ ନଷ୍ଟ ହୋଇଯାଇପାରେ, କିନ୍ତୁ ପ୍ଲାଷ୍ଟିକ୍ ନୋଟ୍ ୫ରୁ ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ । ଏହା ବ୍ୟତୀତ ଏହି ନୋଟଗୁଡ଼ିକୁ ପାଣି, ଆର୍ଦ୍ରତା କିମ୍ବା ଧୂଳି ସେତେଟା ପ୍ରଭାବିତ କରିପାରେ ନାହିଁ । ବାରମ୍ବାର ବ୍ୟବହାର କଲେ ମଧ୍ୟ ଏଗୁଡ଼ିକ ଚିରିବା ବା ନଷ୍ଟ ହେବାର ସମ୍ଭାବନା କମ୍ । ଏହା ନୂତନ ନୋଟ୍ ଛାପିବାର ଆବଶ୍ୟକତାକୁ ମଧ୍ୟ ହ୍ରାସ କରେ ।

ପଢନ୍ତୁ ଏହି ଖବର: ଦେଶରେ ସରୁଛି କାଗଜ ନୋଟର ଯୁଗ; କେଉଁ ଦେଶ ପ୍ରଥମେ ଆଣିଥିଲା ପ୍ଲାଷ୍ଟିକ୍ ନୋଟ୍ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: