Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Bank Holidays / କାଲିଠୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ RBIର ଛୁଟି ତାଲିକା

Sushanta Sahoo
Browse all articles by Sushanta Sahoo
·4 months ago·2 min read
କାଲିଠୁ ଲଗାତାର ୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ RBIର ଛୁଟି ତାଲିକା
Bank Holiday Alert 🚨 | 5 Days Closure

Key Points

ବ୍ୟାଙ୍କଗୁଡ଼ିକ ଲଗାତାର ୫ ଦିନ ବନ୍ଦ ରହିବାକୁ ଯାଉଛି । ଯଦି ଆଜି ଅର୍ଥାତ ଫେବ୍ରୁଆରୀ ୨୭ ତାରିଖରେ ଆପଣ କାମ ସାରିବେ ନାହିଁ ତାହେଲେ ଆପଣଙ୍କୁ ଗୋଟିଏ ସପ୍ତାହ ଅପେକ୍ଷା କରି ରହିବାକୁ ପଡ଼ିବ ।
ମୁମ୍ବାଇ: ଯଦି ଦିନେ ଦୁଇ ଦିନ ଭିତରେ ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ଅଛି ତାହେଲେ ଏ ଖବର ଆପଣଙ୍କ ପାଇଁ । ଘରୁ ବ୍ୟାଙ୍କକୁ ଯିବା ପୂର୍ବରୁ ଜାଣିନେବା ଉଚିତ୍ ଆପଣଙ୍କ ସହରରେ ବ୍ୟାଙ୍କ ଖୋଲା ଅଛି ତ ?

ଆସନ୍ତାକାଲି ଶନିବାର ଠାରୁ ବ୍ୟାଙ୍କଗୁଡ଼ିକ ଲଗାତାର ୫ ଦିନ ବନ୍ଦ ରହିବାକୁ ଯାଉଛି । ଯଦି ଆଜି ଅର୍ଥାତ ଫେବ୍ରୁଆରୀ ୨୭ ତାରିଖରେ ଆପଣ କାମ ସାରିବେ ନାହିଁ ତାହେଲେ ଆପଣଙ୍କୁ ଗୋଟିଏ ସପ୍ତାହ ଅପେକ୍ଷା କରି ରହିବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ:
 କର୍ମଚାରୀଙ୍କୁ ବଡ଼ ଉପହାର: ୧ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୂର୍ବରୁ ହିଁ ସ୍ପଷ୍ଟ କରିଛି ହୋଲି ଏବଂ ସପ୍ତାହନ୍ତ ପାଇଁ ଦେଶବ୍ୟାପୀ ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତୁ ନଜର ପକାଇବା କେଉଁ ଦିନ କେଉଁଠି ବନ୍ଦ ରହିବ ବ୍ୟାଙ୍କ...

୫ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି

ବ୍ୟାଙ୍କ ଛୁଟି କାଲି ଅର୍ଥାତ ଫେବ୍ରୁଆରୀ ୨୮ରୁ ଆର୍ଭ ହେବ । ଆସନ୍ତକାଲି ମାସର ଚତୁର୍ଥ ଶନିବାର ପାଇଁ ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଏହାପରେ ମାର୍ଚ୍ଚ ମାସ ଆରମ୍ଭ ହେବ । ମାର୍ଚ୍ଚ ମାସ ଆରମ୍ଭ ୧ ତାରିଖ ରବିବାର ବ୍ୟାଙ୍କ ଛୁଟି ରହିଛି ।

ଏହାପରେ ମାର୍ଚ୍ଚ ୨ ତାରିଖରେ ହୋଲି ପର୍ବ ପାଇଁ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ଆପଣ ପୂର୍ବରୁ ଅବଗତ ନଥିଲେ, ବ୍ୟାଙ୍କ ଯାଇ ଫେରିବାକୁ ପଡ଼ିବ ।

କେବେ କେଉଁଠି ହୋଲ ପାଇଁ ବ୍ୟାଙ୍କ ଛୁଟି ?

  • ଚଳିତ ଥର ହୋଲିକୁ ନେଇ ଟିକିଏ ଦ୍ଵନ୍ଦ୍ଵ ରହିଛି । ଆରିବିଆଇ ମଧ୍ୟ ତାର ଛୁଟି କ୍ୟାଲେଣ୍ଡରରେ ୨, ୩ ଓ ୪ ମାର୍ଚ୍ଚରେ ହୋଲି ଛୁଟି ଘୋଷଣା କରିଛି ।
  • ମାର୍ଚ୍ଚ ୨ରେ ହୋଲିକା ଦହନ ଦିନ କେବଳ ଲକ୍ଷ୍ନୌ ଓ କାନପୁରରେ ବ୍ୟାଙ୍କ ବନ୍ଦ ରହିବ । ଯେତେବେଳେ କି ସାରା ଦେଶରେ ଖୋଲା ରହିବ ବ୍ୟାଙ୍କ ।
  • ମାର୍ଚ୍ଚ ୩ ତାରିଖରେ ଦିଲ୍ଲୀ, ମୁମ୍ବାଇ, ଜୟପୁର, ପାଟଣା ଓ କୋଲକାତା ଭଳି ବଡ଼ ବଡ଼ ସହରରେ ଧୁଲଣ୍ଡି ଓ ଦୋଳ ଯାତ୍ରା ପାଇଁ ବ୍ୟାଙ୍କ ଛୁଟି ରହିବ ।
  • ମାର୍ଚ୍ଚ ୩ ତାରିଖରେ ହୋଲି ପର୍ବ ପାଇଁ ଦେଶର ଅଧିକାଁଶ ସହର ଯେଭଳି ଅହମଦାବାଦ. ଚଣ୍ଡିଗଡ଼, ରାଞ୍ଚି ଓ ଲକ୍ଷ୍ନୌ ଆଦି ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ ।

ଏଥିସହ ପଢ଼ନ୍ତୁ: ପ୍ରାଇଭେଟ୍ କର୍ମଚାରୀଙ୍କ ପେନସନ୍ ବଢ଼ିକି ହେବ ୯୦୦୦! ଜାଣନ୍ତୁ କେତେ ଆସିବ PF ଟଙ୍କା

ବ୍ୟାଙ୍କ ବନ୍ଦ, ଅନଲାଇନ୍‌ରେ ଦେଣନେଣ

ଯଦିଓ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ତଥାପି ଆପଣ ଡିଜିଟାଲ ଓ ଅନଲାଇନ୍ ସର୍ଭିସେସ୍ ଯେଭଳିକି ମୋବାଇଲ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ ଓ ୟୁପିଆଇ (UPI) ଜରିଆରେ ୨୪ ଘଣ୍ଟା ଦେଣନେଣ କରିପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Banks to Remain Closed for 5 Days from Tomorrow: RBI Holiday List | Argus News | Argus News