Stock Market Crash / ଭାରତୀୟ ନିବେଶକଙ୍କ ୯ ଲକ୍ଷ କୋଟି ବୁଡ଼ାଇଦେଲେ ଟ୍ରମ୍ପ; ୧୯୦୦ ପଏଣ୍ଟ ଖସିଲା Sensex
·1 hour ago·2 min read

Key Points
ନିବେଶକଙ୍କ ୯ ଲକ୍ଷ କୋଟିରୁ ଅଧିକ ଟଙ୍କା ବୁଧବାର ବୁଡ଼ି ଯାଇଛି । ସେପଟେ ଟ୍ରମ୍ପଙ୍କ ଧମକ ପରେ ଅଶୋଧିତ ତୈଳଦର ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଛି ।
ମୁମ୍ବାଇ: ସେୟାର୍ ବଜାରରେ ହାହାକାର । କ୍ଷଣିକରେ ଦୋହଲିଗଲା ବଜାର । ସପ୍ତାହର ତୃତୀୟ ଦିନ ବୁଧବାର ବଜାର ଖୋଲୁ ଖୋଲୁ ଦୋହଲି ଯାଇଛି । କାରବାର ଆରମ୍ଭର ପ୍ରଥମ ଅଧ ଘଣ୍ଟାରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ର ୩୦ ସେୟାର୍ ବିଶିଷ୍ଟ ସେନସେକ୍ସ ୧୯୦୦ ପଏଣ୍ଟରୁ ଅଧିକ ହ୍ରାସ୍ ପାଇଛି ।
ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ୫୦ ସେୟାର୍ ବିଶିଷ୍ଟ ନିଫ୍ଟି ୫୫୦ ପଏଣ୍ଟରୁ ଅଧିକ ଖସିଛି । ଲାର୍ଜକ୍ୟାପ୍, ମିଡକ୍ୟାପ୍ ସହ ସ୍ମଲକ୍ୟାପ୍ ଆଦି ତଳମୁହାଁ ହୋଇଛି । ସେୟାର୍ ବଜାରର ଏହି ବଡ଼ ବିପର୍ଯ୍ୟୟ ପଛରେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଚେତାବନୀ; କହିଲେ-ଇରାନ ସହ ଅସ୍ତ୍ରବିରତି ଶେଷ...ଶାନ୍ତି ଆଲୋଚନା କେବଳ ସମୟର ଅପଚୟ
ବୁଡ଼ିଗଲା ୯ ଲକ୍ଷ କୋଟି
ଇରାନକୁ ନେଇ ଟ୍ରମ୍ପ ଦେଇଥିବା ବୟାନର କେଇ କ୍ଷଣରେ କ୍ରାଶ୍ ହୋଇ ଯାଇଛି ସେୟାର୍ ମାର୍କେଟ୍ । ଫଳରେ ନିବେଶକଙ୍କ ୯ ଲକ୍ଷ କୋଟିରୁ ଅଧିକ ଟଙ୍କା ବୁଧବାର ବୁଡ଼ି ଯାଇଛି । ସେପଟେ ଟ୍ରମ୍ପଙ୍କ ଧମକ ପରେ ଅଶୋଧିତ ତୈଳଦର ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଛି ।
ଆରମ୍ଭରୁ ବଜାର କ୍ରାଶ୍
ବୁଧବାର ସେୟାର୍ ବଜାରର କାରବାର ହ୍ରାସ ସହ ଆରମ୍ଭ ହୋଇଥିଲା । ମାର୍କେଟ୍ ବନ୍ଦ ହେବା ପର୍ଯ୍ୟନ୍ତ ଲାଗି ରହିଥିଲା ସମାନ ସ୍ଥିତି । BSEର ସେନସେକ୍ସ ମଙ୍ଗଳବାର ୭୮, ୧୮୦ ପଏଣ୍ଟରେ କାରବାର ବନ୍ଦ ହୋଇଥିବା ବେଳେ ବୁଧବାର ହ୍ରାସ ପାଇ ୭୭, ୮୧୬ ପଏଣ୍ଟରେ ଖୋଲିଥିଲା ।
ବଜାର ଖୋଲୁ ଖୋଲୁ ୫୫୦ ପଏଣ୍ଟ ହ୍ରାସ ପାଇଥିଲେ ସେନସେକ୍ସ । ଯାହାପରେ ସେନସେକ୍ସ ୧୯୦୦ ପଏଣ୍ଟ ଖସି ୭୬ ହଜାର ୨୭୭କୁ ଖସି ଆସିଥିଲା । ଶେଷରେ ୧୬୭୭ ପଏଣ୍ଟ ହ୍ରାସ ପାଇ ୭୬ ହଜାର ୫୦୩ ପଏଣ୍ଟରେ କାରବାର ହୋଇଛି ।
ସେନସେକ୍ସ ଭଳି ନିଫ୍ଟି ଇଣ୍ଡେକ୍ସ ମଧ୍ୟ ଖସିଛି । NSE ଇଣ୍ଡେକ୍ସ ୨୪ ହଜାର ୩୯୮ ପଏଣ୍ଟରେ ମଙ୍ଗଳବାର କାରବାର ବନ୍ଦ ହୋଇଥିଲା । ବୁଧବାର ବଜାର ଖୋଲିବା ବେଳେ ଏହା ଅଳ୍ପ ଖସି ୨୪ ହଜାର ୨୫୯ ପଏଣ୍ଟ ଥିଲା । ପରେ ନିଫ୍ଟି ୫୫୦ ପଏଣ୍ଟ ଖସି ୨୩ ହଜାର ୮୪୫ରେ ପହଞ୍ଚିଥିଲା । ଶେଷରେ ୨୩ ହଜାର ୮୮୨ ପଏଣ୍ଟରେ କାରବାର ବନ୍ଦ ହୋଇଛି ।
ଏଥିସହ ପଢ଼ନ୍ତୁ: ହର୍ମୁଜ ଆକ୍ରମଣ ପରେ ଆମେରିକାର ବଡ଼ ପ୍ରତିଶୋଧ, ୮୦ରୁ ଅଧିକ ସୈନ୍ୟ ଟାର୍ଗେଟ୍ ଧ୍ୱଂସ !
ଅଶୋଧିତ ତୈଳରେ ନିଆଁ
ଇରାନ ସହ କୌଣସି ପ୍ରକାର ଡିଲ୍ କରାଯିବ ନାହିଁ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି । ଏଥିସହ ଇରାନ ସହ ଚୁକ୍ତି ହୋଇପାରିବ ନାହିଁ କହିଛନ୍ତି । ଟ୍ରମ୍ପଙ୍କ ଏହି ବୟାନ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି । ବ୍ରେଣ୍ଟ କ୍ରୁଡ୍ ଅଏଲ୍ ୬.୫୦ ପ୍ରତିଶତ ବୃଦ୍ଧି ପାଇଁ ପ୍ରତି ବ୍ୟାରେଲ୍ ୭୯ ଡଲାର୍ ପହଞ୍ଚିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories