Videos
|
International

Trump Warning / ଟ୍ରମ୍ପଙ୍କ ଚେତାବନୀ; କହିଲେ-ଇରାନ ସହ ଅସ୍ତ୍ରବିରତି ଶେଷ...ଶାନ୍ତି ଆଲୋଚନା କେବଳ ସମୟର ଅପଚୟ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଟ୍ରମ୍ପଙ୍କ ଚେତାବନୀ; କହିଲେ-ଇରାନ ସହ ଅସ୍ତ୍ରବିରତି ଶେଷ...ଶାନ୍ତି ଆଲୋଚନା କେବଳ ସମୟର ଅପଚୟ
Donald Trump

Key Points

ଟ୍ରମ୍ପଙ୍କ ଚେତାବନୀ ପରେ ଘନେଇଲା ସଂକଟ
ଆମେରିକାର ବଡ଼ ଆକ୍ରମଣ ଆଶଙ୍କା
ଟ୍ରମ୍ପ କହିଲେ ଇରାନ ସହ ଅସ୍ତ୍ରବିରତି ଶେଷ
ଇରାନ ବିରୋଧରେ ପୁଣି ଥରେ ଅତ୍ୟନ୍ତ କଠୋର ଏବଂ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ, ଇରାନ ସହିତ ଯୁଦ୍ଧବିରତି ଏବେ ତାଙ୍କ ପାଇଁ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି । ତୁର୍କୀର ରାଜଧାନୀ ଅଙ୍କାରାରେ ଚାଲିଥିବା ନାଟୋ ସମ୍ମିଳନୀ ସମୟରେ ବୁଧବାର ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ ସେ ଆଉ ଇରାନ ସହିତ କୌଣସି ଆପୋଷ ଆଲୋଚନା ଚାହାଁନ୍ତି ନାହିଁ । ହର୍ମୁଜ ପ୍ରଣାଳୀରେ ତିନୋଟି ଜାହାଜ ଉପରେ ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଉ ଏଥିପାଇଁ ଆମେରିକା ଇରାନ ସେନାକୁ ଦାୟୀ କରିଛି ।

ଇରାନ ସରକାରଙ୍କ ବିରୁଦ୍ଧରେ ପ୍ରମୁଖ ଅଭିଯୋଗ

ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ହର୍ମୁଜ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକୀୟ ସେନା ଗତକାଲି ରାତିରେ ଇରାନରେ ଆକ୍ରମଣ କରିଥିଲା । ସେମାନେ ପ୍ରତାରକ ଏବଂ ଅସୁସ୍ଥ ମନର ଲୋକ ଯେଉଁମାନେ ନିଜ ନାଗରିକଙ୍କୁ ନିର୍ଯାତନା ଦେଇଛନ୍ତି ।" ସେ ଇରାନ ସରକାର ଉପରେ ନିଜ ଦେଶର ନାଗରିକଙ୍କୁ ଦମନ କରିବାର ଅଭିଯୋଗ ମଧ୍ୟ ଲଗାଇଛନ୍ତି ଏବଂ ଦାବି କରିଛନ୍ତି ଯେ, ସରକାର ବିରୋଧୀ ଆନ୍ଦୋଳନ ସମୟରେ ପ୍ରାୟ ୫୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ।

ଅଧିକ ପଢ଼ନ୍ତୁ: ହର୍ମୁଜ ଆକ୍ରମଣ ପରେ ଆମେରିକାର ବଡ଼ ପ୍ରତିଶୋଧ, ୮୦ରୁ ଅଧିକ ସୈନ୍ୟ ଟାର୍ଗେଟ୍ ଧ୍ୱଂସ !


ଇରାନକୁ “ଦୁଷ୍ଟ ଦେଶ” ବୋଲି ବର୍ଣ୍ଣନା କରି ଟ୍ରମ୍ପ କହିଛନ୍ତି ଯେ, ଏହି ସଂଘର୍ଷର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବା । ସେ ଚେତାବନୀ ଦେଇ କହିଛନ୍ତି ଯେ, ଆମେରିକା କିମ୍ବା ତାହାର ସହଯୋଗୀଙ୍କ ଉପରେ କୌଣସି ଆକ୍ରମଣ ହେଲେ ତାହାର ଦୁଇଗୁଣା ଜବାବ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, ହର୍ମୁଜ୍ ଜଳପଥରେ ତିନୋଟି ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଇରାନକୁ ଦାୟୀ କରିଥିଲା । ଏହାପରେ ଆମେରିକୀୟ ବାୟୁସେନା ପକ୍ଷରୁ ଇରାନର ବିଭିନ୍ନ ସ୍ଥାନରେ ଜବାବୀ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି । ଟ୍ରମ୍ପଙ୍କ ଏହି କଠୋର ବୟାନ ପରେ ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକକୁ ନାଟୋର ସମର୍ଥନ କରିଛି । ଏହି ସାମରିକ ଆକ୍ରମଣକୁ ନାଟୋ ମୁଖ୍ୟ ମାର୍କ ରୁଟେ ଦୃଢ଼ ସମର୍ଥନ କରିବା ସହ ଏହାକୁ ନିହାତି ଜରୁରୀ ବୋଲି ଦର୍ଶାଇଛନ୍ତି । ଅଙ୍କାରାଠାରେ ଚାଲିଥିବା ନାଟୋ ସମ୍ମିଳନୀରେ ରୁଟେ କହିଛନ୍ତି , ଆନ୍ତର୍ଜାତୀୟ ଜଳପଥର ସୁରକ୍ଷା ଏବଂ ଚୁକ୍ତିର ରକ୍ଷା ପାଇଁ ଆମେରିକାର ଏଭଳି ଜବାବ ସମ୍ପୂର୍ଣ୍ଣ ଉଚିତ ।