US Airstrikes on Iran / ହର୍ମୁଜ ଆକ୍ରମଣ ପରେ ଆମେରିକାର ବଡ଼ ପ୍ରତିଶୋଧ, ୮୦ରୁ ଅଧିକ ସୈନ୍ୟ ଟାର୍ଗେଟ୍ ଧ୍ୱଂସ !
·1 hour ago·2 min read

Key Points
ହର୍ମୁଜ ପ୍ରଣାଳୀରେ ୩ଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇଛ ଆମେରିକା । ଇରାନ ୮୦ରୁ ଅଧିକ ସୈନ୍ୟ ଠିକଣା ଉପରେ ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍ କରିଛି ଆମେରିକା ସେନା ।
ନୂଆଦିଲ୍ଲୀ: ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା ପୁଣି ଥରେ ତୀବ୍ର ହୋଇଛି । ହର୍ମୁଜ ପ୍ରଣାଳୀରେ ୩ଟି ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇଛ ଆମେରିକା । ଇରାନ ୮୦ରୁ ଅଧିକ ସୈନ୍ୟ ଠିକଣା ଉପରେ ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍ କରିଛି ଆମେରିକା ସେନା ।
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ (CENTCOM)ର ଦାବି ଅନୁସାରେ, ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ ସୁରକ୍ଷା ଓ ଇରାନର ସୈନ୍ୟ କ୍ଷମତାକୁ ଦୁର୍ବଳ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆମେରିକାର ଆକ୍ରମଣ ପରେ ଇରାନ ମଧ୍ୟ ପ୍ରତି ଆକ୍ରମଣ କରିବାକୁ ଚେତାବନୀ ଦେଇଛି ।
ଏଥିସହ ପଢ଼ନ୍ତୁ: ଇରାନ ଉପରେ ପୁଣି ଥରେ ଆମେରିକାର ଏୟାରଷ୍ଟ୍ରାଇକ୍, ଟାର୍ଗେଟ୍ରେ ଦ୍ଵୀପ ଓ ବନ୍ଦର
ଆମେରିକା ସେନା ଅନୁସାରେ, ଇରାନର ଏୟାର ଡିଫେନ୍ସ ସିଷ୍ଟମ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର, ଉପକୂଳ ରଡାର ଷ୍ଟେସନ, ଏଣ୍ଟି-ଶିପ୍ ମିସାଇଲ୍ ଲଞ୍ଚର, ଡ୍ରୋନ୍ ଲଞ୍ଚ ସାଇଟ୍ ଓ ଇସଲାମିକ୍ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC)ର ୬୦ରୁ ଅଧିକ ସ୍ପିଡ୍ ବୋଟ୍ସକୁ ଟାର୍ଗେଟ୍ କରାଯାଇଛି ।
ଏଥିସହ ଇରାନର କେଶମ ଦ୍ଵୀପ, ସିରିକ୍ ସହର ସହ ପ୍ରମୁଖ ବନ୍ଦର ସହର ବନ୍ଦର ଅବ୍ବାସ ଉପରେ ଆକ୍ରମଣ କରିଛି ଆମେରିକା ସେନା । ଏସବୁ ସ୍ଥାନରେ ଥିବା ଏକାଧିକ ଇରାନର ସୈନ୍ୟ ଠିକଣା ଉପରେ ଆକାଶ ମାର୍ଗରୁ ଆମେରିକା ବୋମାବର୍ଷା କରିଛି ।
ଆମେରିକା ଅନୁସାରେ, ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୩ଟି ବାଣିଜ୍ୟିକ ଜାହାଜ ଉପରେ ଇରାନ ଆକ୍ରମଣ କରିଛି । ମାର୍ଶଲ ଦ୍ଵୀପର ଏମ୍ ଟି ଅଲ୍ ରେକୟାତ, ସାଉଦି ଅରବର ଏମ୍ ଟି ବେଦୟାନ ଓ ଲାଇବେରିଆର ଏମ୍ ଟି ସାଇପ୍ରସ୍ ପ୍ରସ୍ପୋରିଟି ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣ ପାଇଁ ୱାଶିଂଟନ୍ ଇରାନକୁ ଦାୟୀ କରିବା ସହ ଏହାକୁ ଅସ୍ତ୍ରବିରତିର ଉଲ୍ଲଂଘନ କହିଛି ।
ଇରାନର କେଉଁଠି କେଉଁଠି ଆକ୍ରମଣ ?
ଆମେରିକାର ଜବାବୀ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର୍ରେ ନିଆ ଲାଗି ଯାଇଥିବା ବେଳେ ୨ଟି ଜାହାଜ କ୍ଷତିଗ୍ରସ୍ତ ହୋଇଛି । ତେବେ ମୃତାହତ ନେଇ ତଥ୍ୟ ଆସି ନାହିଁ । ବ୍ରିଟେନ୍ର ସମୁଦ୍ର ସୁରକ୍ଷା ଏଜେନ୍ସି ଅନୁସାରେ, ଏହି ଆକ୍ରମଣ ଓମାନ ଓ ୟୁଏଇ ଉପକୂଳ ନିକଟରୁ ହୋଇଛି ।
ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ କେଶମ ଦ୍ଵୀପ, ସିରିକ୍ ସହର ସହ ପ୍ରମୁଖ ବନ୍ଦର ସହର ବନ୍ଦର ଅବ୍ବାସ ଉପରେ ଆକ୍ରମଣ ହୋଇଥିଲା କହିଛି । ଇରାନର ଉପ ବିଦେଶ ମନ୍ତ୍ରୀ କାଜେମ ଗରୀବାବାଦୀ ଏହି ଆକ୍ରମଣକୁ ଆମେରିକା ଅନ୍ତରୀଣ ଚୁକ୍ତି ଉଲ୍ଲଂଘନ କରିଥିବା କହି ନିନ୍ଦା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ପୁଣି କମ୍ପିଉଠିଲା ହର୍ମୁଜ ପ୍ରଣାଳୀ; ଯୁଦ୍ଧବିରାମ ହେବାର ୨୪ ଘଣ୍ଟାରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ
ଇରାନ ତୈଳ ବିକ୍ରି ଉପରେ ପୁଣି କଟକଣା
ପଶ୍ଚିମ ଏସିଆରେ ଅସ୍ଥିରତା ବଢ଼ିବା ସହ ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇଛି । ଇରାନ ତୈଳ ବିକ୍ରି ସହ ଜଡ଼ିତ ଅସ୍ଥାୟୀ ଅନୁମତିକୁ ବାତିଲ୍ କରି ଦେଇଛି ଆମେରିକା । ଯାହାକି ଯୁଦ୍ଧବିରତି ଚୁକ୍ତି ମାଧ୍ୟମରେ ଦିଆଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories