Sensex Crash / ଖୋଲୁ ଖୋଲୁ ସେୟାର୍ ବଜାର କ୍ରାଶ୍; ୬୦୦ ପଏଣ୍ଟ ଖସିଲା Sensex
·1 hour ago·2 min read

Key Points
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆରମ୍ଭ କରିଛନ୍ତି ଟାରିଫ୍ ୱାର୍ । ୬୦ ଟ୍ରେଡିଂ ପାର୍ଟନର୍ସଙ୍କ ଉପରେ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ ।
ମୁମ୍ବାଇ: ଯାହା ଡର ଥିଲା, ଶେଷରେ ସେୟା ହେଲା । ଡୋନାଲ୍ଡ ଟ୍ରମ୍ପଙ୍କ ୧୦ ପ୍ରତିଶତ ଟାରିଫ୍ ଜାପାନରୁ ନେଇ କୋରିଆ-ହଂକଂ ପର୍ଯ୍ୟନ୍ତ ସେୟାର୍ ବଜାରକୁ ଦୋହଲାଇ ଦେଇଛି । ଭାରତୀୟ ସେୟାର୍ ବଜାରରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆରମ୍ଭ କରିଛନ୍ତି ଟାରିଫ୍ ୱାର୍ । ୬୦ ଟ୍ରେଡିଂ ପାର୍ଟନର୍ସଙ୍କ ଉପରେ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଆମେରିକା ବ୍ୟାପାର ପ୍ରତିନିଧି କାର୍ଯ୍ୟାଳୟ (USTR) ସେକ୍ସନ୍ ୩୦୧ ଅନୁଯାୟୀ ଯାଞ୍ଚ ପରେ ଭାରତ ସମେତ ୧୭ ଦେଶରୁ ଆମଦାନୀ ସାମଗ୍ରୀ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇଛି । ଯାହା ଜୁଲାଇ ୨୪ରୁ ତତ୍କାଳ ଲାଗୁ ହୋଇଛି ।
ଏଥିସହ ପଢ଼ନ୍ତୁ: ଭାରତକୁ ପୁଣି ଟ୍ରମ୍ପ ଝଟକା, ଲାଗୁ ହେଲା ୧୦% ଅତିରିକ୍ତ ଟିକସ; ଏହି ଦିନଠୁ ହେବ ଲାଗୁ
ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ପରେ ଏସିଆର ବଜାରରେ ଦେଖିବାକୁ ମିଳିଛି ପ୍ରଭାବ । କାରବାର ଆରମ୍ଭରୁ ସେୟାର୍ ବଜାର ଖସିଛି । ଜାପାନର ନିକ୍କେଈରୁ ନେଇ ଦକ୍ଷିଣ କୋରିଆରେ କୋସ୍ପି ଇଣ୍ଡେକ୍ସ ସବୁ କିଛି କ୍ରାଶ୍ ହୋଇଛି ।
ଭାରତୀୟ ସେୟାର୍ ବଜାର ମଧ୍ୟ ଲାଲ୍ ସୂଚକାଙ୍କରେ ରହିଛି । ସେନସେକ୍ସ-ନିଫ୍ଟି ଉଭୟ ଖସିଛି । ବଜାର ଖୋଲବା ମାତ୍ରେ ବିଏସ୍ଇ ସେନେକ୍ସ ନିଫ୍ଟି ୬୦୦ରୁ ଅଧିକ ପଏଣ୍ଟ ଖସି ୨୩ ହଜାର ୭୦୦କୁ ଖସି ଆସିଛି । ଫଳରେ ନିବେଶକ ଲକ୍ଷ ଲକ୍ଷ କୋଟି ଟଙ୍କା ହରାଇଛନ୍ତି ।
ଜାପାନର ନିକ୍କେଈ ଇଣ୍ଡେକ୍ସ ୨୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇ ୬୪, ୩୩୪ ପଏଣ୍ଟରେ କାରବାର କରୁଛି । ସେହିଭଳି ଦକ୍ଷିଣ କୋରିଆର କୋସ୍ପି (KOSPI) ଇଣ୍ଡେକ୍ସ ପ୍ରାୟ ୬ ପ୍ରତିଶତ ଖସି ୬୬୬୫ରେ ଦେଣନେଣ କରୁଛି ।
ସେହିଭଳି ହଂକଂରେ ହ୍ୟାଗସାଙ୍ଗ ଇଣ୍ଡେକ୍ସ ପ୍ରାୟ ୨ ପ୍ରତିଶତ ହ୍ରାସ ପାଇ ୨୪, ୮୨୫ରେ ଟ୍ରେଡ୍ କରୁଛି । DAX, CACରୁ ନେଇ ବ୍ରିଟେନର ସେୟାର ମାର୍କେଟ୍ FTSE-100 ମଧ୍ୟ ରେଡ୍ ଜୋନ୍ରେ କାରବାର କରୁଛି ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟା ଖୋଲା ରହିବ ସେୟାର ବଜାର ! ବଦଳିଯିବ ଟ୍ରେଡିଂର ଦୁନିଆ
କାହିଁକି ବଜାରରେ ନିରାଶା ?
ବଜାର ଲାଲ୍ ସୂଚକାଙ୍କକୁ ଆସିବାର ପ୍ରମୁଖ କାରଣ ହେଉଛି ଆମେରିକାର ୧୦ ପ୍ରତିଶତ ଟାରିଫ୍ । ଏହାଛଡ଼ା ପଶ୍ଚିମ ଏସିଆରେ ଆମେରିକା-ଇରାନ ତିକ୍ତତା, ହର୍ମୁଜ ପ୍ରଣାଳୀ ଦେଇ ଗ୍ୟାସ୍ ଓ ତୈଳ ଜାହାଜ ଚଳାଚଳ ବାଧିତ, ସାଉଦି ଆରବର ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ବୈଶ୍ଵିକ ଅସ୍ଥିରତାକୁ ବଢ଼ାଇ ଦେଇଛି । ଫଳରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାର୍ ଛୁଇଁଛି । ଫଳରେ ଦୁନିଆରେ ଦରଦାମ ବୃଦ୍ଧି ଆଶଙ୍କା ବଢ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories