Videos
|
Business

Subhadra Money Big Update / ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର; ଏଥର ଏହି ମହିଳାଙ୍କୁ ମିଳିବ ୫ଟି କିସ୍ତି

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର; ଏଥର ଏହି ମହିଳାଙ୍କୁ ମିଳିବ ୫ଟି କିସ୍ତି
Subhadra Yojana Big Update

Key Points

ଅଗଷ୍ଟ ୨୮ ରକ୍ଷା ବନ୍ଧନ ଦିନ ମିଳିବ ସୁଭଦ୍ରା
ଏକାଥରେ ମିଳିବ ସୁଭଦ୍ରାର ୫ଟି କିସ୍ତି
ଭୁବନେଶ୍ଵର: ସୁଭଦ୍ରା ଟଙ୍କାକୁ ନେଇ ଆସିଲା ବଡ଼ ଖବର । କିଛି ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରେ ମିଳିବ ୨୫ ହଜାର ଟଙ୍କା । ଆସନ୍ତା ଅଗଷ୍ଟ ୨୮ ତାରିଖ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ସୁଭଦ୍ରାର ରାଜ୍ୟ ସ୍ତରୀୟ ସମାରୋହରେ ଦିଆଯିବ ଟଙ୍କା । ଏକ କୋଟିରୁ ଅଧିକ ମହିଳାଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା । ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ସଙ୍ଗେ ୫ଟି କିସ୍ତି ଅର୍ଥାତ୍ ୨୫,୦୦୦ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

  • ୨୦,୬୦୦ କୋଟି ଟଙ୍କା ବାଣ୍ଟି ସାରିଲେଣି ସରକାର
ଉପମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ସୁଭଦ୍ରା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଚାରିଟି କିସ୍ତିରେ ପ୍ରାୟ ₹୨୦,୬୦୦ କୋଟି ମହିଳାମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୧.୦୨ କୋଟି ମହିଳା କେବଳ ଚତୁର୍ଥ କିସ୍ତିର ଲାଭ ପାଇଛନ୍ତି । ପଞ୍ଚମ କିସ୍ତିକୁ ଅଗଷ୍ଟ ୨୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ପୂର୍ବରୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ, ସେଥିପାଇଁ ପ୍ରଶାସନିକ ସ୍ତରରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା । ସମସ୍ତ ବାକି ଥିବା କାର୍ଯ୍ୟ ଏବଂ ଫିଲ୍ଡ ଇନକ୍ବାରୀକୁ ଜୁଲାଇ ୨୫ ସୁଦ୍ଧା ଶେଷ ହୋଇଛି । ଯୋଗ୍ୟ ମହିଳାମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପଠାଯିବାର ବ୍ୟବସ୍ଥା ହୋଇଛି ।

ପଢନ୍ତୁ ଏହି ଖବର: ଅଷ୍ଟମ ବେତନ କମିଶନ; ସର୍ବନିମ୍ନ ଦରମା ହେବ ₹୬୯୦୦୦; ପ୍ରଥମ କମିଶନରେ କେତେ ଥିଲା ?

  • ସୁଭଦ୍ରା ଯୋଜନା କଣ ?
ଏଠାରେ କହିରଖୁଛୁ କି, ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ । ଏହି ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ମୋଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହା ପ୍ରତିବର୍ଷ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ଲେଖାଏଁ ୫ ବର୍ଷ ପର୍ଯ୍ୟନ୍ତ ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ପ୍ରଦାନ କରାଯାଏ । ଯୋଗ୍ୟ ହିତାଧିକାରୀଙ୍କ ବୟସ ସୀମା ୨୧ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ । ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: