Stale Food In Cuttack / ସିଡିଏରେ କାଫେ ଓ ରେଷ୍ଟୁରାଣ୍ଟ ସିଲ୍; ନଥିଲା କାଗଜପତ୍ର, ବିକୁଥିଲେ ବାସି ଖାଦ୍ୟ
·2 months ago·2 min read

Key Points
ବାହାରେ ଗାଲିଚା ପଡ଼ିଛି, ଭିତରରେ ବି କାଚ ଭଳି ମାର୍ବଲ । ସୁନ୍ଦର ଦେଖା ଯାଉଥିବା ଏହି କାଫେ ଓ ରେଷ୍ଟୁରାଣ୍ଟ ପରସୁଥିଲା ଆପଣଙ୍କ ସ୍ଵାସ୍ଥ୍ୟକୁ ଖରାପ କରି ଦେବା ଭଳି ଖାଦ୍ୟ ।
କଟକ: ବାହାରୁ ଦେଖିବାକୁ ଚିକ୍କଣ । ଆଖି ଝଲସାଇ ଦେବା ଭଳି ସାଜସଜ୍ଜା । ବାହାରେ ଗାଲିଚା ପଡ଼ିଛି, ଭିତରରେ ବି କାଚ ଭଳି ମାର୍ବଲ । ସୁନ୍ଦର ଦେଖା ଯାଉଥିବା ଏହି କାଫେ ଓ ରେଷ୍ଟୁରାଣ୍ଟ ପରସୁଥିଲା ଆପଣଙ୍କ ସ୍ଵାସ୍ଥ୍ୟକୁ ଖରାପ କରି ଦେବା ଭଳି ଖାଦ୍ୟ ।
ସିଡିଏ ସେକ୍ଟର-୧୩ରେ ଥିବା ଏକ କାଫେ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ ବେଳେ ସାମ୍ନାକୁ ଆସିଛି ବଡ଼ ହୋଟେଲର ସାଂଘାତିକ କାରନାମା । ବଳକା ବାସି ଖାଦ୍ୟକୁ ଫ୍ରିଜ୍ରେ ରଖୁଥିଲେ । ଗ୍ରାହକ ମାଗିଲେ ଗରମ କରି କିମ୍ବା ଫ୍ରାଏ କରି ପରସି ଦେଉଥିଲେ ।
ଏଥିସହ ପଢ଼ନ୍ତୁ: ଆଉ ଜେଲ୍ରୁ ଖସି ପାରିବେନି କଏଦୀ, ଉଦ୍ୟମ କଲେ ବାଜିବ ସାଇରନ୍
ମଙ୍ଗଳବାର ସିଏମସି ସ୍ଵାସ୍ଥ୍ୟ ବିଭାଗ ଟିମ୍ର ଚଢ଼ାଉ ବେଳେ ବଡ଼ ରେଷ୍ଟୁରାଣ୍ଟର ସବୁ ଗୁମର ଖୋଲିଛି । ସମସ୍ତଙ୍କ ପସନ୍ଦ ଚିକେନ୍ରୁ ନେଇ ବିରିୟାନୀ ପୁଣି ନାନ୍ । ଏଭଳି ଭଳିକି ଭଳି ଫ୍ରିଜ୍ରେ ମହଜୁଦ୍ ଥିବା ଖାଦ୍ୟକୁ ଜବତ କରି ନଷ୍ଟ କରାଯାଇଛି ।

ସବୁଠୁ ବଡ଼ କଥା ହେଲା ଏହି ରେଷ୍ଟୁରାଣ୍ଟର କୌଣସି କାଗଜପତ୍ର ନାହିଁ । ତଥାପି ଦୀର୍ଘ ଦିନ ହେଲା ଏଠି କାଫେ ଓ ରେଷ୍ଟୁରାଣ୍ଟ ଚାଲିଲା । ସେହିଭଳି ସେକ୍ଟର ୧୦ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।
ଏଥିସହ ପଢ଼ନ୍ତୁ: ବିଜେପିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମଞ୍ଚରେ କହିଦେଲେ ୨୫ ବର୍ଷର ପ୍ଲାନ୍
ସେକ୍ଟର ୧୦ରେ ଥିବା ଏକ ରେଷ୍ଟୁରାଣ୍ଟରେ ଚଢ଼ାଉ ବେଳେ ମିଳିଛି ବିପୁଳ ବାସୀ ଖାଦ୍ୟ । ଏସବୁ ଖାଦ୍ୟକୁ ସମାନ ଢଙ୍ଗରେ ଫ୍ରିଜ୍ରେ ରଖି ଗ୍ରାହକଙ୍କୁ ପରସି ଦିଆ ଯାଉଥିଲା । ରେଡ୍ ପରେ ସିଏମସି ଉଭୟ କାଫେ ଓ ରେଷ୍ଟୁରାଣ୍ଟକୁ ସିଲ୍ କରିବା ସହ ଜରିମାନା କରିଛି ।

ତେବେ ବାଉନ ବଜାର ତେପନ ଗଳିର ସହର କଟକରେ ଏହା ନୂଆ ନୁହେଁ । ଐତିହାସିକ ବାଲିଯାତ୍ରା ହେଉ କିମ୍ବା ଅନ୍ୟ କୌଣସି ସମୟରେ ଅଚାନକ ରେଡ୍ ବେଳେ ଏଭଳି ବାସୀ, ଅପମିଶ୍ରିତ ଖାଦ୍ୟ ଧରା ପଡ଼ୁଛି । ଦିନେ ଅଧେ ରେଡ୍ କରି ପ୍ରଶାସନ ଚୁପ୍ ରହୁଥିବା ବେଳେ ପୁଣି ଗ୍ରାହକଙ୍କ ସହ ଖେଳ ଖେଳୁଛନ୍ତି ଏଭଳି ଅସାଧୁ ହୋଟେଲ୍ ଓ ରେଷ୍ଟୁରାଣ୍ଟ । ତେଣୁ ଆପଣ କେବେ ହୋଟେଲେ, ରେଷ୍ଟୁରାଣ୍ଟ, କାଫେକୁ ଖାଇବାକୁ ଯିବା ପୂର୍ବରୁ ଟିକେ ଭାବି ନିଅନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories