Free LPG / ଦୀପାବଳିରେ ମିଳିବ ମାଗଣା ଗ୍ୟାସ୍ ସିଲିଣ୍ଡର; ଜାଣନ୍ତୁ କେଉଁମାନେ ପାଇବେ ?
·1 hour ago·2 min read

Key Points
ଦୀପାବଳି ଓ ହୋଲିରେ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ମିଳିବ ମାଗଣା ଗ୍ୟାସ୍ ରିଫିଲ୍ । ଆଧାର ସହ ଲିଙ୍କ୍ ବ୍ୟାଙ୍କ ଖାତା ଓ ଆଧାର ପ୍ରମାଣୀକରଣ ଥିବା ଯୋଗ୍ୟ ହିତାଧିକାରୀ ପାଇବେ ଲାଭ ।
ଲକ୍ଷ୍ନୌ: ପାର୍ବଣ ଋତୁରେ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ଉପହାର । ମାଗଣାରେ ଏଲପିଜି ସିଲିଣ୍ଡର ଦେବେ ସରକାର । ଦୀପାବଳି ପୂର୍ବରୁ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର ।
୨୦୨୬-୨୭ ଆର୍ଥିକ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ରିଫିଲ୍ ଦେବା ଯୋଜନାକୁ ଉତ୍ତରପ୍ରଦେଶ ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର ୯ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିଆଯାଇଛି ।
ଏଥିସହ ପଢ଼ନ୍ତୁ: କାହିଁକି ଅଟକିଛି କର୍ମଚାରୀଙ୍କ ଦରମା ? ଅଷ୍ଟମ ବେତନ କମିଶନ ଏତେ ସମୟ ନେଉଛି କାହିଁକି ଜାଣନ୍ତୁ
ଯୋଜନା ଅନୁସାରେ, ଗୋଟିଏ ସିଲିଣ୍ଡର ଦୀପାବଳି ସମୟରେ ଏବଂ ଅନ୍ୟଟି ହୋଲି ସମୟରେ ମିଳିବ । ତେବେ ଏହି ସୁବିଧା କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଯୋଗ୍ୟ ହିତାଧିକାରୀ ପାଇବେ । ଏହାଦ୍ୱାରା ପର୍ବପର୍ବାଣୀ ସମୟରେ ଗ୍ୟାସ୍ ରିଫିଲ୍ ଖର୍ଚ୍ଚରୁ ଗରିବ ପରିବାରକୁ ଆଶ୍ୱସ୍ତି ମିଳିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବେ ମିଳିବ ମାଗଣା ଗ୍ୟାସ୍ ରିଫିଲ୍ ?
ସରକାରଙ୍କ ନିଷ୍ପତ୍ତି ଅନୁସାରେ, ମାଗଣା ଗ୍ୟାସ୍ ରିଫିଲ୍ ଦୁଇଟି ପର୍ଯ୍ୟାୟରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଦୀପାବଳିରେ ମିଳିବ । ଦ୍ଵିତୀୟ ପର୍ଯ୍ୟାୟରେ ଜାନୁଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ହୋଲି ସମୟରେ ମିଳିବ । ଏହି ଯୋଜନା ପାଇଁ ଉତ୍ତରପ୍ରଦେଶ ସରକାର ପ୍ରାୟ ୨,୧୪୨.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ ।
କେଉଁମାନେ ପାଇବେ ଏହି ସୁବିଧା ?
ଏହି ଯୋଜନାର ଲାଭ ପାଇବା ପାଇଁ କିଛି ସର୍ତ୍ତ ରହିଛି । ହିତାଧିକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ । ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ୍ ହୋଇଥିବା ଦରକାର । ଆଧାର ପ୍ରମାଣୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ ।
ଏଥିସହ ପଢ଼ନ୍ତୁ: GPF ସୁଧ ହାର ଘୋଷଣା, ଆପଣଙ୍କ ଖାତାରେ କେତେ ବଢ଼ିବ ଟଙ୍କା?
କେନ୍ଦ୍ର ବି ଦେଉଛି ରିହାତି
ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଉପଭୋକ୍ତାଙ୍କୁ କେନ୍ଦ୍ର ସରକାର ୩୦୦ ଟଙ୍କା ସବସିଡି ଦେଉଛନ୍ତି । ୨୦୨୨ ମେ ମାସରେ ସରକାର ଉଜ୍ଜ୍ଵଳା ଯୋଜନାରେ ହିତାଧିକାରୀଙ୍କୁ ୧୪.୨ କେଜି ସିଲିଣ୍ଡରରେ ୨୦୦ ଟଙ୍କା ସବସିଡି ଦେବା ଆରମ୍ଭ କରିଥିଲେ । ପରେ ଯାହାକୁ ବୃଦ୍ଧି କରାଯାଇ ୩୦୦ ଟଙ୍କା କରାଯାଇଛି ।

Related Topics
Explore more stories