US Stock Market Crash / ଆମେରିକା ସେୟାର ବଜାରରେ ସୁନାମି, ଗୋଟିଏ ଝଟକାରେ ଉଡ଼ିଗଲା ୨୩୬ ଲକ୍ଷ କୋଟି ଟଙ୍କା
·1 hour ago·2 min read

Key Points
ଟ୍ରିଲିୟନ୍ ଡଲାର ସ୍ୱାହା
ଆମେରିକା ସେୟାର ବଜାରରେ ହାହାକାର
ଗୋଟିଏ ଝଟକାରେ ଉଡ଼ିଗଲା ୨୩୬ ଲକ୍ଷ କୋଟି ଟଙ୍କା

ଆମେରିକାର ସେୟାର ବଜାରରେ ଗୁରୁବାର ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଏହି ହ୍ରାସର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସହ ଜଡ଼ିତ କମ୍ପାନୀଗୁଡ଼ିକ ଉପରେ । Nasdaq-୧୦୦ର ପ୍ରମୁଖ କମ୍ପାନୀଗୁଡ଼ିକର ମୋଟ ବଜାର ମୂଲ୍ୟ ଗୋଟିଏ ଦିନରେ ପ୍ରାୟ ୨.୫ ଟ୍ରିଲିୟନ୍ ଡଲାର ହ୍ରାସ ପାଇଛି । ଭାରତୀୟ ମୂଲ୍ୟରେ ଏହା ପ୍ରାୟ ୨୩୬ ଲକ୍ଷ କୋଟି ଟଙ୍କା ।
ଆମେରିକାର ମିଡ୍ଟର୍ମ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ AI କମ୍ପାନୀଗୁଡ଼ିକ ଉପରେ ସରକାରୀ ନିୟନ୍ତ୍ରଣ ବଢ଼ିବା ଆଶଙ୍କା ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି । ବିଶେଷ କରି ଡାଟା ସେଣ୍ଟର ନିର୍ମାଣ ଉପରେ ନୂଆ ନିୟମ ଲାଗୁ ହେବା କିମ୍ବା ନିର୍ମାଣ କାର୍ଯ୍ୟର ଗତି ଧିମା ହେବା ନେଇ ଆଶଙ୍କା ରହିଛି ।
ଏଥି ସହ ପଢନ୍ତୁ: ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟକା, ଭାରତ ପାଇଁ କମିଲା ଟ୍ରେଡ୍ ଡିଲ୍ର ଚାପ
Nasdaqରେ ବଡ଼ ହ୍ରାସ
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁରୁବାର ବଜାର ଖୋଲିବା ପରେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ଇଣ୍ଡେକ୍ସ Nasdaq କମ୍ପୋଜିଟ୍ରେ ୫.୫ ପ୍ରତିଶତ ହ୍ରାସ ଘଟିଛି। ଏପ୍ରିଲ୍ ୨୦୨୫ର 'ଲିବରେସନ୍ ଡେ' ପରେ ଏହା ଗୋଟିଏ ଦିନର ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AI କମ୍ପାନୀଗୁଡ଼ିକର ସେୟାର ଲଗାତାର ଦ୍ୱିତୀୟ ଦିନ ପାଇଁ ତଳକୁ ଖସିଛି। ଏହାର ପ୍ରଭାବ ସେମିକଣ୍ଡକ୍ଟର ଓ ଚିପ୍ ନିର୍ମାତା କମ୍ପାନୀଗୁଡ଼ିକ ଉପରେ ମଧ୍ୟ ପଡ଼ିଛି । ଚିପ୍ କମ୍ପାନୀଗୁଡ଼ିକର ଇଣ୍ଡେକ୍ସ ପ୍ରାୟ ୧୨ ପ୍ରତିଶତ ହ୍ରାସ ପାଇ ଛଅ ମାସରୁ ଅଧିକ ସମୟର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସେହିପରି AI ସହ ଜଡ଼ିତ କମ୍ପାନୀ CoreWeaveର ସେୟାର ମୂଲ୍ୟ ମଧ୍ୟ ୧୦ ପ୍ରତିଶତ ହ୍ରାସ ପାଇଛି ।
ଅକ୍ଟୋବର ୬ରେ ନିଜର ସର୍ବୋଚ୍ଚ ସ୍ତର ଛୁଇଁବା ପରେ ନାସଡାକ୍ କମ୍ପୋଜିଟ୍ ଇଣ୍ଡେକ୍ସ ପ୍ରାୟ ୧୨ ପ୍ରତିଶତ ତଳକୁ ଖସିଛି । କୌଣସି ସେୟାର ବଜାର ଇଣ୍ଡେକ୍ସ ନିଜର ସର୍ବୋଚ୍ଚ ସ୍ତରରୁ ୧୦ ପ୍ରତିଶତ କିମ୍ବା ତା'ଠାରୁ ଅଧିକ ହ୍ରାସ ପାଇଲେ ଏହାକୁ 'ମାର୍କେଟ୍ କରେକ୍ସନ୍' କୁହାଯାଏ । ଏବେ ନାସଡାକ୍ ଏହି ସ୍ଥିତିରେ ପହଞ୍ଚିଛି ।
ବଜାର ହ୍ରାସ ପାଇଁ ଡେମୋକ୍ରାଟ୍ଙ୍କୁ ଦାୟୀ କଲେ ଟ୍ରମ୍ପ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସେୟାର ବଜାରର ଏହି ହ୍ରାସ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସେ କହିଛନ୍ତି ଯେ ନିର୍ବାଚନ ଫଳାଫଳ ଯୋଗୁଁ ବଜାର ଇତିହାସର ଅନ୍ୟତମ ଖରାପ ଦିନ ଦେଖିଛି ।
ଟ୍ରମ୍ପ ଏଥିପାଇଁ ଡେମୋକ୍ରାଟ୍ମାନଙ୍କୁ ଦାୟୀ କରିଛନ୍ତି । ତାଙ୍କ କହିବା ଅନୁସାରେ, ସେୟାର ବଜାରର ହ୍ରାସ ଯୋଗୁଁ ଆମେରିକୀୟ ନାଗରିକଙ୍କ 401(k) ରିଟାୟରମେଣ୍ଟ ଆକାଉଣ୍ଟର ମୂଲ୍ୟ ମଧ୍ୟ କମିଛି । ତେବେ ଆମେରିକା ଖୁବ୍ଶୀଘ୍ର ପୁଣି ମଜବୁତ ସ୍ଥିତିକୁ ଫେରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ନିଜ ପୋଷ୍ଟରେ ଟ୍ରମ୍ପ ଡେମୋକ୍ରାଟ୍ମାନଙ୍କୁ 'Dumocrats' ବୋଲି ଲେଖି ସମାଲୋଚନା କରିଛନ୍ତି ।
ଆଗକୁ କ'ଣ ହେବ ?
ବର୍ତ୍ତମାନ ନିବେଶକଙ୍କ ନଜର AI କମ୍ପାନୀଗୁଡ଼ିକ ଉପରେ ଆଗକୁ କେତେ କଠୋର ନିୟମ ଲାଗୁ ହେବ, ସେଥିପ୍ରତି ରହିଛି। ଡାଟା ସେଣ୍ଟର ନିର୍ମାଣ ଯୋଜନା ଉପରେ ଏହାର କେତେ ପ୍ରଭାବ ପଡ଼ିବ, ତାହା ମଧ୍ୟ ଏବେ ସ୍ପଷ୍ଟ ହୋଇନାହିଁ ।

Related Topics
Explore more stories