|
logo
Live
Argus News App
GET APP

Argus News - ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ

International

Middle East War / ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ

Sushanta Sahoo
Browse all articles by Sushanta Sahoo
·3 days ago·2 min read
ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ
Oil Prices May Surge

Key Points

ଏବେ ଏବେ ଇରାନ ଦେଇଥିବା ଧମକର ପ୍ରଭାବ ବିଶ୍ଵ ତୈଳ ବଜାର ଉପରେ ପଡ଼ିଛି । ଅଶୋଧିତ ତୈଳଦର ପୁଣି ବୃଦ୍ଧି ପାଇଛି । ଆମେରିକା-ଇସ୍ରାଏଲ୍ ସହ ଇରାନ ଯୁଦ୍ଧରେ ହୁତିଙ୍କ ପ୍ରବେଶ ସଂଘର୍ଷକୁ ଆହୁରି ଶାଣିତ କରିଛି ।
ନୂଆଦିଲ୍ଲୀ: ମଧ୍ୟପୂର୍ବ ଏସିଆର ମରୁଭୂମି ଓ ସଂକୀର୍ଣ୍ଣ ସମୁଦ୍ର ପଥରୁ ଆରମ୍ଭ ହୋଇଥିବା ଯୁଦ୍ଧ ଆଁରେ ଏବେ ବିଶ୍ଵ ଅର୍ଥନୀତି ଜଳିବାକୁ ଯାଉଛି । ବିଗତ ମାସେ ହେଲା ହର୍ମୁଜ ପ୍ରଣାଳୀ ପ୍ରାୟ ବନ୍ଦ ରହିଛି । ଅନ୍ୟପଟେ ଦୁନିଆର ଚତୁର୍ଥ ସାମୁଦ୍ରିକ ପଥ ବାବ ଅଲ୍ ମନ୍ଦେବ ଉପରେ ଯୁଦ୍ଧର କଳା ବାଦଲ ଛାଇବା ଆରମ୍ଭ କଲାଣି ।

ଏବେ ଏବେ ଇରାନ ଦେଇଥିବା ଧମକର ପ୍ରଭାବ ବିଶ୍ଵ ତୈଳ ବଜାର ଉପରେ ପଡ଼ିଛି । ଅଶୋଧିତ ତୈଳଦର ପୁଣି ବୃଦ୍ଧି ପାଇଛି । ଆମେରିକା-ଇସ୍ରାଏଲ୍ ସହ ଇରାନ ଯୁଦ୍ଧରେ ହୁତିଙ୍କ ପ୍ରବେଶ ସଂଘର୍ଷକୁ ଆହୁରି ଶାଣିତ କରିଛି । ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରି ହୁତି ବିଶ୍ଵ ଅର୍ଥନୀତି ପାଇଁ ନୂଆ ବିପଦ ହୋଇ ଛିଡ଼ା ହୋଇଛି ।

ଏଥିସହ ପଢ଼ନ୍ତୁ: ଆମେରିକାକୁ ଇରାନର କଡ଼ା ଚେତାବନୀ, ‘ପାଦ ରଖିଲେ କଫିନ୍‌ରେ ଫେରିବ’

ଫେବ୍ରୁଆରୀ ୨୮ରେ ଇରାନ ଉପରେ ଇସ୍ରାଏଲ୍‍ ଓ ଆମେରିକାର ଆକ୍ରମଣ କରିଥିଲା । ସେବେଠୁ ହର୍ମୁଜ ପ୍ରଣାଳୀରେ ୬୫୦ରୁ ଅଧିକ ପଣ୍ୟବାହୀ ଜାହାଜ ଫସି ରହିଛି । ଫଳରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧୦୫ ଡଲାର ଅତିକ୍ରମ କରିବା ସହ ପରିବହନ ଖର୍ଚ୍ଚ ବଢ଼ିଛି ।

ଏବେ ଇରାନ ଚେତାବନୀ ଦେଇ କହିଛି, "ଆମେରିକା ଏବଂ ଇସ୍ରାଏଲ୍ ଖାର୍ଗ ଦ୍ଵୀପ ଅଥବା ଅନ୍ୟ ରଣନୀତିକ ଠିକଣାରେ ଆକ୍ରମଣ କରନ୍ତି । ତାହେଲେ ବାବ ଅଲ-ମନ୍ଦେବ ସମୁଦ୍ର ପଥକୁ ବ୍ଲକ କରି ଦିଆଯିବ ।" ଏହା ହେଉଛି ସେଇ ସଂକୀରଣ୍ଣ ରାସ୍ତା ଯାହା ସୁଏଜ କେନାଲ ସହ ସମୁଦ୍ରକୁ ଯୋଡ଼ିଥାଏ ।

ବନ୍ଦ ହେଲେ କ'ଣ ହେବ ?

ଆମେରିକା ଅନୁସାରେ, ଯଦି ଏହା ରାସ୍ତା ବନ୍ଦ ହୋଇଯାଏ । ତାହେଲେ ଆଫ୍ରିକାର ଦକ୍ଷିଣରେ ଥିବା କେପ୍ ଅଫ୍ ଗୁଡ୍ ହୋପ ଦେଇ ଯିବାକୁ ପଡ଼ିବ । ଯାହାର ଅର୍ଥ ଯାତ୍ରା ଅଧିକ ଲମ୍ବା ହେବା ସହ ପରିବହନ ଖର୍ଚ୍ଚ ବଢ଼ିଯିବ । ଫଳରେ ସାମଗ୍ରୀର ଦରଦାମ ବୃଦ୍ଧି ପାଇବ ।

ମହା ସଂକଟ

ହର୍ମୁଜ ପ୍ରଣାଳୀ ଦେଇ ଦୁନିଆ ମୋଟ ତୈଳ ପରିବହନର ୨୦ ପ୍ରତିଶତ ଜାହାଜ ଯାତାୟାତ କରିଥାଏ । ସେହିଭଳି ବାବ ଅଲ-ମନ୍ଦେବ ଦେଇ ବିଶ୍ଵ ତୈଳ ପରିବହନର ପ୍ରାୟ ୧୨ ପ୍ରତିଶତ ଜାହାଜ ଯାଇଥାଏ ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ପହଞ୍ଚିଲେ ଆମେରିକାର ଆଉ ୩୫୦୦ ମରିନ୍ କମାଣ୍ଡୋ

ଯଦି ଇରାନ ବାବ ଅଲ୍-ମନ୍ଦେବକୁ ବନ୍ଦ କରେ, ତାହେଲେ ଅନ୍ତର୍ଜାତୀୟ ବଜାରର ୩୨ ପ୍ରତିଶତ ତୈଳ ବିତରଣ ଠପ୍ ହୋଇଯିବ । ଯାହାର ପ୍ରଭାବ ଦୁନିଆ ଉପରେ ପଡ଼ିବ । ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ । ବୈଶ୍ଵିକ ବିତରଣ ଚେନ୍ ପ୍ରଭାବିତ ହେବ ।

ବଢ଼ିଯିବ ପେଟ୍ରୋଲ୍, ଡିଜେଲ ଦାମ

ଅଶୋଧିତ ତୈଳ ମହଙ୍ଗା ହେବ ସହ ପରିବହନ ଖର୍ଚ୍ଚ ବଢ଼ିବ । ଯଦି ଉପସାଗରୀୟ ଦେଶରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ ତାହେଲେ ଦୁନିଆରେ ପେଟ୍ରୋଲ, ଡିଜେଲ୍ ମହଙ୍ଗା ହୋଇଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Middle East War: ଇରାନର 'ହୁତି' ଅସ୍ତ୍ର; ବଢ଼ିଯିବ ତୈଳଦର, ବିଶ୍ଵ ଅର୍ଥନୀତିକୁ ବିପଦ | Argus News