|
logo
Live

Argus News - କ'ଣ କହୁଛି ଆଇନ୍ ? ଋଣ ପରିଶୋଧ ନ କଲେ ଜେଲ୍ ହେବ କି ?

Business

Can Banks Arrest You / କ'ଣ କହୁଛି ଆଇନ୍ ? ଋଣ ପରିଶୋଧ ନ କଲେ ଜେଲ୍ ହେବ କି ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
କ'ଣ କହୁଛି ଆଇନ୍ ? ଋଣ ପରିଶୋଧ ନ କଲେ ଜେଲ୍ ହେବ କି ?
Loan Default = Jail?

Key Points

ନିଜର ବିଭିନ୍ନ ଆବଶ୍ୟକତା ପୂରଣ ଲାଗି ଆମେ ଲୋନ୍ ନେଇଥାଉ । କିନ୍ତୁ ଅନେକ ଥର ଖରାପ ପରିସ୍ଥିତି, ଦୁର୍ବଳ ଆର୍ଥିକ ଅବସ୍ଥା ପାଇଁ ଅନେକ ସମୟରେ ଋଣ ପରିଶୋଧ କରି ପାରି ନଥାଉ ।
ନୂଆଦିଲ୍ଲୀ: ମହଙ୍ଗା ଦୁନିଆରେ ଦୈନନ୍ଦିନ ଆବଶ୍ୟକତା ହେଉ କିମ୍ବା ଘର ତୋଳିବା ନହେଲେ ବ୍ୟବସାୟ କରିବା । ଏଭଳି ଆବଶ୍ୟକତା ପୂରଣ ଲାଗି ଆମେ ଲୋନ୍ ନେଇଥାଉ । କିନ୍ତୁ ଅନେକ ଥର ଖରାପ ପରିସ୍ଥିତି, ଦୁର୍ବଳ ଆର୍ଥିକ ଅବସ୍ଥା ପାଇଁ ଅନେକ ସମୟରେ ଋଣ ପରିଶୋଧ କରି ପାରି ନଥାଉ ।

ଏଭଳି ସ୍ଥିତିରେ ମନରେ ପ୍ରଶ୍ନ ଆସେ- ଋଣ ନ ଶୁଝିଲେ ଜେଲ୍ ହୋଇଯିବ କି ? କମ୍ପାନୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ? ଆସନ୍ତୁ ଜାଣିବା ଏନେଇ କ'ଣ କହୁଛନ୍ତି ଆଇନଜୀବୀ ।

ଏଥିସହ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର; ମିଳିଲା ମଞ୍ଜୁରୀ, ବଢିବ ଦରମା

ପଟିଆଲା କୋର୍ଟର ଓକିଲ ମହମ୍ମୁଦ ଆଲମ କହିଛନ୍ତି, "ଯଦି ଆପଣଙ୍କ ଚାକିରି ଚାଲିଯାଏ, ବ୍ୟବସାୟରେ କ୍ଷତି ହୁଏ, ରୋଗରେ ପୀଡ଼ିତ ହୁଅନ୍ତି । ଏଭଳି କ୍ଷେତ୍ରରେ ଋଣ ପରିଶୋଧ ନ କରିବା ଅପରାଧିକ ନୁହେଁ ଏହାକୁ ସିଭିଲ୍ ମାମଲା ବିବେଚନା କରାଯାଏ । ଅର୍ଥାତ୍ ଏହା ଏକ ପ୍ରକାର ଆର୍ଥିକ ବିବାଦ, ଅପରାଧ ନୁହେଁ ।"

କମ୍ପାନୀ ପଠାଇ ପାରିବ କି ଜେଲ୍ ?

ଓକିଲଙ୍କ ଅନୁସାରେ, ଏଭଳି ସ୍ଥିତିରେ ଋଣ ପ୍ରଦାନକାରୀ ଫାଇନାନ୍ସ କମ୍ପାନୀ ଆପଣଙ୍କ ବିରୋଧରେ କୋର୍ଟରେ ମାମଲା କରିପାରିବେ । ତାହାର ଅର୍ଥ ଜେଲ୍ ପଠାଇବା ନୁହେଁ, ବରଂ ଦେଇଥିବା ଋଣ ଅର୍ଥକୁ ଆଇନ୍‌ତଃ ପ୍ରକ୍ରିୟାରେ ଫେରସ୍ତ ପାଇବା । ଯେପରିକି ସମ୍ପତ୍ତି ଜବତ କରି ଋଣ ଅର୍ଥ ଆଦାୟ କରିବା ।

ଯଦି ଆପଣ ଋଣ ନେବା ବେଳେ ମିଛ ତଥ୍ୟ ଦେଇ ନାହାନ୍ତି, ତାହେଲେ ଋଣ ନ ଶୁଝିଲେ ଆପଣଙ୍କୁ ଜେଲ୍ ହେବ ନାହିଁ । ଅନ୍ୟପଟେ ଋଣ ନେବା ବେଳେ ମିଛ ଡକ୍ୟୁମେଣ୍ଟ କିମ୍ବା ଆୟ ନେଇ ଭୁଲ୍ ସୂଚନା ଦେଇଥିଲେ ଏହାକୁ ସ୍କାମ୍ ବିବେଚନା କରାଯାଏ । ଏଭଳି ସ୍ଥିତିରେ ଏହା ସିଭିଲ୍ ବଦଳରେ ଅପରାଧିକ ମାମଲା ହୋଇଥାଏ । ଋଣ ଦେଇଥିବା ସଂସ୍ଥା ପୋଲିସରେ ଅଭିଯୋଗ କରିପାରେ ଏବଂ ଆପଣ ଦୋଷୀ ପ୍ରମାଣିତ ହେଲେ ଜେଲ୍ ହୋଇପାରେ ।

ଜାଣିଶୁଣି ଲୋନ୍ ନ ଶୁଝିଲେ

ଏହାଛଡ଼ା କେତକ ଜାଣିଶୁଣି ଲୋନ୍ ଶୁଝି ନଥାନ୍ତି । ଭାବି ନିଅନ୍ତୁ ଆପଣଙ୍କ ପାଖରେ ଟଙ୍କା ଅଛି, ତଥାପି ଆପଣ ଋଣ ଅର୍ଥ ପରିଶୋଧ କରୁ ନାହାନ୍ତି । ଆପଣଙ୍କ ସମ୍ପତ୍ତି ଲୁଚାଇବା ସହ ବ୍ୟାଙ୍କ ଠାରୁ ଲୁଚିବାକୁ ପ୍ରୟାସ କରୁଛନତି । ଏହା ଗମ୍ଭୀର ମାମଲା ହୋଇପାରେ । ଏଭଳି ସ୍ଥିତିରେ ଆପଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏହା ଅପରାଧିକ ମାମଲା ହେବା ସହ ଜେଲ୍ ହୋଇପାରେ ।

ବ୍ୟାଙ୍କ ପାଖରେ ଅଧିକାର

ଭାରତୀୟ ବ୍ୟାଙ୍କ ପାଖରେ ଋଣ ଅର୍ଥ ଆଦାୟ ପାଇଁ ଏକାଧିକ ଅଧିକାର ରହିଛି । ଆପଣଙ୍କ ସମ୍ପତ୍ତି ଜବତ କରିବା, ନୋଟିସ୍ ପଠାଇବା ସହ କୋର୍ଟର ଦ୍ଵାରସ୍ଥ ହୋଇପାରେ ବ୍ୟାଙ୍କ । କିନ୍ତୁ କେବଳ ଟଙ୍କା ପରିଶୋଧ ନ କରିବାରୁ କାହାରିକୁ ଜେଲ୍ ପଠାଇବା ଆଇନ୍ ବିରୋଧୀ ।

ଏଥିସହ ପଢ଼ନ୍ତୁ: ଅଚାନକ ଖସିଲା ଅଶୋଧିତ ତୈଳ ସହ ଗ୍ୟାସ୍ ଦର; ଭାରତ ପାଇଁ ୩ଟି ଭଲ ଖବର

ଯଦି ଆପଣ ଋଣ ନ ଶୁଝି ପାରି ସମସ୍ୟାର ସାମ୍ନା କରୁଛନ୍ତି । ତାହେଲେ ସବୁଠୁ ଭଲ ଉପାୟ ହେଉଛି ବ୍ୟାଙ୍କ ସହ ଆଲୋଚନା କରନ୍ତୁ । ଅନକ ସମୟରେ ବ୍ୟାଙ୍କ ଆପଣଙ୍କୁ ସମୟ ଦେଇଥାଏ ନଚେତ୍ EMI ହ୍ରାସ କରି ନୂଆ ଖସଡ଼ା ପ୍ରସ୍ତୁତ କରିଥାଏ ।

ମୋଟାମୋଟି କହିବାକୁ ଗଲେ ଲୋନ୍ ଶୁଝି ନ ପାରିବା ସବୁବେଳେ ଅପରାଧ ହୋଇ ନଥାଏ । ଯଦି ଆପଣଙ୍କ ଉଦ୍ଦେଶ୍ୟ ଠିକ୍ ଓ ଆପଣ ଜଣେ ସଚ୍ଚୋଟତାର ସହ ପ୍ରୟାସ କରୁଛନ୍ତି ତାହେଲେ ଜେଲ୍ ହେବ ନାହିଁ । କିନ୍ତୁ ଆପଣ ମିଛ ତଥ୍ୟ ଦେଇ ଧୋକା ଦେବା, ଜାଣିଶୁଣି ଅର୍ଥ ପରିଶୋଧ ନ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେଣୁ ଭାବିଚିନ୍ତି ଲୋନ୍ ନିଅନ୍ତୁ ଓ ସମୟରେ ପରିଶୋଧ ପାଇଁ ପ୍ରୟାସ କରନ୍ତୁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Can Banks Arrest You: କ'ଣ କହୁଛି ଆଇନ୍ ? ଋଣ ପରିଶୋଧ ନ କଲେ ଜେଲ୍ ହେବ କି ? | Argus News