Oil Prices Fall / ଅଚାନକ ଖସିଲା ଅଶୋଧିତ ତୈଳ ସହ ଗ୍ୟାସ୍ ଦର; ଭାରତ ପାଇଁ ୩ଟି ଭଲ ଖବର
·1 hour ago·2 min read

Key Points
ଦୁନିଆକୁ ଇନ୍ଧନ ଯୋଗାଣର ଗୁରୁତ୍ଵପୂର୍ଣ୍ଣ 'ହର୍ମୁଜ'ସମୁଦ୍ର ପଥ ଶୁକ୍ରବାର ଖୋଲିବା ପରେ ଆଶ୍ଵସ୍ତି ମିଳିଛି । ଆଉ ଏହି ଆଶ୍ଵସ୍ତିକର ଖବର ଇନ୍ଧାନ ବଜାରରେ ପ୍ରଭାବ ପକାଇଛି ।
ନୂଆଦିଲ୍ଲୀ: ୪୯ ଦିନର ପ୍ରତିବନ୍ଧକ ପରେ 'ହର୍ମୁଜ' ପ୍ରଣାଳୀକୁ ଖୋଲି ଦେଇଛି ଇରାନ । ଦୁନିଆକୁ ଇନ୍ଧନ ଯୋଗାଣର ଏହି ଗୁରୁତ୍ଵପୂର୍ଣ୍ଣ ସମୁଦ୍ର ପଥ ଶୁକ୍ରବାର ଖୋଲିବା ପରେ ଆଶ୍ଵସ୍ତି ମିଳିଛି । ଆଉ ଏହି ଆଶ୍ଵସ୍ତିକର ଖବର ଇନ୍ଧାନ ବଜାରରେ ପ୍ରଭାବ ପକାଇଛି ।
'ହର୍ମୁଜ' ପ୍ରଣାଳୀକୁ ଉନ୍ମୁକ୍ତ କରିବା ନେଇ ଇରାନର ଘୋଷଣା ପରେ ଅଚାନକ ଖସିଛି ଅଶୋଧିତ ତୈଳ ଓ ଗ୍ୟାସ୍ ଦର । ଅଶୋଧିତ ତୈଳଦର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ଗ୍ୟାସ୍ ଦର ୮.୫ ପ୍ରତିଶତ ଖସିଛି ।
ଏଥିସହ ପଢ଼ନ୍ତୁ: ଆଉ ରହିବନି ତୈଳ, ଗ୍ୟାସ୍ ଅଭାବ; ୪୯ ଦିନ ପରେ ସମ୍ପୂର୍ଣ୍ଣ ସ୍ଵାଭାବିକ ହେଲା 'ହର୍ମୁଜ' ପ୍ରଣାଳୀ
ରୟଟର୍ସ ରିପୋର୍ଟ ଅନୁସାରେ, ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ଘୋଷଣା ପରେ ପରେ ହିଁ ଅଶୋଧିତ ତୈଳଦର ୧୧ ପ୍ରତିଶତ ହ୍ରାସ ପାଇଛି । ବ୍ରେଣ୍ଟ ଅଶୋଧି ତୈଳ ୧୦.୫୯ ଡଲାର ହ୍ରାସ ପାଇ ବ୍ଯାରେଲ୍ ପିଛା ୮୮.୮୦ ଡଲାରରେ ପହଞ୍ଚିଛି ।
ଭାରତ ପାଇଁ ବଡ଼ ଆଶ୍ଵସ୍ତି
ଦୁନିଆର ପ୍ରାୟ ୨୦ ପ୍ରତିଶତ ତୈଳ ଓ ଗ୍ୟାସ୍ 'ହର୍ମୁଜ' ପ୍ରଣାଳୀ ଦେଇ ଯୋଗାଣ ହୋଇଥାଏ । ଭାରତ ଆବଶ୍ୟକତାର ୪୦ରୁ ୫୦ ପ୍ରତିଶତ ଅଶୋଧିତ ତୈଳ ଇରାକ, ସାଉଦି ଆରବ, ୟୁଏଇ, କୁଏତ ଆଦି ଦେଶରୁ 'ହର୍ମୁଜ' ଦେଇ ଆମଦାନୀ କରିଥାଏ ।
ଭାରତ ପାଇଁ ୩ଟି ଭଲ ଖବର
ଅଶୋଧିତ ତୈଳଦର ହ୍ରାସ: ଶୁକ୍ରବାର ଇରାନର ଘୋଷଣା ପରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୩ ଡଲାରକୁ ହ୍ରାସ ପାଇଛି । ଅର୍ଥାତ୍ ଫେବ୍ରୁଆରୀରେ ଅଶୋଧିତ ତୈଳଦର ଯେତିକି ଥିଲା ଏବେ ସେହି ପାଖାପାଖି ଖସିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ଦ୍ଵାରା ଦେଶ ଉପରୁ ଆର୍ଥିକ ବୋଝ କମିବ ।
ସେୟାର୍ ବଜାରରେ ଉତ୍ସାହ: 'ହର୍ମୁଜ' ପ୍ରଣାଳୀ ଖୋଲିବା ଦ୍ଵାରା ଯୋଗାଣ ଶୃଙ୍ଖଳରେ ଥିବା ପ୍ରତିବନ୍ଧକ ହଟିଛି । ଆଉ ବିଶ୍ଵ ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଶୁକ୍ରବାର ଭାରତୀୟ ସେୟାର୍ ବଜାର ବନ୍ଦ ହେବା ପରେ 'ହର୍ମୁଜ' ପ୍ରଣାଳୀ ଖୋଲିବା ଖବର ଆସିଥିଲା । ଆଉ ଖବର ଆସୁ ଆସୁ Giff Nifty ବୃଦ୍ଧି ପାଇଛି ।
ଏଥିସହ ପଢ଼ନ୍ତୁ: ଆମେରିକାକୁ ଟକ୍କର ଦେବ କି କ୍ୟୁବା ? ଜାଣନ୍ତୁ ୫୦ ହଜାର ସେନା ଓ ଗରିଲା ଯୁଦ୍ଧର ଗୁପ୍ତ ଶକ୍ତି
ସୁନା ଓ ରୁପା ମହଙ୍ଗା: ବିଶେଷ କରି ଉତ୍ତେଜନା ହ୍ରାସ ପାଇଲେ ସୁନା ଓ ରୁପା ଦାମ ହ୍ରାସ ପାଇଥାଏ । କିନ୍ତୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ନେଇ ନିବେଶକ ବ୍ୟତିବ୍ୟସ୍ତ ଥିଲେ । ସୁନା ଓ ରୁପାରେ ନିବେଶ ଠାରୁ ଦୂରେଇ ରହୁଥିଲେ । ଏବେ 'ହର୍ମୁଜ' ଖୋଲିବା ଖବର ଆସିବା ପରେ ନିବେଶ ବଢ଼ିଛି । ବିଶ୍ଵ ବଜାରରେ ସୁନା ଓ ରୁପା ଦର ବୃଦ୍ଧି ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories