Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିବ୍ୟାଙ୍ଗ ନାବାଳିକା ବଳାତ୍କାରୀକୁ ୨୦ବର୍ଷର ସଶ୍ରମ କାରାଦଣ୍ଡ

Crime

ଦିବ୍ୟାଙ୍ଗ ନାବାଳିକା ବଳାତ୍କାରୀକୁ ୨୦ବର୍ଷର ସଶ୍ରମ କାରାଦଣ୍ଡ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଦିବ୍ୟାଙ୍ଗ ନାବାଳିକା ବଳାତ୍କାରୀକୁ ୨୦ବର୍ଷର ସଶ୍ରମ  କାରାଦଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ ପୋକସୋ କୋର୍ଟରେ ବୁଧବାର ଏକ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୨୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର  ଥାନା ଅଧିନ କୁଣ୍ଡଳବଣି ଗ୍ରାମର ମହାଦେବ ସିଂ(୪୦)। ଘଟଣାରୁ ପ୍ରକାଶ ଯେ, ଗତ ୨୬ ଜୁନ ୨୦୧୯ରେ  ଜନୈକା ଦିବ୍ୟାଙ୍ଗ ନାବାଳିକା ଜଣକ ଏକୁଟିଆ ଘର ବାହାରେ ଖେଳୁଥିଲା । ଏହାର ସୁଯୋଗ ନେଇ ମହାଦେବା ନାବାଳିକାକୁ ଦବରଦସ୍ତ ଟେକି ନେଇ ବଳାତ୍କାର କରିଥିଲା । ନାବାଳିକା ଜଣକ ଚିତ୍କାର କରିବା ଶୁଣି ସମ୍ପର୍କୀୟ ପିଉସୀ ଉଦ୍ଧାର କରିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତକୁ ଏକ ପଥରରେ ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।

ଅଧିକ ପଢନ୍ତୁ : ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ

ଘଟଣା ସମ୍ପର୍କରେ ପରିବାର ଲୋକଂକୁ ଜଣାଇବାରୁ ଗ୍ରାମରେ ଏକ ବୈଠକ ବସି ଆଲୋଚନା କରିବା ପରେ ୨୬ ଜୁନ ୨୦୧୯ରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡିତାର ବୟାନ ରେକର୍ଡ କରିବା ପରେ  ଏକ ମାମଲା କେସ ନଂ ୬୧/୧୯ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩୦ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପୀଡିତା ନାବାଳିକାକୁ ୫ଲକ୍ଷ ଟଂକା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
20 years of rigorous imprisonment for Dibang minor rapist | Argus News