Hotel Fraud / କିଏ ୬୯ ବର୍ଷୀୟ ବୃଦ୍ଧ ବିଙ୍ଗସନ୍ ଜନ୍ ? ୧୯୯୦ରୁ ଦାମି ହୋଟେଲକୁ ପାଣି ପିଆଉଛନ୍ତି
·2 months ago·3 min read

Key Points
ପରିଣତ ବୟସରେ ବି ବଡ଼ ଧରଣର ଠକେଇ
୩୬ବର୍ଷ ଧରି ଦାମି ହୋଟେଲକୁ ଠକୁଥିଲେ
ହୋଟେଲ ଜିନିଷ ନେଇ ବି ଚମ୍ପଟ୍ ମାରୁଥିଲେ
୩୬ବର୍ଷ ଧରି ଦାମି ହୋଟେଲକୁ ଠକୁଥିଲେ
ହୋଟେଲ ଜିନିଷ ନେଇ ବି ଚମ୍ପଟ୍ ମାରୁଥିଲେ
ରାୟପୁର: ସରଳ ମୁହଁଟିଏ । ପରିଣତ ବୟସ । ହେଲେ ବୁଦ୍ଧିରେ ଆଜିକାଲିର Gen Z ବି ପଛରେ ପଡ଼ିବେ । ଛତିଶଗଡ଼ର କ୍ୟାପିଟାଲ ସିଟି ରାୟପୁରର ଏକ ୪ ତାରକା ହୋଟେଲରେ ରହୁଥିବା ଜଣେ ୬୯ ବର୍ଷୀୟ ବ୍ୟକ୍ତିଙ୍କ ଚୋରି ବିଦ୍ୟା କାହାକୁ ବି ଆଶ୍ଚର୍ଯ୍ୟ କରିବ । ପ୍ରାୟ ୬୪,୦୦୦ ଟଙ୍କାର ବିଲ୍ ନ ଦେଇ ଚୁପଚାପ୍ ଚେକ୍ ଆଉଟ୍ କରିଥିଲେ ଏହି ବୃଦ୍ଧ । ଖାଲି ସେତିକି ନୁହେଁ ହୋଟେଲର ୧.୪୮ ଲକ୍ଷ ଟଙ୍କାର ଏକ ଲାପଟପ୍ ମଧ୍ୟ ନେଇ ଚମ୍ପଟ୍ ମାରିଥିଲେ । ପୋଲିସ ବୃଦ୍ଧଙ୍କ ଅପରାଧ ରେକର୍ଡ ଯାଞ୍ଚ କରିବା ପରେ ମୁଣ୍ଡରେ ହାତ ଦେଇଛି । ସେ ବିଦେଶୀ ଟୁର୍ ଗାଇଡ୍, ଇଂରାଜୀ ଶିକ୍ଷକ କିମ୍ବା ଯୋଗ ପ୍ରଶିକ୍ଷକ ସାଜି ହୋଟେଲରେ ରହୁଥିଲେ, ବିଲ୍ ନଦେଇ ଫେରାର ହେବା ସହ ମୂଲ୍ୟବାନ ସାମଗ୍ରୀ ମଧ୍ୟ ନେଇଯାଉଥିବା ପୋଲିସ କହିଛି।
ହୋଟେଲ ସୁରକ୍ଷା ଦାୟିତ୍ୱରେ ଥିବା ସୂରଜ ସିଂହ ତେଲିବନ୍ଧା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ବିଙ୍ଗସନ୍ ଜନଙ୍କୁ ଓଡ଼ିଶାରୁ ଗିରଫ କରିଛି । ପଚରାଉଚରା ସମୟରେ ବିଙ୍ଗସନ୍ ଯେଉଁ ଖୁଲାସା କରିଥିଲେ ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଅଭିଯୁକ୍ତ ୧୯୯୦ ମସିହାରୁ ଦେଶବ୍ୟାପୀ ୩୦୦ରୁ ଅଧିକ ପ୍ରସିଦ୍ଧ ବିଳାସପୂର୍ଣ୍ଣ ହୋଟେଲକୁ ଠକିଛି । ସେ ହୋଟେଲକୁ ଆସୁଥିଲା, ଖାଉଥିଲା, ପିଉଥିଲା, ରହୁଥିଲା ଏବଂ ପରେ ମୂଲ୍ୟବାନ ଜିନିଷପତ୍ର ନେଇ ଚମ୍ପଟ୍ ମାରୁଥିଲା । ଦୀର୍ଘ ୩୬ ବର୍ଷ ଧରି ଏହିପରି ଜୀବନଯାପନ କରୁଥିଲା ଅଭିଯୁକ୍ତ ବିଙ୍ଗସନ୍ ।

- ରାୟପୁର ହୋଟେଲ ହାୟାତରେ ଠକେଇ
- କିପରି ଧରାପଡ଼ିଲା ଅଭିଯୁକ୍ତ ବିଙ୍ଗସନ୍ ଜନ୍ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୨ କୋଟିର ବିବାହରେ ବି ମନଶାନ୍ତି ହେଲାନି; ସଲୋନିକୁ ଭିଏତନାମ ନେଇ...
- ଅଭିଯୁକ୍ତ ବିଙ୍ଗସନ୍ ଜନର ଘର କୋଉଠି ?
Related Topics
Explore more stories