AEE Vigilance Raid / ଠାବ ହେଲାଣି ଅମାପ ସମ୍ପତ୍ତି; ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍ ଜାରି
·1 month ago·2 min read

Key Points
ବାଲିଗୁଡ଼ା ITDAର AEEଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା | ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ସହ ପୁଳା ପୁଳା ସୁନା ଜବତ | ବୈକୁଣ୍ଠ ନାଥ ବେହେରାଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଘରେ ଠାବ ହେଲାଣି ଅମାପ ସମ୍ପତ୍ତି । ଘରେ ବିଡ଼ା ବିଡ଼ା ଟଙ୍କା । ପୁଳା ପୁଳା ସୁନା, ଗହଣା । ଘରେ ଆଲିସାନ ଇଣ୍ଟେରିୟର । ତା ସାଙ୍ଗକୁ ବାବୁଙ୍କର ରହିଛି ଦାମୀ ଘଡ଼ି ସଉକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ ଆଜି ସକାଳୁ ଜାରି ରହିଛି ।
ପଢନ୍ତୁ ଏହି ଖବର: ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୯ଟି ସ୍ଥାନରେ ଚଢାଉ
ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ସ୍ଥିତ ପୈତୃକ ଜମି ଉପରେ ଥିବା ଏକ ଦୁଇ ମହଲା କୋଠା, ବାରିପଦା ସହର ଦେଉଳାସାହିରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା କଲେଜ ନିକଟ ପାଣ୍ଡୁଆଠାରେ ଥିବା ତାଙ୍କର ଆଉ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ସେହିପରି ବାଲିଗୁଡ଼ା ITDA ସ୍ପେଶାଲ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବୈକୁଣ୍ଠ ନାଥ ବେହେରାଙ୍କ ଅଫିସ୍ ଚାମ୍ବର, ବାଲିଗୁଡ଼ା ITDA ଅଫିସ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଚମକାଇଲା ବାବୁଙ୍କ ସମ୍ପତ୍ତି
ଯନ୍ତ୍ରୀଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ସମୟରେ ବିପୁଳ ପରିମାଣର ସୁନା ଏବଂ ହୀରା ଅଳଙ୍କାର ଏବଂ ନଗଦ ଟଙ୍କା ମିଳିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱରର ପଟିଆର କାନନ ବିହାର ଫେଜ୍-୧ରେ ଅବସ୍ଥିତ ଏକ ଦୁଇ ମହଲା ଘରେ ରେଡ୍ ବେଳେ ଏସବୁ ଜବତ କରାଯାଇଛି । ଭିଜିଲାନ୍ସ ଅଧିକାରୀମାନେ କେବଳ ଉଦ୍ଧାର ହୋଇଥିବା ମୂଲ୍ୟବାନ ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇନଥିଲେ, ବରଂ ଯନ୍ତ୍ରୀଙ୍କ ବାସଭବନର ଆଭ୍ୟନ୍ତରୀଣ ଡିଜାଇନ୍ ଏବଂ ସାଜସଜ୍ଜା ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତଦନ୍ତକାରୀମାନେ ସମ୍ପତ୍ତିର ଯାଞ୍ଚ ଜାରି ରଖିଥିବା ବେଳେ ରେଡ୍ ସମୟର ଫଟୋ ଓ ଭିଡିଓ ସମସ୍ତଙ୍କ ବେଶ ଧ୍ୟାନ ଆକର୍ଷଣ କରିଛି ।ପୂର୍ବଠୁ ପଶ୍ଚିମ ଚାଲିଛି ରେଡ୍
୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଥିବା ତାଙ୍କର ୯ଟି ଠିକଣାରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାରରେ ଥିବା ଏକ ଚାରି ମହଲା କୋଠା, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଥିବା ଏକ ତିନି ମହଲା କୋଠା, ପଟିଆ କାନନ ବିହାର ଫେଜ୍-୧ରେ ଥିବା ଏକ ଦୁଇ ମହଲା କୋଠା, ଚନ୍ଦ୍ରଶେଖରପୁରରେ ଥିବା ଏକ ଦୁଇ ମହଲା କୋଠାରେ ଚଢ଼ାଉ ହେଉଛି ।ପଢନ୍ତୁ ଏହି ଖବର: ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୯ଟି ସ୍ଥାନରେ ଚଢାଉ
ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ସ୍ଥିତ ପୈତୃକ ଜମି ଉପରେ ଥିବା ଏକ ଦୁଇ ମହଲା କୋଠା, ବାରିପଦା ସହର ଦେଉଳାସାହିରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା କଲେଜ ନିକଟ ପାଣ୍ଡୁଆଠାରେ ଥିବା ତାଙ୍କର ଆଉ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ସେହିପରି ବାଲିଗୁଡ଼ା ITDA ସ୍ପେଶାଲ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବୈକୁଣ୍ଠ ନାଥ ବେହେରାଙ୍କ ଅଫିସ୍ ଚାମ୍ବର, ବାଲିଗୁଡ଼ା ITDA ଅଫିସ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories