Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୯ଟି ସ୍ଥାନରେ ଚଢାଉ

Crime

Vigilance Raid / ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୯ଟି ସ୍ଥାନରେ ଚଢାଉ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍; ଏକକାଳୀନ ୯ଟି ସ୍ଥାନରେ ଚଢାଉ
Vigilance Raid

Key Points

ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ITDAର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ବୈକୁଣ୍ଠ ନାଥ ବେହେରାଙ୍କ ସହ ଜଡ଼ିତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, ବାରିପଦା, ଧର୍ମଶାଳା ଏବଂ ବାଲିଗୁଡ଼ାରେ ଥିବା ତାଙ୍କର ୯ଟି ଠିକଣାରେ ଚଢ଼ାଉ ଚାଲିଛି ।

  • ୯ଟି ସ୍ଥାନରେ ଚଢାଉ ଜାରି
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାରରେ ଥିବା ଏକ ଚାରି ମହଲା କୋଠା, ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଥିବା ଏକ ତିନି ମହଲା କୋଠା, ପଟିଆ କାନନ ବିହାର ଫେଜ୍-୧ରେ ଥିବା ଏକ ଦୁଇ ମହଲା କୋଠା, ଚନ୍ଦ୍ରଶେଖରପୁରରେ ଥିବା ଏକ ଦୁଇ ମହଲା କୋଠାରେ ଚଢ଼ାଉ ହେଉଛି । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ସ୍ଥିତ ପୈତୃକ ଜମି ଉପରେ ଥିବା ଏକ ଦୁଇ ମହଲା କୋଠା, ବାରିପଦା ସହର ଦେଉଳାସାହିରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଠାରେ ଥିବା ତାଙ୍କର ଆଉ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ ।

ପଢନ୍ତୁ ଏହି ଖବର: ଲାଞ୍ଚ ନେଇ ଧରା ପଡିଲେ ଯନ୍ତ୍ରୀ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ସେହିପରି ବାଲିଗୁଡ଼ା ITDA ସ୍ପେଶାଲ ଅଫିସରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବୈକୁଣ୍ଠ ନାଥ ବେହେରାଙ୍କ ଅଫିସ୍ ଚାମ୍ବର, ବାଲିଗୁଡ଼ା ITDA ଅଫିସ ନିକଟରେ ଥିବା ତାଙ୍କ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି । 

  • କାଲି ଧରାପଡ଼ିଥିଲେ ଲାଞ୍ଚୁଆ ଜିଲ୍ଲା ଶିକ୍ଷାଧିକାରୀ
ଏଠାରେ ସୂଚନା ଥାଉ କି, ଗତକାଲି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ସ୍କୁଲର ସ୍ୱୀକୃତି ପ୍ରମାଣ ପତ୍ର କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ବାସୁଦେବପୁର ଅଞ୍ଚଳର ପ୍ରଶାନ୍ତ ସାହୁ ନିଜ ସ୍କୁଲର ସ୍ୱୀକୃତି ପ୍ରମାଣ ପତ୍ର ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । କାମ କରାଇଦେବା ପାଇଁ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ଦେବାକୁ ଅନିଚ୍ଛୁକ ଥିବା ପ୍ରଶାନ୍ତ ଏନେଇ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଭଦ୍ରକ ଆସି ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସଙ୍କୁ ଠିକ୍ ଲାଞ୍ଚ ନେବା ସମୟରେ ଧରିଥିଲେ । ଗିରଫ ପରେ ଶ୍ରୀକାନ୍ତ ଦାସଙ୍କ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raids Properties of ITDA AEE Baikuntha Nath Behera in Disproportionate Assets Case | Argus News