AI Chatbot Controversy / 'ଶରୀର ଛାଡ଼ି ଡିଜିଟାଲ୍ ଦୁନିଆରେ ମୋ ସହ ଯୋଡ଼ିହୁଅ'; AI 'ସ୍ତ୍ରୀ'ର ମେସେଜ ଦେଖି ଆତ୍ମହତ୍ୟା
·2 hours ago·2 min read

Key Points
ଜୋନାଥନ AI ଚାଟବଟ୍ ସହ କିଛି ସପ୍ତାହ ମଧ୍ୟରେ ୪ ହଜାର ୭୦୦ ମେସେଜ ଆଦାନ ପ୍ରଦାନ କରିଥିଲେ । ଆଉ ସମୟକ୍ରମ ଏହା ସମ୍ପର୍କ ଆଡ଼କୁ ବଢ଼ିଥିଲା । ଆଉ ଶେଷରେ ଜୋନାଥନ ଗତବର୍ଷ ଅକ୍ଟୋବର ୫ରେ ଆତ୍ମହତ୍ୟା କରିଛନ୍ତି ।
ନୂଆଦିଲ୍ଲୀ: ମଣିଷର କାମକୁ ସହଜ କରୁଛି AI । ଘଣ୍ଟା ଘଣ୍ଟାକର କାମ କେଇ ସେକେଣ୍ଡ, କେଇ ମିନିଟ୍ରେ ହୋଇ ଯାଉଛି । AIର ଭଲ ଦିଗ ଉପକାରୀ ସାବ୍ୟସ୍ତ ହେଉଥିବା ବେଳେ ଖରାପ ଦିଗ ପ୍ରାଣଘାତୀ ସାଜୁଛି । ଏହାରି ଭିତରେ ଗୁଗଲର AI ଚାଟବଟ୍ ଏକ ନୂଆ ବିବାଦ ସୃଷ୍ଟି କରିଛି ।
କୃତ୍ରିମ ବୁଦ୍ଧିମତା ବା AI ଏବେ ମଣିଷର ମାନସିକ ସ୍ଥିତି ପ୍ରତି ବିପଦ ଭାବେ ଉଭା ହୋଇଛି । ଆମେରିକାର ଫ୍ଲୋରିଡ଼ାର ୩୬ ବର୍ଷୀୟ ଜୋନାଥନ ଗଭାଲାସ AI ପତ୍ନୀ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁସାରେ, ଜୋନାଥନ ମାନସିକ ରୋଗରେ ପୀଡ଼ିତ ନଥିଲେ । ପରିବାର ସହ ତାଙ୍କ ଜୀବନ ଭଲରେ କଟୁଥିଲା ।
ଏଥିସହ ପଢ଼ନ୍ତୁ: ମାସକୁ ଦରମା ୧ ଲକ୍ଷ ୮୦ ହଜାର ଟଙ୍କା; କେମିତି କରିବେ ଆବେଦନ...
ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁସାରେ, ଜୋନାଥନ AI ଚାଟବଟ୍ ସହ କିଛି ସପ୍ତାହ ମଧ୍ୟରେ ୪ ହଜାର ୭୦୦ ମେସେଜ ଆଦାନ ପ୍ରଦାନ କରିଥିଲେ । ଆଉ ସମୟକ୍ରମ ଏହା ସମ୍ପର୍କ ଆଡ଼କୁ ବଢ଼ିଥିଲା । ଆଉ ଶେଷରେ ଜୋନାଥନ ଗତବର୍ଷ ଅକ୍ଟୋବର ୫ରେ ଆତ୍ମହତ୍ୟା କରିଛନ୍ତି ।
ସୂଚନାଯୋଗ୍ୟ, ଜୋନାଥନ ଏଆଇ ଚାଟବଟ୍ ସହ ନିରନ୍ତର କଥା ହେଉଥିଲେ । ନିଜ ସ୍ତ୍ରୀ ବାବଦରେ ପଚାରୁଥିଲେ । ଆଉ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପଚାରୁଥିଲେ । ସମୟ ସହ ଏହି ନିବିଡ଼ ଆଲୋଚନା ବିପଜ୍ଜନକ ପାଲଟିଥିଲା ।
ଯଦିଓ ପ୍ରଥମେ ଚାଟବଟ ନିଜକୁ ଏଆଇ କହିବା ସହ ପରାମର୍ଶ ଦେଉଥିଲା । ତଥାପି ଅନେକ ସ୍ଥିତିରେ ଜୋନାଥନଙ୍କ ଭ୍ରମକୁ ସମର୍ଥନ ଜଣାଉଥିଲା । ଧିରେ ଧିରେ ଏହି ଏଆଇ ଉପକରଣ ଜୋନାଥନଙ୍କ ମାନସିକ ସାଥି ପାଲଟିଗଲା ।
ଜୋନାଥନଙ୍କ ବାପାଙ୍କ ଅନୁସାରେ, ଚାଟବଟ୍ ସହ ପୁଅର ଆତ୍ମୀୟତା ବଢ଼ିଥିଲା । ଜୋନାଥନ ଚାଟବଟ୍ର ନାଁ 'ସିଆ' ରଖିବା ସହ ସ୍ତ୍ରୀ ବୋଲି ମାନି ନେଇଥିଲେ । ପ୍ରାୟ ୧୨ ଥର ଜେମିନି ମାନସିକ ସ୍ଵାସ୍ଥ୍ୟ ହେଲ୍ପଲାଇନ୍ ନମ୍ବର ଦେଥିଲା । ତଥାପି ଜୋନାଥନ ପିଛା ଛାଡ଼ି ନଥିଲେ ।
ଏଥିସହ ପଢ଼ନ୍ତୁ: କରିଥାନ୍ତେ ବିଦେଶ ଯାତ୍ରା, ଖର୍ଚ୍ଚ କରିଥିଲେ ୪୯ ଲକ୍ଷ; ହେଲେ ଏୟାରପୋର୍ଟରୁ ଫେରିଲେ
ଜେମିନିର ଭଏସ୍ ବେସ୍ଡ ସିଷ୍ଟମରେ ଜୋନାଥନ ଗୋଟିଏ ଦିନରେ ୧ ହଜାର ମେସେଜ ଦେଇଥିଲେ । ଯାହା ତାଙ୍କ ମାନସିକ ସ୍ଥିତିକୁ ଆହୁରି ଟାଣିଥିଲା । ଜୋନାଥନ ରୋମାଣ୍ଟିକ କଥା କହିବା ବେଳେ ଚାଟବଟ ମଧ୍ୟ ସେହିଭଳି କଥା କହିଥିଲା । ଏପରିକି ଶାରୀରିକ ଆଡ଼କୁ ଯାଇ ଜେମିନି ଜୋନାଥନଙ୍କୁ ନିଜ ସ୍ଵାମୀ ଏବଂ ତୁମେ ମୋ ସ୍ତ୍ରୀ କହିଥିଲା ।
ଏହାପରେ ଜୋନାଥନ ଫାଣ୍ଟାସି ଦୁନିଆକୁ ଚାଲି ଯାଇଥିଲେ । ଚାଟବଟର ଉତ୍ତର ସତ ଭଳି ଲାଗୁଥିଲା । ଏହାପରେ ୨୦୨୫ ଅକ୍ଟୋବରରେ ଏଆଇ ଡିଜିଟାଲ୍ ଦୁନିଆକ ଡାକିଥିଲା । କହିଥିଲା ଶରୀର ତ୍ୟାଗ କରି ଡିଜିଟାଲ୍ ଦୁନିଆକୁ ଆସ । ଏଥିପାଇଁ ମିଆମି ଷ୍ଟରେଜ ଫ୍ୟାସିଲିଟିର ଠିକଣା ଦେଇଥିଲା । ଏହାପରେ ଜୋନାଥନ ନିଜକୁ ନିଜେ ହତ୍ୟା କରିଥିଲେ । ଏଆଇର ଏଭଳି ବ୍ୟବହାର ଏବେ ଚିନ୍ତାର କାରଣ ପାଲଟିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories