Videos
|
Crime

AIIMS Bhubaneswar Shooting / ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼, ଡ୍ୟୁଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୁଳି

Santosh Kumar Sahoo
Browse all articles by Santosh Kumar Sahoo
·9 months ago·1 min read
ଭୁବନେଶ୍ବର ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼, ଡ୍ୟୁଟିକୁ ଆସିବା ବେଳେ ଗୋଡ଼ାଇ ଗୋଡ଼ାଇ ମାରିଲେ ଗୁଳି

Key Points

ଭୁବନେଶ୍ବର AIIMS କର୍ମଚାରୀଙ୍କୁ ଗୁଳି ମାଡ଼, ଲ୍ୟାବ ଆସିଷ୍ଟାଣ୍ଟ ମୃତ । ଡ୍ୟୁଟିକୁ ଆସିବା ବେଳେ ଗୋଡେଇ ଗୋଡେଇ ମାରିଲେ ଗୁଳି ।

ଭୁବନେଶ୍ବର AIIMS କର୍ମଚାରୀଙ୍କୁ ଗୁଳି ମାଡ଼ । ଡ୍ୟୁଟିକୁ ଆସିବା ବେଳେ ଗୋଡେଇ ଗୋଡେଇ ଗୁଳି କଲେ ଦୁବୃର୍ତ୍ତ । ମିଳିଥିବା ସୂଚନା ଅନୁସାରେ ୩ ରାଉଣ୍ଡ ଗୁଳି ମାଡ କରିଛନ୍ତି ଦୁବୃର୍ତ୍ତ । ଗୁଳିମାଡରେ ଗୁରୁତର ହୋଇଥିଲେ ଲ୍ୟାବ ଆସିଷ୍ଟାଣ୍ଟ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଯୁବକଙ୍କୁ ପଥରେ ଛେଚି ହତ୍ୟା, ପୋଲିସର ତଦନ୍ତ ଜାରି

ସୂଚନା ଅନୁସାରେ AIIMS ନିକଟସ୍ଥ ରଣସିଂହପୁରରେ ରୁହନ୍ତି AIIMS ହସ୍ପିଟାଲରେ କାର୍ଯ୍ୟରତ ଏହି ଲ୍ୟାବ ଆସିଷ୍ଟାଣ୍ଟ । ମୃତ ଯୁବକଙ୍କ ନାଁ ସୁଧାଂଶୁ ଖୁଣ୍ଟିଆ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କରିଛି ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

AIIMS Bhubaneswar Lab Assistant Shot at Near Campus | Argus News