Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫ ମାସର ପ୍ଳାନିଂ; ଗୋଟିଏ ରାତିରେ ପରିବାରର ୪ ଜଣଙ୍କୁ ମାରି ଜାଳିଦେଲା

Crime

Revenge Killing / ୫ ମାସର ପ୍ଳାନିଂ; ଗୋଟିଏ ରାତିରେ ପରିବାରର ୪ ଜଣଙ୍କୁ ମାରି ଜାଳିଦେଲା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
୫ ମାସର ପ୍ଳାନିଂ; ଗୋଟିଏ ରାତିରେ ପରିବାରର ୪ ଜଣଙ୍କୁ ମାରି ଜାଳିଦେଲା
Teen Accused of Burning Family After Killing Them

Key Points

ପୂର୍ବତନ ସରପଞ୍ଚ ରାମ ସିଂହ ଚୌଧୁରୀ, ଦ୍ଵିତୀୟ ସ୍ତ୍ରୀ, ମାଆ ଓ ଭାଣେଜୀଙ୍କୁ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ପ୍ରମାଣ । ପ୍ରଥମେ ଏକ ଦୁର୍ଘଟଣା ଭଳି ଲାଗୁଥିବା ଏହି ବୀଭତ୍ସ ହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଛି ।
ନୂଆଦିଲ୍ଲୀ: ପରିବାରରେ ତିକ୍ତତା, ଉତ୍ତରାଧିକାରୀ ବିବାଦ ଆଉ ମାସ ମାସର ଯୋଜନା ଏବଂ ଶେଷରେ ଛାତି ଥରିଲା ଭଳି ପରିବାରର ୪ ଜଣଙ୍କୁ ହତ୍ୟା । କୌଣସି ହରର୍ ଫିଲ୍ମର କାହାଣୀ ଠାରୁ ବି କମ୍ ନୁହେଁ ଏହି ହତ୍ୟାକାଣ୍ଡ ।

ରାଜସ୍ଥାନ ଆଜମେରର ପୂର୍ବତନ ସରପଞ୍ଚ ରାମ ସିଂହ ଚୌଧୁରୀ, ଦ୍ଵିତୀୟ ସ୍ତ୍ରୀ, ମାଆ ଓ ଭାଣେଜୀଙ୍କୁ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ଏସବୁ ପ୍ରମାଣ । ପ୍ରଥମେ ଏକ ଦୁର୍ଘଟଣା ଭଳି ଲାଗୁଥିବା ଏହି ବୀଭତ୍ସ ହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରିଛି । ନାବାଳକର ୫ ମାସର ଯୋଜନା ଗୋଟିଏ ପରିବାରର ୪ଟି ଜୀବନ ନେଇ ଯାଇଛି ।

କେମିତି ଧରାପଡ଼ିଲା ନାବାଳକ ?

ସ୍କର୍ପିଓରୁ ୩ ଜଣଙ୍କ ଦଗ୍ଧ ମୃତଦେହ ଏବଂ ବିଲରୁ ଜଣଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ହୋଇଥିଲା । ଯାହାପରେ ପୋଲିସ ପହଞ୍ଚିଥିଲା ରାମ ସିଂହ ଚୌଧୁରୀଙ୍କ ଘରେ । ଯେଉଁଠି ଜେରା ବେଳେ ରାମ ସିଂଙ୍କ ୧୭ ବର୍ଷର ପୁଅ ହତ୍ୟା ଉପରୁ ପରଦା ଉଠାଇ ଥିଲା ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାଟିଦେଲେ ଜଣଙ୍କ ପରେ ଜଣଙ୍କ ତଣ୍ଟି, ପୁଣି ଲଗାଇଦେଲେ ନିଆଁ 

ରାମ ସିଂହଙ୍କ ସହ ତାଙ୍କ ଦ୍ଵିତୀୟ ସ୍ତ୍ରୀ ସୂର୍ଯ୍ୟଜ୍ଞାନ, ମାଆ ପୁଷି ଦେବୀ ଏବଂ ଭାଣେଜୀ ମହିମାଙ୍କ ମୃତଦେହ ମିଳିଥିଲା । ଯାହାକୁ ନେଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ନାବାଳକ ଜଣଙ୍କ ହାବଭାବ ଠିକ୍ ଲାଗୁ ନଥିଲା । ସନ୍ଦେହ ହେବାରୁ ପୋଲିସ ପଚରାଉଚରା ଆରମ୍ଭ କରିଥିଲା ।

ପ୍ରଥମେ ପରିବାର ଲୋକେ କହିଥିଲେ ପୁଷି ଦେବୀ ଅସୁସ୍ଥ ଥିବାରୁ ରାମ ସିଂହ ତାଙ୍କୁ ମେଡିକାଲ୍ ନେଇ ଯିବାବେଳେ ଗାଡ଼ିରେ ନିଆଁ ଲାଗିଗଲା । ସମସ୍ତେ ଦଗ୍ଧ ହୋଇଗଲେ । କିନ୍ତୁ ତଦନ୍ତ ଆଗକୁ ବଢ଼ିବା ମାତ୍ରେ ଷଡ଼ଯନ୍ତ୍ର ବାରି ହୋଇ ପଡ଼ିଲା ।

ତଦନ୍ତ ବେଳେ ଜଣାପଡ଼ିଲା ନିଆଁ ଲାଗିଥିବା ସ୍କର୍ପିଓର ଆଗ ସିଟ୍‌ରେ କେହି ନଥିଲେ । ଏପରିକି ନିଆଁ ଲାଗିବା ପୂର୍ବରୁ ସୂର୍ଯ୍ୟଜ୍ଞାନଙ୍କ ଦେହରେ ରକ୍ତ ଲାଗିଥିଲା । ଯାହା ପୋଲିସ ତଦନ୍ତକୁ ଦୁର୍ଘଟଣା ନୁହେଁ ଏହା ଏକ ସୁଚିନ୍ତିତ ହତ୍ୟା ଆଡ଼କୁ ଟାଣିଥିଲା । ଛାନଭିନ୍ ଓ ଜେରା ବେଳେ ନାବାଳକ ମାନି ଯାଇଥିଲା ସବୁକିଛି ।

ଘରୋଇ କଳିରୁ ଗଡ଼ିଲା ୪ ମୁଣ୍ଡ

ପୋଲିସ ସୂଚନା ଅନୁସାରେ, ମୃତ ରାମ ସିଂହ ଗୋଟିଏ ଘରେ ପ୍ରଥମ ଓ ଦ୍ଵିତୀୟ ସ୍ତ୍ରୀଙ୍କୁ ନେଇ ରହୁଥିଲା । ଯେଉଁଥିପାଇଁ ସମୟ ସମୟରେ ଝଗଡ଼ା ହେଉଥିଲା । ୨୦୦୫ରେ ରାମ ସିଂହ ପ୍ରଥମେ ସୁନୀତାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛି । ୨୦୧୯ରେ ସୂର୍ଯ୍ୟଜ୍ଞାନଙ୍କୁ ସୁନୀତାଙ୍କ ଅନିଚ୍ଛା ସତ୍ତ୍ଵେ ବାହା ହୋଇଥିଲେ ରାମ ସିଂହ ।

ଆଜମେର ଏସ୍‌ପି ହର୍ଷ ବର୍ଦ୍ଧନ ଅଗ୍ରୱାଲଙ୍କ ଅନୁସାରେ, "ପ୍ରଥମେ ଏହି ମାମଲା ଏକ ଦୁର୍ଘଟଣା ବା ଅଗ୍ନିକାଣ୍ଡ ଲାଗୁଥିଲା । କିନ୍ତୁ ପୋଲିସ ମୃତକଙ୍କ ଘରେ ପହଞ୍ଚିବା ପରେ ସୁନୀତାଙ୍କ ନାବାଳକ ପୁଅ ପୂରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଥିଲା । ଦ୍ଵିତୀୟ ବିବାହ ପରେ ରାମ ସିଂହ, ସୁନୀତାଙ୍କୁ ମାରଧର୍ କରିବା ସହ ଦୁଇ ଛୁଆଙ୍କ ଉପରେ ଅତ୍ୟାଚାର କରୁଥିଲେ ।"

ଏଥିସହ ପଢ଼ନ୍ତୁ: ପ୍ରଥମେ ଜାମିନ ରଦ୍ଦ, ଏବେ ବାନ୍ଧିଲା CBI; ଅଡୁଆରେ ତ୍ଵିଶାଙ୍କ ରିଟାର୍ଡ ଜଜ୍ ଶାଶୂ 

ଯାହା ଦିନକୁ ଦିନ ଅସହ୍ୟ ହୋଇ ପଡ଼ିଥିଲା । ଏପରିକି ସୁନୀତା ଓ ତାଙ୍କ ଦୁଇ ଛୁଆଙ୍କ ଘରୁ ବାହାରିବାକୁ ଦେଉନଥିଲେ ରାମ ସିଂହ । ଯାହାକୁ ନେଇ ୩ ଜଣ ଅବିଚଳିତ ହୋଇ ପଡ଼ିଥିଲେ । ରାମ ସିଂହଙ୍କୁ ମାରିବା ଲାଗି ଅନଲାଇନ୍‌ରେ ଏକ ଛୁରୀ ମଗାଇଥିଲେ । ଆଉ ଯୋଜନା ମୁତାବକ ମେ ୨୭ ତାରିଖରେ ସମସ୍ତେ ଶୋଇଥିବା ବେଳେ ସୁନୀତାଙ୍କ ନାବାଳକ ପୁଅ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିଥିଲା ।

ମହିମାଙ୍କୁ କାହିଁକି ମାରିଲେ ?

ରାମ ସିଂହଙ୍କ ପରିବାରର ଆର୍ଥିକ ପରିଚାଳନା କରୁଥିଲା ଭାଣେଜୀ ମହିମା । ଜମି ବାଡ଼ିରୁ ନେଇ ବ୍ୟାଙ୍କ ଆକାଉଣ୍ଟ ସବୁକିଛି ମହିମା ଦେଖୁଥିଲା । ଯାହାକୁ ନେଇ ଦୀର୍ଘ ଦିନରୁ ଅସନ୍ତୋଷ ଲାଗି ରହିଥିଲା । ଆଉ ଘଟଣା ଦିନ ମହିମାଙ୍କୁ ବି ରାସ୍ତାରୁ ହଟାଇ ଦେଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ajmer Horror: Minor Planned Murder of 4 Family Members for 5 Months | Argus News | Argus News