Ludo War Aligarh UP / ଲୁଡ଼ୋ ଖେଳିବାକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ଦୁଇ ପକ୍ଷ, ମାମଲା ରୁଜୁ
·1 month ago·2 min read

Key Points
ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ, ଲୁଡୋ ଖେଳ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ବିବାଦରେ ପରିଣତ ହୋଇଥିଲା। ଏହା ଯୋଗୁଁ ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ଲାଗିଥିଲା।
Two group fight for palying ludo: ଲୁଡ଼ୋ ଖେଳିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ୨ ଗୋଷ୍ଠୀ। ଯାହାକୁ ନେଇ ରାସ୍ତାରେ ଲମ୍ବ ଜାମ୍ ଲାଗି ଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା। ସଦ୍ୟ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାର କ୍ୱାର୍ସି ଥାନା ଅଧିନସ୍ଥ ମହେଶପୁର ଛକରେ ଲୁଡ଼ୋ ଖେଳ ହେଉଥିଲା। ଏହି ସମୟରେ ଆରମ୍ଭ ହୋଇଥିବା ଏକ ସାମାନ୍ୟ ବିବାଦ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ଲୁଡୋ ଖେଳୁଥିବା ସମୟରେ ଦୁଇ ଯୁବକଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପରେ ହିଂସାତ୍ମକ ସଂଘର୍ଷରେ ପରିଣତ ହୋଇଥିଲା।
ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ରାସ୍ତାରେ ବାଡ଼ି ଏବଂ ରଡ୍ ସାହାଯ୍ୟରେ ପରସ୍ପରକୁ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ରାସ୍ତା ରଣକ୍ଷେତ୍ର ପାଲଟିଥିଲା। ଯାହାକୁ ନେଇ ପଥଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସହ ସେହି ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ଲାଗିଥିଲା। ଖବର ପାଇବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ୍ ଜାମ୍ ହଟାଇବା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ମହେଶପୁର ଛକରେ ଗଣ୍ଡଗୋଳ ଏକ ଲୁଡ଼ୋ ଖେଳରୁ ସୃଷ୍ଟି ହୋଇଥିଲା। ଯାହା ପରେ ଭୟାନକ ରୂପ ନେଇଥିଲା। ରାସ୍ତାରେ ଦୀର୍ଘ ସମୟ ଧରି ବାଡ଼ି ଏବଂ ରଡ୍ ଲଢ଼େଇ ଆଖପାଖ ବାସିନ୍ଦା ଏବଂ ପଥଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ରାସ୍ତାରେ ଲାଗିଥିବା ଗାଡ଼ିର ଲମ୍ବା ଧାଡ଼ି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ହେଲେ ସେଠାରେ ବାସିନ୍ଦା ନିଜକୁ କୌଣସି ପ୍ରକାରେ ବଞ୍ଚାଇ ଏହି ଘଟଣା ସମ୍ପର୍କରେ ଥାନାକୁ ଖବର ଦେଇଥିଲେ।\
ଏହା ସହ ପଢନ୍ତୁ: ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...
ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଲା ପୋଲିସ
ଏହି ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ କ୍ୱାର୍ସି ଥାନା ପୋଲିସ ତୁରନ୍ତ ମହେଶପୁର ଛକରେ ପହଞ୍ଚିଥିଲା। ପୋଲିସ ଉଭୟ ପକ୍ଷକୁ ଅଲଗା କରି ପରିସ୍ଥିତିକୁ ଶାନ୍ତ କରିଥିଲା। ଟ୍ରାଫିକ୍ ବ୍ୟବସ୍ଥା ପୁନଃସ୍ଥାପିତ କରିଥିଲା ଏବଂ ରାସ୍ତା ଜାମ୍ ହଟାଇଥିଲା। ପୋଲିସ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା ଏବଂ ଘଟଣାସ୍ଥଳ ଯାଞ୍ଚ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାମଲା ରୁଜୁ, ଭାଇରାଲ୍ ଭିଡିଓରୁ ଚିହ୍ନଟ ହେଉଛନ୍ତି ଅଭିଯୁକ୍ତ
ଏହି ଘଟଣାରେ ପ୍ରତିକ୍ରିୟା ରଖି ଡିଏସପି ସର୍ବମ ସିଂହ କହିଛନ୍ତି ଯେ ପୋଲିସ ରାସ୍ତାରେ ହୋଇଥିବା ମାରପିଟ୍ ଘଟଣାର ଭାଇରାଲ୍ ଭିଡିଓକୁ ତୁରନ୍ତ ଚିହ୍ନଟ କରିଛି। କ୍ୱାର୍ସି ଥାନାରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଭିଡିଓରେ ହଙ୍ଗାମା କରୁଥିବା ଏବଂ ବିଶୃଙ୍ଖଳା ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି ଏବଂ ସେମାନଙ୍କୁ ଶୀଘ୍ର ଗିରଫ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Topics
Explore more stories