Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

UP police station viral video / ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...

Subhramjit Ray
Browse all articles by Subhramjit Ray
·15 hours ago·3 min read
 ଥାନାରେ ନଥିଲେ ଅଫିସର; ନିଜେ ଟୋପି ପିନ୍ଧି SHO ପାଲଟିଗଲା ମଦୁଆ, ଆଉ ତା'ପରେ...
UP police station viral video

Key Points

ଯେତେବେଳେ ପୋଲିସ ତାକୁ ଥାନାରୁ ବାହାର କରି ଡାକ୍ତରଖାନା ନେବା ପାଇଁ ଗାଡ଼ିରେ ବସାଉଥିଲେ, ସେତେବେଳେ ସେ କହୁଥିଲା ଯେ, "ଭାଇ, ମୁଁ ଜଣେ ଶିକ୍ଷିତ ଲୋକ। ମୁଁ ମୋର ଭୁଲ ସ୍ୱୀକାର କରୁଛି।
Dayomi Police Outpost Hapur UP: ସଦ୍ୟ ଉତ୍ତର ପ୍ରଦେଶର ହାପୁଡ଼ ଜିଲ୍ଲାର ଦୟୋମି ପୋଲିସ ଫାଣ୍ଡିର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହୋଇଛି। ଏଠାରେ ଜଣ ଜଣେ ବ୍ୟକ୍ତି ଫାଣ୍ଡିରେ ପ୍ରବେଶ କରି ଅଫିସର ଷ୍ଟାଇଲ୍‌ରେ ସରକାରୀ କାଗଜପତ୍ର ଚିରିବା ଫାଡି଼ବ ଏବଂ ଫାଣ୍ଡି ପରିସରରେ ଭଙ୍ଗାରୁଜା କରୁଥିବାର ଦେଖିବାକୁ ମିଳୁଛି। ଏହି ଭିଡି଼ଓ ଭାଇରାଲ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଯେ ଏହି ନକଲି ଥାନା ଅଧିକାରୀ (Station House Officer) ଜଣଙ୍କ କିଏ? ଯିଏ ନିର୍ଭୀକ ଭାବରେ ଫାଣ୍ଡିକୁ ଆସି ଥାନା ଅଧିକାରୀଙ୍କ ଆସନରେ ବସିଛନ୍ତି? ହେଲେ ଫାଣ୍ଡିରେ ପଶି ହଙ୍ଗାମା କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିସାରିଛି, ଯିଏ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।

ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ କିଏ?
ହାପୁର ଜିଲ୍ଲାର ଗ୍ରାମାଞ୍ଚଳ ଥାନାର ପୋଲିସ ଫାଣ୍ଡିରେ ହଙ୍ଗାମା କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ରିଙ୍କୁ। ଏହି ଘଟଣାରେ ପୋଲିସ ଦ୍ୱାରା ହୋଇଥିବା ପ୍ରାରମ୍ଭିକ ତଦନ୍ତ ଜଣାପଡ଼ିଛି ଯେ ଘଟଣା ଘଟିବା ସମୟରେ ରିଙ୍କୁ ପ୍ରବଳ ନିଶାସକ୍ତ ଅବସ୍ଥାରେ ଥିଲେ। ଆଶ୍ଚର୍ଯ୍ୟର କଥା, ସେ ନିଶାସକ୍ତ ଅବସ୍ଥାରେ ବିନା କୌଣସି ପୋଷାକରେ ଫାଣ୍ଡିରେ ପଶି ଯାଇଥିଲେ ଏପରିକି ସେ ନିଶାରେ ଥାନା ଅଧିକାରଙ୍କ ଚୌକିରେ ବସି ଯାଇଥିଲେ। ସେଠାରେ ଟେବୁଲ ଉପରେ ରହିଥିବା ପୋଲିସ ଟୋପି ପିନ୍ଧି ନିଜକୁ ଜଣେ ଅଧିକାରୀ ବୋଲି ଭାବିଥିଲେ।

ଏହା ସହ ପଢନ୍ତୁ: ଥାନାରୁ ମାଙ୍କଡ଼ ଚୋରାଇନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା; ଆଉ ତାପରେ...

ଅଫିସର ଷ୍ଟାଇଲରେ ଫାଡି ଦେଲେ କାଗଜ ପତ୍ର
ରିଙ୍କୁ ଏତେ ନିଶାଗ୍ରସ୍ତ ଥିଲେ ଯେ ସେ ଏହାର ପରିଣାମ ବିଷୟରେ ସେ ଜାଣିପାରିଲେ ନାହିଁ। ସେ ଥାନା ଅଧିକାରୀଙ୍କ ଚୌକିରେ ବସିବା ମାତ୍ରେ ଟେବୁଲ ଉପରେ ରଖାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜ ପତ୍ର ଅଫିସର ଷ୍ଟାଇଲରେ ଫାଡ଼ି ନିଜ ପକେଟ୍ ରେ ଭର୍ତ୍ତି କରିଥିଲେ। ଏହା ପରେ ସେ ଫାଣ୍ଡିର ଫୁଲ କୁଣ୍ଡ ଏବଂ ବେଞ୍ଚ ଭାଙ୍ଗି ଦେଇଥିଲେ। ଯେତେବେଳେ ପାଖରେ ଥିବା ଲୋକେ ତାଙ୍କୁ ଅଟକାଇବା ପରିବର୍ତ୍ତେ ବାହାରୁ କବାଟ ବନ୍ଦ କରିଦେଲେ,ସେତେବେଳେ କବାଟରେ ଲାଗିଥିବା କାଚକୁ ରିଙ୍କୁ ମୁଥ ମାରି ଭାଙ୍ଗି ଦେଇଥିଲେ। ନିଶାସକ୍ତ ଅବସ୍ଥାରେ କବାଟ କାଚ ଭାଙ୍ଗିବା ବେଳେ ସେ ନିଜକୁ ଆଘାତ ମଧ୍ୟ ପହଞ୍ଚାଇଥିଲେ।\



ନିଶା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ପୋଲିସ
ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରିଙ୍କୁକୁ ବହୁ କଷ୍ଟରେ କାବୁ କରିଥିଲା। ଗ୍ରାମାଞ୍ଚଳ ଥାନା ଅଧିକାରୀ (SHO) ପାରସ ମଲିକ କହିଛନ୍ତି ଯେ ପ୍ରଥମ ଜଣାପଡ଼ୁଥିଲା ଯେ ଅଭିଯୁକ୍ତ ନିଶା ସେବନ କରିଥିବା ପରି ମନେ ହେଉଥିଲା। ରିଙ୍କୁକୁ ଚିକିତ୍ସା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଯାଇଛି।

ଏବେ ମଧ୍ୟ ସନ୍ଦେହଘେରରେ ରହିଛି କାରନାମା
ପୁଲିସ୍ ଏବେ ତାହାର ହୋସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଛି। ଜେରା କରାଯିବା ପରେ ଯାଇ ଏହା ଜଣାପଡ଼ିବ ଯେ ରିଙ୍କୁ ମୂଳତଃ କେଉଁଠାରୁ ଆସିଛି। ସେ ଅର୍ଦ୍ଧନଗ୍ନ ଅବସ୍ଥାରେ କିପରି ଫାଣ୍ଡିରେ ପହଞ୍ଚିଲା? ପୋଲିସ ସ୍ପଷ୍ଟ କରିଛି ଯେ ଅଭିଯୁକ୍ତର ଚେତା ଫେରିବା ପରେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hapur Viral Video: Drunk Man Sits in SHO Chair wearing Police Cap | Argus News