Videos
|
Crime

Forced To Drink Urine / ଯୁବକଙ୍କୁ ତାଲିବାନୀ ଦଣ୍ଡ; ମୁଣ୍ଡ ଲଣ୍ଡା କରି ମୂତ୍ର ପିଆଇଲେ, ଏହା ଥିଲା କାରଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଯୁବକଙ୍କୁ ତାଲିବାନୀ ଦଣ୍ଡ; ମୁଣ୍ଡ ଲଣ୍ଡା କରି ମୂତ୍ର ପିଆଇଲେ, ଏହା ଥିଲା କାରଣ
Forced To Drink Urine

Key Points

ଯୁବକଙ୍କୁ ନିର୍ମମ ଭାବରେ ପ୍ରଥମେ ଆକ୍ରମଣ
ତାପରେ ଦାଢ଼ି ଏବଂ କେଶକୁ ଲଣ୍ଡା କଲେ
ଏପରିକି ପରିସ୍ରା ପିଇବାକୁ ବି ବାଧ୍ୟ କରିଥିଲେ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଲିଗଡ଼ରେ ଅବୈଧ ସମ୍ପର୍କରୁ ଜଣେ ଯୁବକଙ୍କ ଉପରେ ନିର୍ଯାତନା ଘଟଣାର ଏକ ମାମଲା ସାମ୍ନାକୁ ଆସିଛି । କିଛି ଲୋକ ଯୁବକଙ୍କୁ ଧରି ପ୍ରଥମେ ତାଙ୍କ ଦାଢ଼ି ଏବଂ କେଶ କାଟି ଦେଇଥିଲେ, ତା'ପରେ ତାଙ୍କ ମୁହଁ କଳା କରି ପରିସ୍ରା ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ଅଭିଯୁକ୍ତମାନେ ତାଙ୍କୁ ଏକ ଗଛରେ ବାନ୍ଧି ଚପଲ ଏବଂ ଜୋତାରେ ପ୍ରବଳ ପିଟିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।

  • କଣ ପୂରା ଘଟଣା ?
ଏହି ଘଟଣାଟି ଆଲିଗଡ଼ର ଅକରାବାଦ ଥାନା ଅଞ୍ଚଳ ଅନ୍ତର୍ଗତ ଦୁଭିଆ ବଞ୍ଜାରାରେ ଘଟିଛି । ପୋଲିସର ସୂଚନା ଅନୁଯାୟୀ, ୩ରୁ ୪ ଦିନ ପୂର୍ବେ ସାତଭୈୟା ମୋହଲ୍ଲାରେ କିଛି ଲୋକ ଜଣେ ଯୁବକଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ଜଣାପଡିଥିଲା ​​ଯେ ଖୈର ଥାନା ଅଞ୍ଚଳର ବିଲଖୋରା ଗାଁର ବାସିନ୍ଦା ଯୁବକ ଜଣକ ତାଙ୍କ ଭଉଣୀର ଭାଉଜଙ୍କ ସହିତ ଅବୈଧ ସମ୍ପର୍କ ରଖିଥିଲେ । ସେପ୍ଟେମ୍ବର ୨୪ ତାରିଖରେ ସେ ତାଙ୍କ ଭଉଣୀଙ୍କ ଶ୍ୱଶୁର ଘରକୁ ଭେଟିବା ବାହାନାରେ ଦୁଭିଆ ବଞ୍ଜାରାରେ ଆସିଥିଲେ।

  • ଲୋକମାନେ ତାଙ୍କୁ ଧରିଥିଲେ
କିଛି ସମୟ ପାଇଁ ତାଙ୍କ ଭଉଣୀଙ୍କ ଘରେ ରହିବା ପରେ, ଯୁବକ ଜଣକ ଚାଲିଗଲେ । କିନ୍ତୁ କିଛି ସମୟ ପରେ, ସେ ତାଙ୍କ ଭଉଣୀଙ୍କ ଭାଉଜଙ୍କ ସହିତ ଜଙ୍ଗଲରେ ଏକ ଆପତ୍ତିଜନକ ପରିସ୍ଥିତିରେ ଧରାପଡ଼ିଲେ । ତା'ପରେ ଗାଁ ଲୋକେ ତାଙ୍କୁ ନିର୍ମମ ଭାବରେ ପିଟିଥିଲେ, ତାଙ୍କ ଦାଢ଼ି କାଟିଦେଲେ ଏବଂ ତାଙ୍କ ମୁହଁ କଳା କରିଥିଲେ । ଏହା ବ୍ୟତୀତ ସେମାନେ ତାଙ୍କୁ ଜଙ୍ଗଲର ଏକ ଗଛରେ ବାନ୍ଧି ଚପଲ ଏବଂ ଜୋତାରେ ପିଟିଲେ । ଏହାପରେ ପରିସ୍ରା ପିଇବାକୁ ବାଧ୍ୟ କଲେ ।

  • କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ
ବୁଧବାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିଡିଓରୁ ଯୁବକଙ୍କୁ ଚିହ୍ନଟ କରି ପଚରାଉଚରା କରିଥିଲା । ଅକରାବାଦ ପୋଲିସ ଷ୍ଟେସନ ଅଧିକାରୀ ପଙ୍କଜ କୁମାର ମିଶ୍ର କହିଛନ୍ତି ଯେ, ପୀଡିତ ଯୁବକଙ୍କ ଅଭିଯୋଗ ଆଧାରରେ ଚାରି ଜଣ ମହିଳା ସମେତ ୭ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏବଂ ସେମାନଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଯୁବକ ଜଣକ ବିବାହିତ ଏବଂ ତାଙ୍କର ପିଲାଛୁଆ ମଧ୍ୟ ଅଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବାର୍ ବାହାରେ ଗର୍ଜିଲା AK-୪୭; ୨୭ ଜଣଙ୍କ ଅକାଳ ମୃତ୍ୟୁ

  • ପୂର୍ବରୁ ମହିଳାଙ୍କୁ ନେଇ ଫେରାର ଥିଲେ ଯୁବକ
ପୋଲିସର ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ ଏହି ଯୁବକ ତାଙ୍କ ଭଉଣୀର ଭାଉଜଙ୍କ ସହିତ ପଳାଇ ଯାଇଥିଲେ । ପ୍ରାୟ ୧୫ ଦିନ ପରେ ଯେତେବେଳେ ସେ ଫେରି ଆସିଲେ, ସେତେବେଳେ ଗାଁରେ ବହୁତ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏକ ପଞ୍ଚାୟତ ବସିଥିଲା ଏବଂ ଚେତାବନୀ ପରେ ଉଭୟଙ୍କୁ ଛାଡି ଦିଆଯାଇଥିଲା । ଏହାପରେ ମଧ୍ୟ ସେମାନେ ପରସ୍ପର ସହିତ ଯୋଗାଯୋଗରେ ରହିଥିଲେ । ଏହି ସମୟରେ ବୁଧବାର ଦିନ ଯୁବକ ଜଣକ ତାଙ୍କ ଭଉଣୀ ଘରେ ପହଞ୍ଚିଥିଲେ ଓ ତା ପରଦିନ ପଳାଇଥିଲେ । ମାତ୍ର ସେହିଦିନ ଜଙ୍ଗଲରେ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ମହିଳାଙ୍କ ସହ ଧରିଥିଲେ ଲୋକେ।