Video Leak Case / ଅମରାବତୀ କାଣ୍ଡରେ ମୋବାଇଲ୍ରୁ ଡାଉନଲୋଡ୍ ଭିଡିଓର ସତ କ'ଣ ?
·2 hours ago·2 min read

Key Points
ପୋଲିସର ଜେରାରୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି । ଜଣାପଡ଼ିପାରେ ୩୫୦ ଭିଡିଓ କେଉଁଠି ସୁଟ୍ ହୋଇଛି, ଆଉ ଏଥିରେ କିଏ କିଏ ସାମିଲ୍ ।
ମୁମ୍ବାଇ: ମୋବାଇଲ୍ରୁ ଭିଡିଓ ଲିକ୍ । ପ୍ରଥମେ ଲାଗୁଥିଲା ଏହା କିଛି ଭାଇରାଲ୍ କ୍ଲିପ୍ । କିନ୍ତୁ ପୋଲିସ ତଦନ୍ତ ଆଗକୁ ବଢ଼ିବା ସହ ଖୋଲିବାରେ ଲାଗିଛି ବଡ଼ ଗୁମର । ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ପରତୱାଡ଼ାର ଭିଡିଓ କାଣ୍ଡ ମାମଲାରେ ପୋଲିସ ଦ୍ଵିତୀୟ ଅଭିଯୁକ୍ତକୁ ଗିରଫ କରିଛି । ଏହି କାଣ୍ଡ ପଛରେ କେଉଁ ବଡ଼ ନେଟୱର୍କ ରହିଛି ତାର ଛାନଭିନ୍ ଆରମ୍ଭ କରିଛି ପୋଲିସ ।
ଏହି ମାମଲାରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତ ଉଜେର ଖାନ ଇକୱାଲ ଖାନଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟ ଅଭିଯୁକ୍ତ ଅୟାନ ଅହମଦର ମୋବାଇଲ୍ରୁ ଇକୱାଲ ଡାଉନଲୋଡ୍ ହୋଇଥିବା ଭିଡିଓକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା ।
ଏଥିସହ ପଢ଼ନ୍ତୁ: ୨୦ ବର୍ଷ ଧରି ନକଲି ସାର୍ଟିଫିକେଟରେ କରିଥିଲେ ଚାକିରି; କେମିତି ଧରାପଡ଼ିଲେ ?
ପୋଲିସ ଏବେ ଉଜେର ଖାନକୁ ପଚରାଉଚରା କରୁଛି । ଉଜେରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ପୋଲିସ ହେପାଜତରେ ପଠାଇଛନ୍ତି । ପୋଲିସର ଜେରାରୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି । ଜଣାପଡ଼ିପାରେ ୩୫୦ ଭିଡିଓ କେଉଁଠି ସୁଟ୍ ହୋଇଛି, ଆଉ ଏଥିରେ କିଏ କିଏ ସାମିଲ୍ ।
ମୁଖ୍ୟ ଅଭିଯୁକ୍ତ ଅୟାନ ଅହମଦ ପୂର୍ବରୁ ଗିରଫ ହୋଇଛି । କୋର୍ଟ ଅହମଦଙ୍କୁ ୨୦୨୬ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ ପଠାଇଛନ୍ତି । ଅହମଦ ମୋବାଇଲ୍ର ପୋଲିସ ଅନେକ ଆପତ୍ତିଜନକ ଭିଡିଓ ଜବତ କରିଛି । ଉକ୍ତ ଭିଡିଓର ଯାଞ୍ଚ ଚାଲିଛି । ଭିଡିଓରେ ଥିବା ଯୁବତୀଙ୍କୁ ଚିହ୍ନଟ ପାଇଁ ପ୍ରୟାସ କରୁଛି ପୋଲିସ ।
ଏବେ ସୁଦ୍ଧା ପୋଲିସ ୮ ଜଣ ଯୁବତୀଙ୍କୁ ଚିହ୍ନଟ କରିଛି । ଏହି କାଣ୍ଡରେ ପ୍ରାୟ ୧୮୦ ଜଣ ଯୁବତୀ ଫସିଥିବା ବେଳେ ଅନ୍ଯମାନଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ମାମଲା ସମ୍ବେଦନଶୀଳ ହୋଇଥିବାରୁ ପୀଡ଼ିତାଙ୍କ ପରିଚୟ ଗୋପନ ରଖା ଯାଇଛି । ମହିଳା ଅଧିକାରୀ ଏହାର ଯାଞ୍ଚ କରୁଛନ୍ତି ।
ମାମଲାର ମୁଖ୍ୟ ଅଭିଯୁକ୍ତ ଅହମଦ ଅନେକ ତଥ୍ୟ ଡିଲିଟ୍ କରି ଦେଇଥିଲା । ପୋଲିସର ସାଇବର ଟିମ୍ ଏବେ ଉକ୍ତ ଡାଟାକୁ ରିକଭର କରିବାକୁ ପ୍ରୟାସ କରୁଛି । ମାମଲା ସହ ଜଡ଼ିତ କୌଣସି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ ନ କରିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି ।
ମାମଲାର ଗମ୍ଭୀରତାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏହି ମାମଲାକୁ ନେଇ ରାଜନୈତିକ ଦୋଷାରୋପ ଆରମ୍ଭ ହୋଇଛି । ସରକାରୀ ଦଳର ନେତା କହିଛନ୍ତି, ପୋଲିସ ତଦନ୍ତ କରୁଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏଥିସହ ପଢ଼ନ୍ତୁ: ଦରମା ପାଇଁ ଦଙ୍ଗା ନା ପାକିସ୍ତାନ କରୁଛି ଷଡ଼ଯନ୍ତ୍ର ? ଗିରଫ ହେଲେଣି ୩ ଶହରୁ ଅଧିକ
ତେବେ ମାମଲାର ଏସଆଇଟି ଯାଞ୍ଚ ପାଇଁ ଦାବି ଉଠୁଥିବା ବେଳେ ପୋଲିସ କହିଛି, ବର୍ତ୍ତମାନ ସୁଦ୍ଧା କୌଣସି ପୀଡ଼ିତା ଅଭିଯୋଗ କରି ନାହାନ୍ତି । ପୀଡ଼ିତାଙ୍କ ସମ୍ପର୍କ କରୁଛୁ । ପୀଡ଼ିତା କୌଣସି ବି ଥାନାରେ ଏତଲ ଦେଇ ପାରିବେ ବୋଲି ପୋଲିସ କହିଛି ।
ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଜେରା କରୁଛି । ତଦନ୍ତକାରୀ ଏଜେନ୍ସିର ଆଶା ଆଗାମୀ ଦିନରେ ବଡ଼ ଖୁଲାସା ହୋଇପାରିବ । ଏହା ମଧ୍ୟ ସ୍ପଷ୍ଟ ହେବ ଏତେ ବଡ଼ କାଣ୍ଡ ପଛରେ ଆଉ କେଉଁମାନେ ଜଡ଼ିତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories