|
logo
Live

Argus News - ୨୦ ବର୍ଷ ଧରି ନକଲି ସାର୍ଟିଫିକେଟରେ କରିଥିଲେ ଚାକିରି; କେମିତି ଧରାପଡ଼ିଲେ ?

Crime

Fake Teacher / ୨୦ ବର୍ଷ ଧରି ନକଲି ସାର୍ଟିଫିକେଟରେ କରିଥିଲେ ଚାକିରି; କେମିତି ଧରାପଡ଼ିଲେ ?

Debashree Debasmita Sahoo
Browse all articles by Debashree Debasmita Sahoo
·4 hours ago·2 min read
୨୦ ବର୍ଷ ଧରି ନକଲି ସାର୍ଟିଫିକେଟରେ କରିଥିଲେ ଚାକିରି; କେମିତି ଧରାପଡ଼ିଲେ ?
Fake Teacher

Key Points

ନକଲି ସାର୍ଟିଫିକେଟରେ ୨୦ ବର୍ଷ ସରକାରୀ ଚାକିରି
ଶେଷରେ ଠକ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
ସମସ୍ତଙ୍କ ଆଖିରେ ଦେଇଥିଲେ ଧୂଳି । ଦିନେ କି ଦୁଇ ଦିନ ନୁହେଁ, ୨୦ ବର୍ଷ ଧରି ସମସ୍ତଙ୍କୁ ଠକି ଚାଲିଥିଲେ । କୁହାଯାଏ ଶିକ୍ଷକ ଗୋଟିଏ ପିଲାର ଭବିଷ୍ୟ ଗଢେ । ହେଲେ ଏହି ଠକ ଜଣକ ଯୋଗ୍ୟତା ନ ଥାଇ ଶିକ୍ଷକ ସାଜିଥିଲେ । ନକଲି ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରି କରିଥିଲେ । ବର୍ଷ ପରେ ବର୍ଷ ବିତିବା ପରେ ସେ କେବେ କଳ୍ପନା କରିନଥିଲେ ଯେ କେବେ ଧରାପଡ଼ିବେ । ହେଲେ ବହୁ ବର୍ଷ ହେଉ ପଛେ ସତ ସାମ୍ନାକୁ ଆସିଛି । ଜାଲିଆତି ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି କରିଥିବା ଠକକୁ ପୋଲିସ ଗିରଫ କରିଛି ।

ଏହି ଘଟଣାଟି ବିହାର ବାଙ୍କା ଜିଲ୍ଲାର ସୁଇୟା ଥାନା ଅଞ୍ଚଳର । ନକଲି ପ୍ରମାଣ ପତ୍ର ଆଧାରରେ ଦୀର୍ଘ ଦିନ ଧରି ଚାକିରି କରିଥିବା ଶିକ୍ଷକଙ୍କୁ ଗିରଫ କରାଯାଇଛି । ଏହି ଠକ ଶିକ୍ଷକ ହେଉଛନ୍ତି ଦକ୍ଷିଣ କସବାବସିଲା ପଞ୍ଚାୟତ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଡୁମରଡିହାର କୁମାର ସାହ । ପାଟନା ଉଚ୍ଚ ନ୍ୟାୟାଳୟ ଏପରି ଠକ ଚାକିରିଆଙ୍କୁ ଧରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ତେବେ ଶନିବାର ଓ ରବିବାର ଚଢାଉ ସମୟରେ ଏହି ଠକ ଶିକ୍ଷକ ଧରାପଡ଼ିଛନ୍ତି ।

  • ଠକ ଶିକ୍ଷକଙ୍କୁ ଚାକିରି ଛାଡ଼ିବାକୁ ମିଳିଥିଲା ସୁଯୋଗ
କୁହାଯାଉଛି ଯେ ପାଟନା ଉଚ୍ଚ ନ୍ୟାୟାଳୟ ରାଜ୍ୟର ପୂର୍ବ ଭାଗରେ ଥିବା ସମସ୍ତ ସନ୍ଦିଗ୍ଧ ଶିକ୍ଷକଙ୍କୁ ସ୍ଵେଚ୍ଛାକୃତ ଭାବେ ଚାକିରି ଛାଡ଼ିବାକୁ ସୁଯୋଗ ଦେଇଥିଲେ, କିନ୍ତୁ ଅନେକ ଶିକ୍ଷକ ଏହି ନିୟମକୁ ପାଳନ କରିନଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ପ୍ରମାଣ ପତ୍ରକୁ ଟିକନିକ ଭାବେ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ଭାଗିରଥ କୁମାର ସାହଙ୍କ ଡକ୍ୟୁମେଣ୍ଟ ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଛି ।

ପଢନ୍ତୁ ଏହି ଖବର: ଚାଲିଗଲେ ଲିପିକା; ବାଥରୁମରେ ଅନ୍ତିମ ସଂସ୍କାର କଲେ ବଡ଼ ଭାଇ

  • ପୂର୍ବରୁ ଧରାପଡ଼ିଥିଲେ ନକଲି ଶିକ୍ଷକ
ଏହା ପୂର୍ବରୁ କଟୋରିଆ ସହିତ ଆଖପାଖ ଅଞ୍ଚଳରୁ ଅନେକ ନକଲି ଶିକ୍ଷକଙ୍କୁ ଗିରଫ କରାଯାଇଥିଲା । ଗତ ଏକ ଦଶନ୍ଧି ମଧ୍ୟରେ ବାଙ୍କା ଜିଲ୍ଲାରୁ ଏକ ଡର୍ଜନରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଏହାପରେ ମଧ୍ୟ ଉକ୍ତ ଅଞ୍ଚଳରେ ଅନେକ ନକଲି ଶିକ୍ଷକ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଆଶଙ୍କା କରାଯାଉଛି । ନକଲି ଶିକ୍ଷକମାନେ ଜାତି, ପଛୁଆ ବର୍ଗ ଆଧାରରେ ଚାକିରି କରୁଛନ୍ତି । ଏହି ଯାଞ୍ଚ ଅଭିଯାନ ଆଗକୁ ଜାରି ରହିବ ବୋଲି କୁହାଯାଇଥିବାବେଳେ ନକଲି ଶିକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Teacher: ୨୦ ବର୍ଷ ଧରି ନକଲି ସାର୍ଟିଫିକେଟରେ କରିଥିଲେ ଚାକିରି; କେମିତି ଧରାପଡ଼ିଲେ ? | Argus News