Workers Protest / ଦରମା ପାଇଁ ଦଙ୍ଗା ନା ପାକିସ୍ତାନ କରୁଛି ଷଡ଼ଯନ୍ତ୍ର ? ଗିରଫ ହେଲେଣି ୩ ଶହରୁ ଅଧିକ
·3 hours ago·2 min read

Key Points
ଏହା କଣ କେବଳ ଦରମା ବୃଦ୍ଧି ପାଇଁ ଶ୍ରମିକଙ୍କ ଅସନ୍ତୋଷ ? ନା ଏହା ପଛରେ ରହିଛି କୌଣସି ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର ?
ନୂଆଦିଲ୍ଲୀ: ନୋଏଡ଼ା ଜଳୁଛି, ୮୦ରୁ ଅଧିକ ସ୍ଥାନରେ ପ୍ରତିବାଦ ଚାଲିଛି । ୪୦ ହଜାରରୁ ଅଧିକ କାରଖାନା ଶ୍ରମିକ ବିକ୍ଷୋଭରେ ସାମିଲ୍ ହୋଇଛନ୍ତି । ହରିୟାଣା ସରକାରଙ୍କ ସର୍ବନିମ୍ନ ଦରମା ବୃଦ୍ଧି ନିଷ୍ପତ୍ତି ନୋଏଡ଼ା ବିକ୍ଷୋଭକୁ ବ୍ୟାପକ କରିଛି ।
ସୋମବାର ବିକ୍ଷୋଭ ଶାଣିତ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପୋଲିସ ୩ ଶହରୁ ଅଧିକ ଆନ୍ଦୋଳକାରୀଙ୍କୁ ଗିରଫ କରିଛି । ଏବେବି ଶତାଧିକଙ୍କୁ ଅଟକ ରଖି ପୋଲିସ କରୁଛି ଜେରା । କାରଖାନାର ସିସିଟିଭି ଫୁଟେଜ୍ ଦେଖି ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରାଯାଉଛି । ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।
ଏଥିସହ ପଢ଼ନ୍ତୁ: କମ୍ ଦରମାକୁ ନେଇ ଜୋରଦାର ବିକ୍ଷୋଭ, ରାସ୍ତାରୋକ; ଜାଳିଦେଲେ କାର୍
ପୋଲିସ ଅନୁସାରେ, ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ । ବାହାରୁ କିଛି ଲୋକ ଆସି ଅଶାନ୍ତି ସୃଷ୍ଟି କରିଛନ୍ତି । ବାହାରୁ ଆସିଥିବା ଲୋକଙ୍କ ଉଦେଶ୍ୟ ଅଶାନ୍ତି ଓ ହିଂସା । ଉକ୍ତ ଗୋଷ୍ଠୀର କିଛି ସଦସ୍ୟଙ୍କୁ ପୋଲିସ ହେପାଜତକୁ ନେଇଛି । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗୌତମବୁଦ୍ଧ ନଗର ପୋଲିସ କମିଶନର ଲକ୍ଷ୍ମୀ ସିଂହ କହିଛନ୍ତି ।
ପାକ୍ ଲିଙ୍କ୍ର ତଦନ୍ତ
ନୋଏଡ଼ା ବିକ୍ଷୋଭ ପଛର ପାକିସ୍ତାନ ଲିଙ୍କ୍ ଥିବା ଉତ୍ତରପ୍ରଦେଶର ଶ୍ରମ ମନ୍ତ୍ରୀ ଅନୀଲ ରାଜଭର ସନ୍ଦେହ କରିଛନ୍ତି । ସେ କହିଛନ୍ତି, ନିକଟରେ ଆତଙ୍କବାଦୀ ଲିଙ୍କ୍ ନେଇ ଗିରଫଦାରୀ ହୋଇଥିଲା । ହୁଏତ ଏହା ପଛରେ ପାକିସ୍ତାନ ଥାଇପାରେ ।
ବିକ୍ଷୋଭକୁ ମନ୍ତ୍ରୀ "ଯୋଜନାବଦ୍ଧ ଷଡ଼ଯନ୍ତ୍ର" କହିଛନ୍ତି । ମନ୍ତ୍ରୀଙ୍କ ଅନୁସାରେ, "ରାଜ୍ୟରେ ଆଇନ୍ ଶୃଙ୍ଖଳା ସହ ବିକାଶ ରୋକିବା ଲକ୍ଷ୍ୟ ନେଇ ଏଭଳି ହିଂସା କରାଯାଉଛି । ନିକଟରେ ମୀରଟ ଓ ନୋଏଡ଼ାରୁ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଥିଲେ । ଯେଉଁମାନଙ୍କ ସମ୍ପର୍କ ପାକିସ୍ତାନ ସହ ଥିଲା । ହୁଏତ ଏହି ସ୍ଥିତି ପଛରେ ପାକିସ୍ତାନ ଥାଇପାରେ ।"
କାହିଁକି ପ୍ରତିବାଦ ?
ଏହା କଣ କେବଳ ଦରମା ବୃଦ୍ଧି ପାଇଁ ଶ୍ରମିକଙ୍କ ଅସନ୍ତୋଷ ? ନା ଏହା ପଛରେ ରହିଛି କୌଣସି ବଡ଼ ଧରଣର ସୁପରିକଳ୍ପିତ ଷଡ଼ଯନ୍ତ୍ର ? ଯେଉଁ ପ୍ରତିବାଦ ଦାବିରୁ ଆରମ୍ଭ ହୋଇଥିଲା, ତାହା ହିଂସା, ପୋଡାଜଳା ଏବଂ ଗିରଫଦାରୀରେ କେମିତି ପରିଣତ ହେଲା ?
ଏହି ସବୁ ବିବାଦର ଆରମ୍ଭ ହୋଇଥିଲା ପଡ଼ୋଶୀ ରାଜ୍ୟ ହରିୟାଣାର ଏକ ନିଷ୍ପତ୍ତିରୁ । ହରିୟାଣା ସରକାର ନିଜ ରାଜ୍ୟର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ୩୫% ବୃଦ୍ଧି କରିଛନ୍ତି । ଯାହାକୁ ନେଇ ନୋଏଡ଼ାରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଲା ।
ଏଥିସହ ପଢ଼ନ୍ତୁ: ଚାଲିଗଲେ ଲିପିକା; ବାଥରୁମରେ ଅନ୍ତିମ ସଂସ୍କାର କଲେ ବଡ଼ ଭାଇ
ସେମାନଙ୍କର ଅଭିଯୋଗ ଥିଲା ଯେ ସେମାନେ ୧୨-୧୨ ଘଣ୍ଟା କାମ କରି ମାସକୁ ମାତ୍ର ୧୨ରୁ ୧୩ ହଜାର ଟଙ୍କା ପାଉଛନ୍ତି । ଦରଦାମ ବଢୁଥିବା ସମୟରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ତେଣୁ ସେମାନଙ୍କ ସର୍ବନିମ୍ନ ଦରମା ୨୦,୦୦୦ ଟଙ୍କା କରାଯାଉ ।
ଏହି ଦାବି ନେଇ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କେତେବେଳେ ଯେ ହିଂସାର ରୂପ ନେଲା, ତାହା ସମସ୍ତଙ୍କୁ ଚକିତ କରିଦେଲା । ୫୦ରୁ ଅଧିକ ଫ୍ୟାକ୍ଟ୍ରିରେ ଭଙ୍ଗାରୁଜା କରାଗଲା, ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଗଲା ଏବଂ ପରିସ୍ଥିତି ଏତେ ବିଗିଡ଼ିଗଲା ଯେ ପୋଲିସକୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories