|
logo
Live
Argus News App
GET APP

Argus News - ଧାର ଟଙ୍କାକୁ ନେଇ ବଚସା ଆଉ ଛୁରାମାଡ଼ରେ ୩ ଗୁରୁତର

Crime

Crime In Odisha / ଧାର ଟଙ୍କାକୁ ନେଇ ବଚସା ଆଉ ଛୁରାମାଡ଼ରେ ୩ ଗୁରୁତର

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଧାର ଟଙ୍କାକୁ ନେଇ ବଚସା ଆଉ ଛୁରାମାଡ଼ରେ ୩ ଗୁରୁତର

Key Points

ଉଦ୍ଧାର ଟଙ୍କାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଚାଉଁରିଆପାଳ ଗାଁରେ । ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ଛେଣ୍ଡିପଦା (ଅନୁଗୁଳ): ମାତ୍ର ୧୫୦୦ ଟଙ୍କା ପାଇଁ ଛୁରାମାଡ଼ । ଗୁରୁତର ଆହତ ହେଲେ ୩ ଜଣ । ଉଦ୍ଧାର ଟଙ୍କାକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଚାଉଁରିଆପାଳ ଗାଁରେ । ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।


ସୂଚନା ଅନୁସାରେ, ଦଶହରା ପାଇଁ ଘରକୁ ଆସିଥିଲେ ଖାମର ଗାଁରେ ପିନୁ ନାୟକ, ସୁକାନ୍ତ ମାଝୀ, କୁକୁରପେଟା ଗାଁର ବିଷ୍ଣୁ ପ୍ରଧାନ ଚାଉଁରିଆପାଳ ଗାଁର ବୁଲୁ ସାହୁ । ଶନିବାର ସନ୍ଧ୍ୟାରେ ବକେୟା ୧୫୦୦ ଟଙ୍କାକୁ ନେଇ ୪ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସମାଧାନ ବି ହୋଇଥିଲା ।


ଏଥିସହ ପଢ଼ନ୍ତୁ: ମାସେ ପରେ ମିଳିଲା ପୁଷ୍ପର କଙ୍କାଳ, ଦାଦନ ଖଟିବାକୁ ଯାଇ ଘରକୁ ଫେରିଲାନି


ଝଗଡ଼ା ସମାଧାନ ପରେ ପିନୁ, ସୁକାନ୍ତ ଓ ବିଷ୍ଣୁ ବାଇକ୍ ଯୋଗେ ଚାଉଁରିଆପାଳ ଗାଁକୁ ଯାଇ ମଦ୍ୟପାନ କରୁଥିଲେ । ଆଉ ସେହି ସମୟରେ ବୁଲୁ ହଠାତ୍ ଏକ ଛୁରୀ ନେଇ ସେଠାରେ ପହଞ୍ଚିବା ସହ ଅତର୍କିତ ଆକ୍ରମଣ କରିଥିଲେ । ୩ ଜଣଙ୍କୁ ଛୁରାମାଡ଼ କରିବା ପରେ ଫେରାର୍ ହୋଇ ଯାଇଥିଲା ବୁଲୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଛୁରମାଡ଼ ଖବର ପାଇ ବାଗଡିଆ ଥାନା ପୋଲିସ ଗାଁରେ ପହଞ୍ଚିଥିଲା । ୩ ଗୁରୁତରଙ୍କୁ ଉଦ୍ଧାର କରି ପୋଲିସ ପ୍ରଥମେ ଛେଣ୍ଡିପଦା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଛୁରମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ବାଗଡ଼ିଆ ପୋଲିସ ଛାନଭିନ୍ ଚଳାଇଛି ।


ଏଥିସହ ପଢ଼ନ୍ତୁ: ଭସାଣି ଗଣ୍ଡଗୋଳକୁ ନେଇ କଟକରେ ତେଜୁଛି ବିବାଦ, ସୋମବାର ବନ୍ଦ ଡାକରା ଦେଲା VHP


ସେପଟେ ବାଗଡିଆ ଥାନା ବଗଡିଆ ଗାଁରେ ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ୧୧ ଜଣଙ୍କୁ ଉଠାଇ ନେଇଛି । ବିଜୟା ଦଶମୀରେ ଖଣ୍ଡା ଖେଳ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପରେ ଶନିବାର ବିଳମ୍ବିତ ରାତିରେ ପୁଣି ଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ଗୁରୁତର ଥିବାବେଳେ ଅନୁଗୁଳ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।


ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି । ଗାଁରେ ଶାନ୍ତି ସହ ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ବିଳମ୍ବିତ ରାତିରେ ରେଡ୍ କରି ୧୧ ଜଣଙ୍କୁ ଉଠାଇ ନେଇଛି ।

Related Topics

Explore more stories

Sponsored
Crime In Odisha: ଧାର ଟଙ୍କାକୁ ନେଇ ବଚସା ଆଉ ଛୁରାମାଡ଼ରେ ୩ ଗୁରୁତର | Argus News