|
logo
Live

Argus News - ୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ; ଦୋଷୀକୁ ଫାଶୀ ଶୁଣାଇଲେ ପୋକ୍ସୋ କୋର୍ଟ

Crime

Historic Verdict / ୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ; ଦୋଷୀକୁ ଫାଶୀ ଶୁଣାଇଲେ ପୋକ୍ସୋ କୋର୍ଟ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ; ଦୋଷୀକୁ ଫାଶୀ ଶୁଣାଇଲେ ପୋକ୍ସୋ କୋର୍ଟ
Court Awards Death Penalty

Key Points

  • ନର ପିଶାଚକୁ ସବୁଠାରୁ ବଡ଼ ସଜା
  • ନାବାଳିକା ଦୁଷ୍କର୍ମୀ ଓ ହତ୍ୟାକାରୀକୁ ଫାଶୀ ଦଣ୍ଡ
  • ଅଦାଲତଙ୍କ ରାୟକୁ ସବୁଆଡୁ ପ୍ରଶଂସା
ଛେଣ୍ଡିପଦା (ଅନୁଗୋଳ): ମାନବ ଜାତି ପାଇଁ କଳଙ୍କ ସାଜିଥିବା ନରପିଶାଚକୁ ମିଳିଛି କଠୋର ଦଣ୍ଡ । ୪ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ଅନୁଗୋଳ ପୋକ୍ସୋ କୋର୍ଟ । ଅପରାଧୀ ବାବୁଲା ଜେନାକୁ ଶେଷରେ ମିଳିଛି ଫାଶୀ ଦଣ୍ଡ । ମାତ୍ର ବର୍ଷକ ଭିତରେ ପାପର ହିସାବ କରିଛନ୍ତି ଅଦାଲତ ।

୨୦୨୫ ମସିହାର ଯେଉଁ ଜଘନ୍ୟ କାଣ୍ଡ ସମଗ୍ର ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା । ସେହି ମାମଲାରେ ଆଜି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିଛି । ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇ କୋର୍ଟ ସମାଜ ଏକ ବଡ଼ ବାର୍ତ୍ତା ଦେବା ସହ ଏଭଳି କୁକର୍ମ କଲେ କେହି ଛାଡ଼ ପାଇବେନି ବୋଲି ଚେତାଇ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କାରରେ ବସି ସବୁ ଶୁଣୁଥିଲେ ସ୍ଵାମୀ; ଟ୍ୟାକ୍ସି ଡ୍ରାଇଭରଙ୍କ ପ୍ରେମରେ ପଡିଲେ ବ୍ୟାଙ୍କ ମ୍ୟାନେଜରଙ୍କ ସ୍ତ୍ରୀ

ନର ପିଶାଚ, ଜହ୍ଲାଦ । ଯେତେ ଭର୍ତ୍ସନା କଲେ ବି କମ୍ ହେବ । ଯାହା ପାଇଁ କମ୍ ମୃତ୍ୟୁ ଦଣ୍ଡ । ତାର ଅପରାଧ ଏତେ ବଡ଼, ଏତେ ଭୟଙ୍କର ଯେ ଥରେ ନୁହେଁ ତାକୁ ଶହେ ଥର ଫାଶୀ ଦେଲେ ବି କମ୍ ହେବ । ନାଁ - ବାବୁଲା ଜେନା, ବୟସ- ୪୦ । ଜରପଡ଼ା ଥାନା ଜେରେଙ୍ଗ ଗାଁରେ ଘର ।

ବର୍ଷକ ତଳେ ବାବୁଲା ଭିଆଇଥିଲା ଜଘନ୍ୟ କାଣ୍ଡ । ୪ ବର୍ଷ ୧୦ ମାସ ଶିଶୁକୁ ଅପହରଣ କରି ଦେଇଥିଲା ଅକଥନୀୟ ଶାରୀରିକ ନିର୍ଯାତନା, ତାକୁ ହତ୍ୟା ବି କରିଥିଲା । ଆଉ ବର୍ଷକ ଭିତରେ ତାର ପାପର ହିସାବ ହେଲା । ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବାବୁଲା ଜେନାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୋଳ ପୋକ୍ସୋ କୋର୍ଟ ।

୨୦୨୫ ମସିହା ମାର୍ଚ୍ଚ ୧୪ ତାରିଖ । ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୪ ବର୍ଷ ୧୦ ମାସର ଶିଶୁ ନିଖୋଜ ଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏଥିସହ ପଢ଼ନ୍ତୁ: ଛାତିଥରା ଘଟଣା: ସ୍ବାମୀର ରଙ୍ଗ କଳା ବୋଲି ସୁପାରୀ ଦେଇ ହତ୍ୟା କଲା ସ୍ତ୍ରୀ

ତା'ପରଦିନ ଅର୍ଥାତ୍ ମାର୍ଚ୍ଚ ୧୫ରେ ଘର ପାଖ ମହୁଲ ଗଛ ନିକଟରୁ ମିଳିଲା ଶିଶୁର ମୃତଦେହ । ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହେଲା ଶିଶୁକନ୍ୟାକୁ ଦୁଷ୍କର୍ମ ସହ ତଣ୍ଟି ଚିପି ହତ୍ୟା କରାଯାଇଛି । ୧୭ ତାରିଖରେ ପିଶାଚ ବାବୁଲା ଜେନାକୁ ଗିରଫ କଲା ପୋଲିସ ।

ସେବେଠୁ କୋର୍ଟରେ ମାମଲା ଚାଲିଥିଲା । ବର୍ଷେ ୨୫ ଦିନ ଭିତରେ ରାୟ ଶୁଣାଇଛନ୍ତି ଅଦାଲତ । ଦୋଷୀକୁ ଫାଶୀଦଣ୍ଡ କୋର୍ଟ ଶୁଣାଇଥିବାରୁ ପୀଡ଼ିତାଙ୍କ ପରିବାର ଆଶ୍ଵସ୍ତ ହୋଇଛି । ଲୋମଟାଙ୍କୁରା ନିର୍ଯାତନାର ୧୩ ମାସ ଭିତରେ ଅପରାଧୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିବା ସୃଷ୍ଟି କରିଛି ଉଦାହରଣ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Historic Verdict: ୪ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ; ଦୋଷୀକୁ ଫାଶୀ ଶୁଣାଇଲେ ପୋକ୍ସୋ କୋର୍ଟ | Argus News