Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

27 Lakh Fraud / ଅଫିସ୍ କ୍ରେଡିଟ୍ କାର୍ଡରୁ ୨୭ ଲକ୍ଷ ଖର୍ଚ୍ଚ କଲେ ଇଞ୍ଜିନିୟର୍; ମାଗିବାରୁ ବସ୍‌ଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଅଫିସ୍ କ୍ରେଡିଟ୍ କାର୍ଡରୁ ୨୭ ଲକ୍ଷ ଖର୍ଚ୍ଚ କଲେ ଇଞ୍ଜିନିୟର୍; ମାଗିବାରୁ ବସ୍‌ଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ
IT Employee Misuses Corporate Card

Key Points

ଅଫିସ୍ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଉକ୍ତ କର୍ମଚାରୀଙ୍କୁ ଅନୁମତି ଥିଲା । କିନ୍ତୁ କର୍ମଚାରୀ ଜଣଙ୍କ ନୂଆ ନୂଆ ବାହାନା କରି ୨୭ ଲକ୍ଷ ଟଙ୍କା ବ୍ୟକ୍ତିଗତ ଆବଶ୍ୟକତାରେ ଖର୍ଚ୍ଚ କରିଛନ୍ତି ।
ବେଙ୍ଗାଳୁରୁ: କମ୍ପାନୀର କର୍ପୋରେଟ୍ କ୍ରେଡିଟ୍ କାର୍ଡ ନେଲେ । ୪ ମାସ ଧରି ମନଇଚ୍ଛା ଖର୍ଚ୍ଚ କଲେ । ଆଉ ଧରାପଡ଼ିବା ପରେ ଅଶ୍ଳୀଳ ଫଟୋ ପଠାଇ ବସ୍‌ଙ୍କୁ ଧମକ ଦେଲେ । ବେଙ୍ଗାଳୁରୁର ଏକ ଆଇଟି କମ୍ପାନୀରେ ଜଣେ ଇଞ୍ଜିନିୟରଙ୍କ ଏଭଳି କାରନାମା ପଦାକୁ ଆସିଛି ।

ଆଇଟି କମ୍ପାନୀର କର୍ମଚାରୀ ଜଣଙ୍କ କମ୍ପାନୀର କ୍ରେଡିଟ୍ କାର୍ଡ ନେଇ ଦୁରୂପଯୋଗ କରିଛନ୍ତି । ଅଫିସ୍ କାର୍ଡରେ ବ୍ୟକ୍ତିଗତ ଆବଶ୍ୟକତା ପୂରଣ ଲାଗି ଖର୍ଚ୍ଚ କରିଛନ୍ତି ୨୭ ଲକ୍ଷ ଟଙ୍କା ।

ଏଥିସହ ପଢ଼ନ୍ତୁ: ଚପଲ କିଣିଦେବା ବାହାନାରେ ନାବାଳିକାଙ୍କ ସହ ନିର୍ମମ କାଣ୍ଡ; ଦୋଷୀକୁ ୨୦ ବର୍ଷ ଜେଲ୍

ଆଉ ଅଫିସ୍ ଟଙ୍କା ମାଗିବାରୁ କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍ କରିବାକୁ ଅଶ୍ଳୀଳ ଫଟୋ ପଠାଇଥିବା ଅଭିଯୋଗ ହୋଇଛି । କମ୍ପାନୀ ଅନୁସାରେ, ଅଫିସ୍ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଉକ୍ତ କର୍ମଚାରୀଙ୍କୁ ଅନୁମତି ଥିଲା । କିନ୍ତୁ କର୍ମଚାରୀ ଜଣଙ୍କ ନୂଆ ନୂଆ ବାହାନା କରି ୨୭ ଲକ୍ଷ ଟଙ୍କା ବ୍ୟକ୍ତିଗତ ଆବଶ୍ୟକତାରେ ଖର୍ଚ୍ଚ କରିଛନ୍ତି ।

୨ ଲକ୍ଷ ଜାଗାରେ ଉଡ଼ାଇଦେଲେ ୨୭ ଲକ୍ଷ

କର୍ମଚାରୀ ଜଣଙ୍କୁ କମ୍ପାନୀ ସର୍ବାଧିକ ୨ ଲକ୍ଷ ଟଙ୍କା ଅଫିସ୍ ଖର୍ଚ୍ଚ ବାବଦକୁ ଅନୁମତି ଦେଇଥିଲା । ହେଲେ କର୍ମଚାରୀ ଜଣଙ୍କ ୨୦୨୩ ଅକ୍ଟୋବରରୁ ୨୦୨୪ ଜାନୁଆରୀ ମାତ୍ ୪ ମାସରେ ୨୭ ଲକ୍ଷ ୧ ହଜାର ୧୩୯ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ କମ୍ପାନୀ ଜାଣିପାରି ନଥିଲା ।

ଏ ବାବଦରେ କମ୍ପାନୀ କର୍ତ୍ତୃପକ୍ଷ ଜାଣିବା ପରେ ୨୦୨୪ ଜାନୁଆରୀ ୧୨ ତାରିଖରେ କର୍ମଚାରୀ୍କୁ ଇମେଲ୍ ପଠାଇ ପ୍ରଶ୍ନ କରିଥିଲେ । କର୍ମଚାରୀ ଜଣଙ୍କ ଜାନୁଆରୀ ୧୫ ତାରିଖରେ ଖର୍ଚ୍ଚ ରାଶିକୁ ମାନି ନେଇଥିଲେ । କହିଥିଲେ, ଚୀନ ଓ ପାକିସ୍ତାନରୁ ଅଜ୍ଞାତ ବ୍ୟକ୍ତିଙ୍କ ଧମକ ପାଇଁ ଏଭଳି କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଅପହରଣକୁ ୫ ଦିନ, ବାହାର ରାଜ୍ୟରେ ଛାନଭିନ୍ ସତ୍ତ୍ଵେ ମିଳୁନି ପ୍ଲଟ୍ ବ୍ୟବସାୟୀଙ୍କ ପତ୍ତା

ଏଥିସହ କମ୍ପାନୀର କ୍ରେଡିଟ୍ କାର୍ଡରେ କରିଥିବା ଖର୍ଚ୍ଚ ଫେରାଇବାକୁ ଆଶ୍ଵାସନା ଦେଇଥିଲେ କର୍ମଚାରୀ ଜଣଙ୍କ । ଜାନୁଆରୀ ୨୯ରେ ଏକ ଇମେଲ୍ ମାଧ୍ୟମରେ ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହରେ ୧୦ ଲକ୍ଷ ଟଙ୍କା ଫେରାଇବେ କହିଥିଲେ । ବଳକା ଅର୍ଥ କିସ୍ତି ମାଧ୍ୟମରେ ଦେବେ ବୋଲି ଲେଖିଥିଲେ । ହେଲେ କମ୍ପାନୀ ପର୍ଯ୍ୟାପ୍ତ ସମୟ ଦେବା ପରେ ମଧ୍ୟ ଦେଇନଥିଲେ ଟଙ୍କା ।

୨୦୨୪ ଫେବ୍ରୁଆରୀ ୯ ତାରିଖରେ ଅଭିଯୁକ୍ତ ଜଣଙ୍କ ତାଙ୍କ ବରିଷ୍ଠଙ୍କୁ ଅଶ୍ଳୀଳ ଫଟୋ ପଠାଇବା ସହ ଆତ୍ମହତ୍ୟା ଧମକ ଦେଇଥିଲେ । ଯାହାପରେ କର୍ମଚାରୀଙ୍କ ବିରୋଧରେ କମ୍ପାନୀ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା । ବେଙ୍ଗାଳୁରୁର ବର୍ଥୁର୍ ପୋଲିସ ଏତଲା ରୁଜୁ କରି ଛାନଭିନ୍ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bengaluru Engineer Spends ₹27 Lakh on Office Card, Blackmails Boss | Argus News | Argus News