Videos
|
Odisha

Minor Girl Rape / ଚପଲ କିଣିଦେବା ବାହାନାରେ ନାବାଳିକାଙ୍କ ସହ ନିର୍ମମ କାଣ୍ଡ; ଦୋଷୀକୁ ୨୦ ବର୍ଷ ଜେଲ୍

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଚପଲ କିଣିଦେବା ବାହାନାରେ ନାବାଳିକାଙ୍କ ସହ ନିର୍ମମ କାଣ୍ଡ; ଦୋଷୀକୁ ୨୦ ବର୍ଷ ଜେଲ୍
Minor Girl Rape

Key Points

କନ୍ଧମାଳ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ମାମଲା
ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ କଡ଼ା ଦଣ୍ଡ । ତେବେ ୨୦୨୫ ମସିହା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳର ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାପି ପ୍ରଧାନକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ଫୁଲବାଣୀର ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ । ଜୋରିମାନା ଅନାଦେୟ ଅଧିକ ୨ ବର୍ଷ କାରାଦଣ୍ଡାଦେଶ ଭୋଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ପୀଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କୋର୍ଟ ଏହି ଘଟଣାରେ ତ୍ଵରିତ ନ୍ୟାୟ ଶୁଣାଇଥିବାରୁ ପୀଡ଼ିତଙ୍କ ପରିବାର ନ୍ୟାୟ ପାଇଥିବା କହିଛନ୍ତି । ଦୋଷୀ ବାପି ପ୍ରଧାନ ନାବାଳିକାଙ୍କୁ ମିଛ କଥା କହି ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା ।

  • କଣ ଥିଲା ଘଟଣା ?
ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ଅଭିଯୁକ୍ତ ବାପି ପ୍ରଧାନ ନାବାଳିକାକୁ ବଜାରରୁ ଚପଲ କିଣି ଦେବା ବାହାନାରେ ଜଙ୍ଗଲକୁ ଡାକି ନେଇଁ ଡରାଇ ଧମକାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ ଏହି କଥା କାହାକୁ ନ କହିବା ପାଇଁ ଧମକ ଦେଇ ଘରେ ଛାଡ଼ିଦେଇଥିଲା । ତେବେ ନାବାଳିକା ଜଣକ କେରଳରେ ରହୁଥିବା ତା ବାପାମାଆଙ୍କୁ ଫୋନ କରି ଏହି କଥା କହିଥିଲେ ଏବଂ ନାବାଳିକାର ଖୁଡ଼ି ଏ ବାବଦରେ ଦାରିଙ୍ଗବାଡି ଥାନାରେ ଲିଖିତ ଏତଲା ଦେଇଥିଲେ ।

ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏତଲା ଆଧାରରେ ଦାରିଙ୍ଗବାଡି ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବାପି ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲାରେ କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଏହି କଡ଼ା ଦଣ୍ଡାଦେଶ ଦେଇଛନ୍ତି ବୋଲି ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ସରକାରୀ ଓକିଲ ରାଜକୁମାର ବେହେରା କହିଛନ୍ତି ।