|
logo
Live
Argus News App
GET APP

Argus News - ବୋହୂ ଉପରେ ରାଗ; ମିଠାରେ ଆର୍ସେନିକ ମିଶାଇ ୩ ଜଣଙ୍କୁ ମାରିଦେଲେ ଶ୍ଵଶୁର ଘର ଲୋକ

Crime

Crime / ବୋହୂ ଉପରେ ରାଗ; ମିଠାରେ ଆର୍ସେନିକ ମିଶାଇ ୩ ଜଣଙ୍କୁ ମାରିଦେଲେ ଶ୍ଵଶୁର ଘର ଲୋକ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ବୋହୂ ଉପରେ ରାଗ; ମିଠାରେ ଆର୍ସେନିକ ମିଶାଇ ୩ ଜଣଙ୍କୁ ମାରିଦେଲେ ଶ୍ଵଶୁର ଘର ଲୋକ
Sweet Turned Deadly: Arsenic Poisoning Claims 3 Lives in MP

Key Points

ପରିବାରର ମିଠା ପ୍ଲାନିଂ ଓ ଷଡ଼ଯନ୍ତ୍ରରେ ତିନି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଷଡ଼ଯନ୍ତ୍ର ଏମିତି ରଚା ଯାଇଥିଲେ ଯେ କେହି କେବେ ଭାବି ନଥିଲେ ମାତ୍ର ୩ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଯିବ ।
ଭୋପାଳ: ହସଖୁସି ବାଣ୍ଟିବା ପାଇଁ ଆମେ ମିଠା ଦେଇଥାଉ କିମ୍ବା ବାଣ୍ଟି ଥାଉ । କିନ୍ତୁ ଆପଣ କେବେ ଭାବିଛନ୍ତି ମିଠା ଦେଇ ପ୍ରତିଶୋଧ ନିଆଯାଇପାରେ । କାହାରି ଉପରେ ଥିବା ରାଗକୁ ଶୁଝାଇବା ପାଇଁ ମିଠାର ବ୍ୟବହାର କରାଯାଇପାରେ । କିନ୍ତୁ ମଧ୍ୟପ୍ରଦେଶରେ ମିଠା ଦେଇ ଶ୍ଵଶୁର ଘର ଲୋକ ବୋହୂ ସହ ୩ ଜଣଙ୍କୁ ହତ୍ୟା କରିଛନ୍ତି ।

ଏ ଘଟଣା ଘଟିଛି ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାରେ । ଯେଉଁଠି ପରିବାରର ମିଠା ପ୍ଲାନିଂ ଓ ଷଡ଼ଯନ୍ତ୍ରରେ ତିନି ତିନି ଜଣଙ୍କ ମୃତ୍ୟୁ ହୋଇଛି । ଷଡ଼ଯନ୍ତ୍ର ଏମିତି ରଚା ଯାଇଥିଲେ ଯେ କେହି କେବେ ଭାବି ନଥିଲେ ମାତ୍ର ୩ ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଯିବ । ମୃତ୍ୟୁର ତାଣ୍ଡବ ରଚିଥିବା ମିଠା ବକ୍ସର ଚେର ଖୋଜି ପାଇଛି ପୋଲିସ ।

ଏଥିସହ ପଢ଼ନ୍ତୁ: ସଡ଼କ ପଥ ଦେଇ ଯିବାକୁ ସ୍ଥିର କରିଥିଲେ ଅଜିତ ପାୱାର; ରାତିରେ କେମିତି ବଦଳିଲା ପ୍ଲାନ୍ ?

ମିଠା ଖାଇ ଜଣେ ମହିଳାଙ୍କ ସହ ତାଙ୍କ ଜେଜେବାପା ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଆର୍ସେନିକ ମିଶିଥିବା ମିଠା ଖାଇ ମୃତ୍ଯୁବରଣ କରିଛନ୍ତି । ପୋଲିସ ଟେକ୍ନିକାଲ ଓ ସାଇବର ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି । ଏକ ବାଇକ୍ ସହ ମୋବାଇଲ୍ ଜବତ କରିଛି ।

ବୋହୂ ପାଇଁ ମିଠା ଷଡ଼ଯନ୍ତ୍ର

ସୂଚନା ଅନୁସାରେ, ୨୦୨୪ ଜାନୁଆରୀରେ ଖୁଶବୁ କଥୁରିଆ ବିବାହ କରିଥିଲେ । ବିବାହ ପରେ ଶ୍ଵଶୁର ଘର ଲୋକ ତାଙ୍କୁ ଖରାପ ବ୍ୟବହାର କରୁଥିଲେ ସେ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ଅପବାଦ ମୁଣ୍ଡାଇ ଥିଲେ ଶ୍ଵଶୁର ଘର ।

ଏହାପରେ ଶ୍ଵଶୁର ଘର ଲୋକେ ପ୍ରତିଶୋଧ ନେବାକୁ ପ୍ରୟାସ କରିଥିଲେ । ଆଉ ଶ୍ଵଶୁର ଘରର ମିଠା ପ୍ରୟାସରେ ୨୨ ବର୍ଷୀୟ ଖୁଶବୁଙ୍କ ସହ ୭୨ ବର୍ଷର ଜେଜେବାପାଙ୍କ ସହ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି । ଖୁଶବୁଙ୍କ ମାଆ ଓ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମୃତ୍ୟୁର ମିଠା ପ୍ୟାକେଟ୍

ଜାନୁଆରୀ ୯ ତାରିଖରେ ଖୁଶବୁଙ୍କ ପରିବାରର ଦୋକାନ ପାର୍ଶ୍ଵ ପିଏଚ୍‌ଇଡି ଅଫିସ୍‌ ବାହାରେ ଏକ ବ୍ଯାଗକୁ କେହି ଟଙ୍ଗାଇ ଦେଇଥିଲେ । ଯେଉଁଥିରେ ଏକ ମିଠା ପ୍ୟାକେଟ୍‌ ରହିଥିଲା । ପ୍ରଥମେ ଉକ୍ତ ମିଠାକୁ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଦଶରୁ ଯଦୁବଂଶୀ ଖାଇବା ପରେ ଝାଡ଼ାବାନ୍ତିରେ ପଡ଼ିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଜାନୁଆରୀ ୧୧ରେ ତାଙ୍କର ମୃତ୍ୟୁ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ଗୋଟିଏ ଦିନରେ ଯିବେ ୩ ଜିଲ୍ଲା

ପ୍ରଥମ ମାମଲାରେ କାହାର ସନ୍ଦେହ ହୋଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ବି ହୋଇ ନଥିଲା । ଏହା ପରେ ସେହି ମିଠା ବକ୍ସକୁ ନେଇ ଯାଇଥିଲେ ନିକଟରେ ଥିବା ଖୁଶବୁଙ୍କ ପରିବାର । ଆଉ ସେହି ମିଠାଇ ଖାଇ ଖୁଶବୁଙ୍କ ସହ ତାଙ୍କ ଜେଜେବାପା, ମାଆ ଓ ଭଉଣୀ ଅସୁସ୍ଥ ହୋଇ ପଡ଼ିଥିଲେ । ଡାକ୍ତରଙ୍କ ପ୍ରୟାସ ସତ୍ତ୍ଵେ ଖୁଶବୁ ଓ ତାଙ୍କ ଜେଜେବାପାଙ୍କ ଦେହାନ୍ତ ହୋଇଛି ।

ପୋଲିସ ତଦନ୍ତ ଓ ଫରେନସିକ ଯାଞ୍ଚରୁ ଉକ୍ତ ମିଠାରେ ଆର୍ସେନିକର ମାତ୍ରା ଅଧିକ ଥିବା ଜଣାପଡ଼ିଛି । ମିଠାରେ ମିଶା ଯାଇଥିବା ଆର୍ସେନିକ ଏକାଧିକ ଲୋକଙ୍କୁ ମାରିବାକୁ ସକ୍ଷମ ବୋଲି ଜଣାପଡ଼ିଛି । ଏନେଇ ପୋଲିସ ବିଏନଏସର ଧାରା ୧୦୩ (୧)ରେ ମାମଲା ରୁଜୁ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime: ବୋହୂ ଉପରେ ରାଗ; ମିଠାରେ ଆର୍ସେନିକ ମିଶାଇ ୩ ଜଣଙ୍କୁ ମାରିଦେଲେ ଶ୍ଵଶୁର ଘର ଲୋକ | Argus News