Mass Shooting / ପାର୍ବଣ ସମୟରେ ଅଷ୍ଟ୍ରେଲିଆରେ ଗଣ ଗୁଳିକାଣ୍ଡ, ୧୧ ମୃତ; ଦେଖନ୍ତୁ ଛାତିଥରା Video
·3 months ago·2 min read

Key Points
ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିତ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୨ ଆତତାୟୀଙ୍କୁ ଧରିବାରେ ସଫଳ ହୋଇଛି ।
ନୂଆଦିଲ୍ଲୀ: ବିଚ୍ରେ ଗୁଳିମାଡ଼, ୧୧ ଜଣଙ୍କ ମୃତ୍ୟୁ । ପାର୍ବଣର ଭିଡ଼ ଭିତରେ ପଶି ଅନ୍ଧାଧୁନ୍ ଗୁଳିମାଡ଼ କରିଛନ୍ତି ଆତତାୟୀ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ୨ ଜଣ ବନ୍ଧୁକଧାରୀ ହଠାତ୍ ପଶି ଆସି ଗୁଳିମାଡ଼ କରିଥିଲେ ।
ଦୁଇ ବନ୍ଧୁକଧାରୀ ପ୍ରାୟ ୫୦ ରାଉଣ୍ଡ ଫାୟାରିଂ କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଅଷ୍ଟ୍ରେଲିଆର ବଣ୍ଡି ବିଚ୍ରେ ହୋଇଥିବା ଗୁଳିକାଣ୍ଡକୁ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ନିନ୍ଦା କରିଛନ୍ତି । କହିଛନ୍ତି "ଗୁଳିକାଣ୍ଡ ଅତ୍ୟନ୍ତ ଆଶ୍ଚର୍ଯ୍ୟ କଲା ଭଳି ଓ ବୀଭତ୍ସ ଅଟେ । ପୋଲିସ ଓ ଉଦ୍ଧାରକାରୀ ଟିମ୍ ବଣ୍ଡି ବିଚ୍ରୁ ଲୋକଙ୍କୁ ଉଦ୍ଧାର କରି ମେଡିକାଲ୍ ନେଉଛନ୍ତି ।"
ଏଥିସହ ପଢ଼ନ୍ତୁ: 'ମେସିଙ୍କୁ ଆଣିବାକୁ ଯେତିକି ଖର୍ଚ୍ଚ କଲ, ମୋତେ ସେତିକି ଦିଅ... ମେସିଙ୍କ ଭଳି ୧୦ ଜଣଙ୍କୁ ଗଢ଼ିବି'
ତେବେ ଏହି ଗୁଳିମାଡ଼ ୟହୁଦୀଙ୍କ ୮ ଦିନିଆ ପର୍ବ ହନୁକ୍କାର ପ୍ରଥମ ରାତିରେ ହୋଇଛି । ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ବନ୍ଧୁକଧାରୀ ଗୁଳିମାଡ଼ ଆରମ୍ଭ କରିଥିଲେ । ସେତେବେଳେ ହଜାର ହଜାର ୟହୁଦି ଆନନ୍ଦ ଉଲ୍ଲାସର ପର୍ବରେ ସାମିଲ୍ ହୋଇଥିଲେ । ସମସ୍ତେ ଏକ କାର୍ଯ୍ୟକ୍ରମ ପାଇଁ ସମୁଦ୍ର କୂଳରେ ଏକାଠି ହୋଇଥିଲେ ।
ଗୁଳିମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିତ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ୨ ଆତତାୟୀଙ୍କୁ ଧରିବାରେ ସଫଳ ହୋଇଛି । ଗୁଳିକାଣ୍ଡ ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଜଣେ ସୁଟର୍ କଳା ରଙ୍ଗର ଟି-ସାର୍ଟ ପିନ୍ଧୁ ବନ୍ଧୁକ ଧରି ଗାଡ଼ି ନିକଟରେ ଛିଡ଼ା ହୋଇ ଗୁଳି ଚଳାଉଛି । ଲୋକ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ୁଛନ୍ତି । ଧଳା ରଙ୍ଗର ସାର୍ଟ ପିନ୍ଧି ଆଉ ଜଣେ ସୁଟର୍ ହଠାତ୍ ଆସିବା ସହ ସେ ବି ଲୋକଙ୍କୁ ଗୁଳି କରୁଛି ।
ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍ର ୬୮୪ଟି ଗଭୀର ଗାତ ଚିହ୍ନଟ
ପ୍ରଥମ ଆତତାୟୀର ନଜର ଟିକିଏ ହଟିବା ମାତ୍ରେ ପଛ ପଟୁ ଜଣେ ବ୍ୟକ୍ତି ଯାଇ ତାଙ୍କୁ କାବୁ କରି ନେଉଛି । କିଛି ସେକେଣ୍ଡ ପର୍ଯ୍ୟନ୍ତ ଦୁହେଁ ଲଢ଼ିବା ପରେ ସେ ସୁଟରଙ୍କ ହାତରୁ ବନ୍ଧୁକ ଛଡ଼ାଇ ନେଉଛନ୍ତି । ଏହାପରେ ସେ ସୁଟରକୁ ତାରି ବନ୍ଧୁକ ଦେଖାଇ ଧମକାଇବା ପରେ ଆତତାୟୀ ପଛକୁ ହଟୁଛି । ସେହି ସମୟରେ ଦ୍ଵିତୀୟ ସୁଟର୍ ବିପରୀତ ଦିଗରୁ ଗୁଳିମାଡ଼ କରୁଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ୟହୁଦିଙ୍କ ସଂଗଠନ ଚାବାଦ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରାୟ ୨ ହଜାର ଲୋକ ମହମବତୀ ଜଳାଇ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ହଠାତ୍ ବନ୍ଧୁକଧାରୀ ଭିଡ଼ ଭିତରକୁ ଆସି ଗୁଳିମାଡ଼ କରିଥିଲେ ।

UNARMED AUSTRALIAN DISARMED TERRORIST DURING MASS SHOOTING IN SYDNEY
— Drew Pavlou 🇦🇺🇺🇸🇺🇦🇹🇼 (@DrewPavlou) December 14, 2025
BALLS OF STEEL
AUSTRALIAN OF THE YEAR pic.twitter.com/NBRvcGnKKM
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଜଣେ ସୁଟର୍ କଳା ରଙ୍ଗର ଟି-ସାର୍ଟ ପିନ୍ଧୁ ବନ୍ଧୁକ ଧରି ଗାଡ଼ି ନିକଟରେ ଛିଡ଼ା ହୋଇ ଗୁଳି ଚଳାଉଛି । ଲୋକ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ୁଛନ୍ତି । ଧଳା ରଙ୍ଗର ସାର୍ଟ ପିନ୍ଧି ଆଉ ଜଣେ ସୁଟର୍ ହଠାତ୍ ଆସିବା ସହ ସେ ବି ଲୋକଙ୍କୁ ଗୁଳି କରୁଛି ।
ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍ର ୬୮୪ଟି ଗଭୀର ଗାତ ଚିହ୍ନଟ
ପ୍ରଥମ ଆତତାୟୀର ନଜର ଟିକିଏ ହଟିବା ମାତ୍ରେ ପଛ ପଟୁ ଜଣେ ବ୍ୟକ୍ତି ଯାଇ ତାଙ୍କୁ କାବୁ କରି ନେଉଛି । କିଛି ସେକେଣ୍ଡ ପର୍ଯ୍ୟନ୍ତ ଦୁହେଁ ଲଢ଼ିବା ପରେ ସେ ସୁଟରଙ୍କ ହାତରୁ ବନ୍ଧୁକ ଛଡ଼ାଇ ନେଉଛନ୍ତି । ଏହାପରେ ସେ ସୁଟରକୁ ତାରି ବନ୍ଧୁକ ଦେଖାଇ ଧମକାଇବା ପରେ ଆତତାୟୀ ପଛକୁ ହଟୁଛି । ସେହି ସମୟରେ ଦ୍ଵିତୀୟ ସୁଟର୍ ବିପରୀତ ଦିଗରୁ ଗୁଳିମାଡ଼ କରୁଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ୟହୁଦିଙ୍କ ସଂଗଠନ ଚାବାଦ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ ପ୍ରାୟ ୨ ହଜାର ଲୋକ ମହମବତୀ ଜଳାଇ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ହଠାତ୍ ବନ୍ଧୁକଧାରୀ ଭିଡ଼ ଭିତରକୁ ଆସି ଗୁଳିମାଡ଼ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories