Videos
|
Crime

Crime News / ପତ୍ନୀଙ୍କୁ ନେଇ କମେଣ୍ଟ କରିବାରୁ ନେଇଗଲା ୨ ସାଙ୍ଗଙ୍କ ଜୀବନ; ଏବେ ସ୍ଵାମୀକୁ ପୋଲିସ କଲା ଏନ୍‌କାଉଣ୍ଟର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପତ୍ନୀଙ୍କୁ ନେଇ କମେଣ୍ଟ କରିବାରୁ ନେଇଗଲା ୨ ସାଙ୍ଗଙ୍କ ଜୀବନ; ଏବେ ସ୍ଵାମୀକୁ ପୋଲିସ କଲା ଏନ୍‌କାଉଣ୍ଟର
Man Accused of Killing Two Friends Over Wife's Remarks

Key Points

ସ୍ତ୍ରୀ କଥା କହିବାରୁ ନେଇଗଲା ଜୀବନ । ପତ୍ନୀକୁ ନେଇ କମେଣ୍ଟ କରିବାରୁ ଯୁବକ ଜଣଙ୍କ ମାତ୍ର ୨ ବର୍ଷ ଭିତରେ ୨ ସାଙ୍ଗକୁ ହତ୍ୟା କରିବା ପରେ ପୋଲିସ କରିଛି ଏନ୍‌କାଉଣ୍ଟର ।
ଲକ୍ଷ୍ନୌ: ଦୁଇ ବର୍ଷରେ ଦୁଇ ସାଙ୍ଗକୁ ହତ୍ୟା । ସ୍ତ୍ରୀ କଥା କହିବାରୁ ନେଇଗଲା ଜୀବନ । ଉତ୍ତରପ୍ରଦେଶର ବାଗପତରୁ ଏଭଳି ଏକ ଚାଞ୍ଚଲ୍ୟକର ମାମଲା ସାମ୍ନାକୁ ଆସିଛି । ପତ୍ନୀକୁ ନେଇ କମେଣ୍ଟ କରିବାରୁ ଯୁବକ ଜଣଙ୍କ ମାତ୍ର ୨ ବର୍ଷ ଭିତରେ ୨ ସାଙ୍ଗକୁ ହତ୍ୟା କରିବା ପରେ ପୋଲିସ କରିଛି ଏନ୍‌କାଉଣ୍ଟର ।

ଇଦରିଶପୁରର ପୂର୍ବ ପ୍ରଧାନ ଆଚାର୍ଯ୍ୟଙ୍କ ପୁଅ ପୁଷ୍ପେନ୍ଦ୍ରଙ୍କ ହତ୍ୟା ମାମଲାରେ ଗିରଫ ମନୋଜ କଶ୍ୟପ ପଚରାଉଚରା ବେଳେ ସତ ମାନିଛି । କହିଛି, "ମୃତକ ମୋ ସ୍ତ୍ରୀକୁ ନେଇ ଅଭଦ୍ର ଟିପ୍ପଣୀ କରୁଥିଲା ।" ପୋଲିସ ଅନୁସାରେ, ଦୁଇ ବର୍ଷ ତଲେ ଅଭିଯୁକ୍ତ ହରିୟାଣାର ସୋନିପତରେ ପତ୍ନୀଙ୍କୁ କମେଣ୍ଟ କରିବାକୁ ଜଣେ ଯୁବକଙ୍କୁ ହତ୍ୟା କରିଥିଲା । ଏବେ ଦ୍ଵିତୀୟ ହତ୍ୟାକାଣ୍ଡ ପରେ ପୋଲିସ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରି ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ଔଷଧ ଦୋକାନରେ ବିକ୍ରି ହେଉଥିଲା 'ଡ୍ରଗ୍ସ'; ଧରାପଡ଼ିବାରୁ ଗୁଳି କରି ମାରି*ଦେଲେ ଦୋକାନୀ 

ଦୋଘଟ ଥାନା ଅଞ୍ଚଳର ଇଦରିଶପୁରରେ ଅବସରପ୍ରାପ୍ତ ପ୍ରିନ୍ସିପାଲ୍ ଗିରଧାରୀ ସିଂହଙ୍କ ପୁଅ ପୁଷ୍ପେନ୍ଦ୍ରଙ୍କୁ ହତ୍ୟା କରାଯାଇଛି । ଶନିବାର ରାତିରେ ପୁଷ୍ପେନ୍ଦ୍ର ରାତି ୯ଟାରେ ବାଇକ୍ ନେଇ ଘରୁ ବାହାରିଥିଲେ । ହେଲେ ନ ଫେରିବାରୁ, ପରିବାର ଲୋକେ ଖୋଜାଖୋଜି କରିଥିଲେ ।

ରବିବାର ସକାଳେ ଗ୍ରାମବାସୀ ଜମିକୁ ଯିବାବେଳେ ପୁଷ୍ପେନ୍ଦ୍ରଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଫରେନସିକ୍ ଟିମ୍ ପ୍ରମାଣ ଯୋଗାଡ଼ କରିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସିସିଟିଭିରୁ ମିଳିଲା ସୁରାକ୍

ପୁଷ୍ପେନ୍ଦ୍ରଙ୍କ ସାନ ଭାଇ ହତ୍ୟା ଆଶଙ୍କାରେ ଏତଲା ଦେଇଥିଲେ । ବ୍ୟବଚ୍ଛେଦ ରିପୋର୍ଟରେ ପୁଷ୍ପେନ୍ଦ୍ରଙ୍କ ଗଳା ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଯାହାପରେ ପୋଲିସ ସିସିଟିଭି ଫୁଟେଜ୍‌ ଖୋଜିବା ଆରମ୍ଭ କରିଥିଲା । ଯାଞ୍ଚ ବେଳେ ଆସିଥିଲା ମନୋଜ କଶ୍ୟପର ନାଁ । ସୋମବାର ସନ୍ଧ୍ୟାରେ ମନୋଜ କେନାଲ ରାସ୍ତାରେ ଯାଉଥିବା ବେଳେ ପୋଲିସକୁ ଦେଖି ଖସିବାକୁ ଚେଷ୍ଟା କରିଥିଲା । ମନୋଜ ପ୍ରଥମେ ଗୁଳି କରିବାରୁ ପୋଲିସର ପାଲଟା ଗୁଳିରେ ଘାଇଲା ହୋଇଥିଲା ।

ଏଥିସହ ପଢ଼ନ୍ତୁ: ଏଣିକି ଆଉ ମିଳିବନି ଗୁଟ୍‌ଖା ଓ ପାନ ମସଲା, ୧ ବର୍ଷ ପାଇଁ ଲାଗିଲା କଟକଣା

ଜେରା ବେଳେ ମନୋଜ କହିଛି, "ଶନିବାର ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ମଦ ପିଇବା ବେଳେ ପୁଷ୍ପେନ୍ଦ୍ର ମୋ ସ୍ତ୍ରୀକୁ ଅଶ୍ଳୀଳ ଟିପ୍ପଣୀ କରିଥିଲା । ଏଭଳି କହିବାକୁ ବାରଣ କରିବାରୁ ସେ ଶୁଣି ନଥିଲା । ରାଗରେ ପୁଷ୍ପେନ୍ଦ୍ରର ମୁହଁ ଓ ଗଳା ଚିପି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।"