Videos
|
Crime

Gold Buried / ଯେଉଁଠି ହାତ ମାରିଲେ, ଘରୁ ବାହାରିଲା ଖାଲି ସୁନା; ଏମିତି ମିଳିଲା ୩ କୋଟିର ଅଳଙ୍କାର

Sushanta Sahoo
Browse all articles by Sushanta Sahoo
·43 mins ago·2 min read
ଯେଉଁଠି ହାତ ମାରିଲେ, ଘରୁ ବାହାରିଲା ଖାଲି ସୁନା; ଏମିତି ମିଳିଲା ୩ କୋଟିର ଅଳଙ୍କାର
₹3 Crore Gold & Silver Found Buried in Balangir;

Key Points

ଧରାପଡ଼ିଲା ବୋଲେରୋ ଗ୍ୟାଙ୍ଗ
ପ୍ରଥମ ରେକି ପରେ କରୁଥିଲେ ଡକାୟତି
କାନ୍ଥ, ମାଟି ତଳୁ ମିଳିଲା ୩ କୋଟିର ଗହଣା
କଣ୍ଟାବାଞ୍ଜି/ବଲାଙ୍ଗିର: ଗାଁରୁ ଆସି ସହରରେ ରହୁଥିଲେ । ପ୍ରଥମେ ମନ୍ଦିରର ଦାନ ହୁଣ୍ଡି ଓ ବ୍ୟବସାୟୀଙ୍କ ଘର ଦେଖି ଯାଉଥିଲେ । ପରେ ସୁଯୋଗ ଦେଖି ଚୋରି ନହେଲେ ବଳପୂର୍ବକ ଡକାୟତି କରୁଥିଲେ । ଆଉ ଲୁଟ୍ ପରେ ସୁନା ଗହଣାକୁ ଗାଁକୁ ନେଇ ଯାଇ ଏମିତି ସ୍ଥାନରେ ଲୁଚାଇ, ପୋତି ରଖୁଥିଲେ ଯେମିତି କେହି ସନ୍ଧାନ ପାଇବେ ନାହିଁ ।

ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ପ୍ରସିଦ୍ଧ ଦ୍ୱାରସେନୀ ମନ୍ଦିର ଓ ବ୍ୟବସାୟୀଙ୍କ ଘରୁ ଚୋରି ମାମଲାରେ ପୋଲିସକୁ ସଫଳତା ମିଳିଛି । ମଫସଲ ଗାଁରେ ଚଢ଼ାଉ କରି ସବୁ ମାମଲାରୁ ପର୍ଦ୍ଦା ଉଠାଇଛି ପୋଲିସ । ଚୋରି ହୋଇଥିବା ୨ କେଜି ସୁନା ସହ ୨୫ କେଜି ରୁପା ଗହଣା ପୋଲିସ ଜବତ କରିଛି । ମାମଲାରେ ବୋଲେରୋ ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ‘ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି’ 

ଲୁଟେରାଙ୍କ ଘରୁ କେଉଠୁ ମାଟି ତଳୁ ବାହାରିଛି ପୁଳା ପୁଳା ରୂପା ଅଳଙ୍କାର ତ ଆଉ କେଉଁଠି କାନ୍ଥ ଖୋଳିଲେ ବାହାରୁଛି ସୁନା ସହ ରୂପା । ବାଇକ୍‌ ଡିକିରେ ଭର୍ତ୍ତି କରି ଚୋରି ସୁନା ଓ ରୁପା ଅଳଙ୍କାର ରଖା ଯାଇଛି । ଘରେ ଥିବା ସାଉଣ୍ଡ ବକ୍ସ ଭିତରୁ ବି ମିଳିଛି ପୁଳା ପୁଳା ଅଳଙ୍କାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲାଙ୍ଗିର-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ଘଞ୍ଚ ଜଙ୍ଗଲ ମଫସଲ ଗାଁର ଚୋରମାନଙ୍କ ଘରୁ ପୋଲିସ ଚୋରି ହୋଇଥିବା ୩ କୋଟି ମୂଲ୍ୟର ଅଳଙ୍କାର ଜବତ କରିଛି । ମାମଲାରେ ପୋଲିସ ବୋଲେରୋ ଗ୍ୟାଙ୍ଗର ମୁଖ୍ୟ ଇଶ୍ୱର ନାଏକ ଓ ତ୍ରିଲୋଚନ ବାଗଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଡକାୟତଙ୍କ ଠାରୁ ପୋଲିସ ଚୋରିରେ ବ୍ୟବହୃତ ବୋଲେରୋ ସହ ସବୁ ଚୋରି ହୋଇଥିବା ସୁନା ଗହଣା ଜବତ କରିଛି । ମୋଟ ୨ କେଜି ସୁନା ଓ ୨୫ କେଜି ରୂପା ଚଢ଼ାଉ ସମୟରେ ଜବତ କରିଛି ପୋଲିସ । ଜବତ ଗହଣାକୁ ଚିହ୍ନଟ କରାଯାଇ ଯିଏ ମାଲିକ ତାଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ପି ଅଭିଳାଷ ଜୀ ।

ଗତ କିଛି ଦିନ ତଳେ ସିନ୍ଧେକେଲା ଦ୍ୱାରସେନୀ ମନ୍ଦିରରୁ ଚୋରି ହୋଇଥିଲା । ଏହା ପରେ ପରେ ସେହି ଥାନା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଗହଣା ଲୁଟ୍ ହୋଇଥିଲା । ଚୋରି ନେଇ ପ୍ରାୟ ୩ଟି ମାମଲା ରୁଜୁ ହେବା ପରେ ପୋଲିସ ୫ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ।

ଏଥିସହ ପଢ଼ନ୍ତୁ: ନେପାଳ ବନ୍ୟାରେ ନିଖୋଜ ୪ ଓଡ଼ିଆ; ବରଗଡ଼ର ପରିବାର ଠାବ, ଏବେବି ମିଳୁନି କୁଲସୁମଙ୍କ ପତ୍ତା 

ଅଭିଯୁକ୍ତମାନେ କଲାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବୋଲି ପୋଲିସ ସୁରାକ ପାଇବା ପରେ ଆରମ୍ଭ ହୋଇଥିଲା ରେଡ୍ । ପଣସଗୁଡ଼ା ଓ ଖରଯୋଡ଼ା ଗାଁରେ ପୋଲିସ ଚଢଉ କରିଥିଲା । ଆଉ ଚୋରଙ୍କ ଘରେ ରେଡ୍ ବେଳେ କାନ୍ଥ ଖୋଳି, ମାଟି ତାଡ଼ି ପୋଲିସ ସମସ୍ତ ଚୋରି ଅଳଙ୍କାର ଜବତ କରିବାରେ ସଫଳ ହୋଇଛି ।